ଗୋପ ବ୍ଲକ ଲିଗ୍ କ୍ରିକେଟ ଟୁର୍ଣ୍ଣାମେଣ୍ଟ*ଆର.କେ ଲାୟନ୍ସ ଚମ୍ପିୟାନ

ଗୋପ ବ୍ଲକ ଅନ୍ତର୍ଗତ ଏରବଙ୍ଗ ପଞ୍ଚାୟତ ନାଗ ସାହି ଖେଳ ପଡିଆରେ ଆୟୋଜନ ହେଉଥିବା ଗୋପ ବ୍ଲକ ଲିଗ୍ ଟେନିସ ବଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ ହୋଇଯାଇଛି। ଫାଇନାଲ ମ୍ୟାଚରେ ଆରକେ ଲାୟନ୍ସ ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଗୋପ ବ୍ଲକ ଅନ୍ତର୍ଗତ ୭ଗୋଟି ପଞ୍ଚାୟତର ୭ଟି ଟିମ୍ କୁ ନେଇ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ଢାଞ୍ଚାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥିଲା। ଟିମ୍ ମାଲିକ ମାନଙ୍କ ଦ୍ଵାରା ଖେଳାଳି ଚୟନ,ନିଲାମ ସହ ଟିମ୍ ଗଠନ ହୋଈ ମ୍ୟାଚ୍ କରାଯାଇଥିଲା। ଲିଗରେ ଅଧିକ ବିଜୟୀ ହୋଇଥିବା ଦୁଇ ଦଳ ଆରକେ ଲାୟନ୍ସ ଓ ସାଇଲେନ୍ସ ଟାଇଗର ମଧ୍ୟରେ ଗ୍ରାଣ୍ଡ ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରି ଆରକେ ଲାୟନ୍ସ ୧୭୩ ରନ କରିଥିଲା। ଦଳ ପକ୍ଷରୁ ସାଗର ୫୩ ଓ ପୂପୂଲ୍ ୩୮ ରନ ସଂଗ୍ରହ କରିଥିଲେ। ସାଇଲେନ୍ସ ଟାଇଗର ମାତ୍ର ୧୧୪ ରନ କରି ଆଉଟ୍ ହୋଇଯାଇଥିଲା। ଯାହା ଫଳରେ ଆରକେ ଲାୟନ୍ସ ୫୯ ରନ ରେ ବିଜୟୀ ହୋଇ ଚମ୍ପିୟାନ ଆଖ୍ୟା ଅର୍ଜନ କରିଥିଲା। ମୂଖ୍ୟ ଅତିଥି ଭାବେ ସମାଜସେବୀକା ତଥା ବିଜେଡ଼ି ନେତ୍ରୀ କସ୍ତୁରୀବାଲା ସ୍ବାଇଁ ଓ ଯୁବ ନେତା ଜ୍ୟୋତି ରଞ୍ଜନ ନାୟକ ଯୋଗଦେଇ ଉଭୟ ଦଳ ସହ ଶ୍ରେଷ୍ଠ ଖେଳାଳିଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଚମ୍ପିୟାନ ଦଳକୁ ବିଶାଳ ଟ୍ରଫି ସହ ୬୦ ହଜାର ଟଙ୍କା ଓ ଉପ ବିଜେତା ଦଳକୁ ୫୦ ହଜାର ଓ ଟ୍ରଫି ପ୍ରଦାନ କରାଯାଇଥିଲା। ମ୍ୟାଚ୍ ଶ୍ରେଷ୍ଠ ଖେଳାଳୀ ଭାବେ ରୀଙ୍କୁ, ଟୁର୍ଣ୍ଣାମେଣ୍ଟର ଶ୍ରେଷ୍ଠ ଖେଳାଳୀ ଭାବେ ଲିଙ୍ଗାଙ୍କୁ ଟ୍ରଫି ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚକୁ ଦୁଇ ଆମ୍ପାୟାର ଶ୍ରୀତମ ସ୍ବାଇଁ ଓ ପ୍ରଦୀପ ସିହ୍ନା ପରିଚାଳନା କରିଥିଲା ବେଳେ ସଂପୂର୍ଣ୍ଣ କ୍ରିକେଟ ଟୁର୍ଣ୍ଣାମେଣ୍ଟକୁ ଦୀପ୍ତି ରଞ୍ଜନ ଗୋଚ୍ଛାୟତ, ଦେବରାଜ ବେହେରା, ମିଲନ ପ୍ରଧାନ, ଅନୁରାଗ ପରିଡା, ଅନିଲ ନାୟକ, ରଜତ ନାୟକ, ବଣ୍ଟି, ଆଲୋକ, ବବ୍ଲୁ, ଚୀନା, ଗୋପାଳ ପ୍ରମୁଖ ପରିଚାଳନା କରିଥିଲେ।