ଗୋପରେ ଜାତୀୟ କଂଗ୍ରେସ ତରଫରୁ 9ଦଫା ଦାବୀ ନେଇ ଗୋପ ବ୍ଲକ ଘେରାଉ

ଗୋପ :- ସମଗ୍ର ରାଜ୍ୟରେ ଥିବା 314 ବ୍ଲକରେ ଶୁକ୍ରବାର ଦିନ 9 ଦଫା ଦାବୀ ନେଇ ଜାତୀୟ କଂଗ୍ରେସ ତରଫରୁ ଗୋପ “ବ୍ଲକ ଘେରାଉ ” କରାଯାଇଥିଲା l ଦିବା 10 ଘଟିକା ସମୟରେ ଶତାଧିକ କଂଗ୍ରେସ କର୍ମୀମାନେ ଏକ ରାଲ୍ଲୀ କାରି ବ୍ଲକ ସମ୍ମୁଖରେ ନାରାବାଜି କରିଥିଲେ l ରାଜ୍ୟ ସରକାର ଙ୍କ ବିରୁଦ୍ଧରେ ବିଷ ଉଗଳିଥିଲେ କର୍ମୀମାନେ, ଗୋପ ବ୍ଲକରେ ବ୍ୟାପକ ପରିମାଣରେ ପି ସି କାରବାର, ଆବାସ ଯୋଜନା ଦୃନୀତି, ଦର ଦାମ ବୃଦ୍ଧି, ବେଜାରୀ, ନାରୀ ନିର୍ଯ୍ୟାତନା,ଚାଷୀ ମରଣ ନୀତି ଓ ଟାଟା କମ୍ପାନୀର ଖାଉଟି ବିରୋଧୀ ବିଜୁଳି ନୀତି ବିରୋଧରେ ଶତାଧିକ କଂଗ୍ରେସ କର୍ମୀ ଗୋପ ବ୍ଲକ ସମ୍ମୁଖରେ ପ୍ରତିବାଦ କରିଥିଲେ l ରାଜ୍ୟ ଓ କେନ୍ଦ୍ର ସରକାର ଶାସନ କାଳରେ ଗାଁ ମାନଙ୍କର ବିକାଶ ହୋଇ ପାରିନାହିଁ l ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କାରି ଡି ଆର ଡି ଏ ଅଫିସ ପର୍ଯ୍ୟନ୍ତ ବ୍ୟାପକ ଦୃନୀତି ଚେର ମାଡି ଚାଇଛି l ଚାଷୀ ତା ଅମଳର ମୂଲ୍ୟ ପାଉନଥିବା ବେଳେ, ଯୁବକ ମାନେ ବେକାର ହୋଇ ଅନ୍ୟ ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି ବୋଲି ଗୋପ ବ୍ଲକ ସମ୍ମୁଖରେ ଅଭିଭାଷଣ ଦେଇଥିଲେ କଂଗେସର ନେତା ଓ କର୍ମୀମାନେ l ପରିଶେଷରେ ମହାମହିମ ରାଜ୍ୟପାଳଙ୍କ ନିମନ୍ତେ ଗୋପ ବ୍ଲକ ଉନ୍ନୟନ ଅଧିକାରୀ ଦୀପ୍ତି ରାଣୀ ଦାସଙ୍କୁ 9 ଗୋଟି ପ୍ରସଙ୍ଗକକୁ ନେଇ ସ୍ମାରକ ପତ୍ର ଗୋପ ବ୍ଲକ କଂଗ୍ରେସ ତରଫରୁ ପ୍ରଦାନ କରଯାଇଥିଲା l ଏହି କାର୍ଯ୍ୟକର୍ମରେ ଗୋପ ବ୍ଲକ ଉପାଧ୍ୟକ୍ଷ ବନରଞ୍ଜନ ପଟନାୟକ, ପୂର୍ବତନ ଗୋପ ବ୍ଲକ ଅଧକ୍ଷ ନୀଳମଣି ପ୍ରଧାନ, କଂଗେସ ପୂର୍ବତନ ବ୍ଲକ ସଭାପତି ଲକ୍ଷ୍ମୀଧର ପ୍ରଧାନ, ଶିମିଳି ସରପଞ୍ଚ ବିଶ୍ୱଜିତ ସ୍ୱାଇଁ, ପୂର୍ବତନ କଂଗ୍ରେସ ବ୍ଲକ ଯୁବ ସଭାପତି ମଦନ ମୋହନ ହାଜିରା, ଉଲ୍ଲାସ କୁମାର ପ୍ରଧାନ,ଅକ୍ଷୟ କୁମାର ବରାଳ, କଂଗ୍ରେସ ପୂର୍ବତନ ଜିଲ୍ଲା ପରିଷଦ ଦେଶ ପ୍ରାଣ ଲେଙ୍କା, ଭାସ୍କର ସେଟ ଓ ରାଜେନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ଥିଲେ l