ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି ଏଵେ ମୁରବିଶୁନ୍ୟ ଅବସ୍ଥାରେ l

ମେଡିକାଲ ପରିସର ରେ ଇନଚାର୍ଜ ଙ୍କ ବାସ ଗୃହ କିନ୍ତୁ ନିଘୋଡ଼ ନିଦ୍ରାରେ ଗୋପ ୨୨/୦୨/୨୫ ରାଜ୍ୟରେ ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉର୍ନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ବ୍ୟୟ ବରାଦ ସତ୍ତ୍ୱେ ଗୋପ ରେ ଉଭୟ ବିଭାଗ ଟି ଦିଗହରା ଅବସ୍ଥାରେ ପଡିଛି l କୋଣାର୍କ ଠାରୁ ପିପିଲି ପର୍ଯ୍ୟନ୍ତ ରାଜ୍ୟ ରାଜପଥ କଡ଼ ରେ ଯଦି କୌଣସି ହସ୍ପିଟାଲ ଥାଏ ତାହା ହେଉଛି ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର l କିନ୍ତୁ ଦୁଃଖ ଓ ପରିତାପର ବିଷୟ ଟି ହେଉଛି ଏଠାରେ ଦୀର୍ଘ ବର୍ଷ ଧରି ନାହିଁ ନଥିବା ଅବ୍ୟବସ୍ତା ମଧ୍ୟ ଦେଇ ଗତି କରୁଛି ସ୍ୱାସ୍ଥ୍ୟ କେନ୍ଦ୍ର ଟି l ଆବଶ୍ୟକୀୟ ଡକ୍ଟର ନାହାନ୍ତି କୀ ସବ ବୁହା ନିମନ୍ତେ ସ୍ୱର୍ଗ ରଥ ନାହିଁ କୀ ଦୃଘଟଣା ଗ୍ରସ୍ତ ରୋଗୀ ଙ୍କ ଆସୁଚିକିତ୍ସା ନିମନ୍ତେ ବନ୍ଦୋବସ୍ତ ନାହିଁ l ଏମିତି ଶିଶୁ ବିଶେଷଜ୍ଞ ନଥିବାରୁ ଦୈନିକ ଶତାଧିକ ଶିଶୁ ବିଭିର୍ନ୍ନ ରୋଗରେ ଆକ୍ରାନ୍ତ ହୋଇ ହସ୍ପିଟାଲ କୁ ଆସି ନିରାଶ ହୋଇ ଫେରନ୍ତି l ଏ ସମ୍ପର୍କ ରେ ବାରମ୍ବାର ବିଭିର୍ନ୍ନ ଗଣମାଧ୍ୟମ ରେ ଖବର ପ୍ରସାରଣ ହେଉଥିଲେ ମଧ୍ୟ ସମାଧାନ ହୋଇପାରୁନି l ଏଠାକୁ ଦୈନିକ ଚୋଟ ବଡ଼ ଦୃଘଟଣା ଗ୍ରସ୍ତ ବ୍ୟକ୍ତି ବିଶେଷ ଙ୍କ ଆଗମନ ହୋଇଥାଏ l ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧିନସ୍ତ ୮ ଟା ସ୍ୱାସ୍ଥ୍ୟ କେନ୍ଦ୍ର ରହିଛି ଏହି ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ପ୍ରାୟ ୩୧ଟା ପଞ୍ଚାୟତ ଓ ଗୋଟେ ବିଜ୍ଞାପିତ ଅଞ୍ଚଳ ର ଜନସାଧାରଣ ନିର୍ଭର କରନ୍ତି l ମୋଟା ମୋଟି ଭାବେ କହିବାକୁ ଗଲେ ନାହିଁ ନାହିଁ ରେ ଚାଲିଛି ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଟି କହିବାକୁ ଗଲେ ଏକ ପ୍ରକାର ର ମୁରବୀ ଶୂନ୍ୟ ହୋଇପଡିଛି l ଯଦିଓ ଉକ୍ତ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ମେଡିକାଲ ଇନଚାର୍ଜ ଙ୍କ ବାସଗୃହ କିନ୍ତୁ ସଦାସର୍ବଦା ନିଘୋଡ଼ ନିଦ୍ରାରେ ବୋଲି ଚର୍ଚ୍ଚା ହେଉଛି l ସୁବିଧା ଅସୁବିଧାରେ ଯଦି କୌଣସି ବ୍ୟକ୍ତି ବିଶେଷ ଇନଚାର୍ଜ ଙ୍କୁ ଦେଖା ହେବାକୁ ଆସିଥାନ୍ତି ବିନା ଦେଖରେ ନିରାଶ ହୋଇ ଫେରନ୍ତି l ମାଡାମ ଙ୍କ କଲିଂ ବ୍ୟାଲ ଯେତେ ମାରିଲେ ବି ଉଠିବାର ପ୍ରଶ୍ନ ନାହିଁ ମାଡାମ ସୋଇଥାନ୍ତି ତାହା ସକାଳ ହେଉ କୀ ଖରାବେଳେ ହେଉ କୀ ସନ୍ଧ୍ୟା ସମୟ ହେଉ l ଆଜିର ଏକ ଘଟଣା ଟି ସମସ୍ତ ସାମାଜିକ ଗଣମାଧ୍ୟମ ରେ ଭାଇରାଲ ହେଉଛି ଗୋଟେ ୧୦୮ ଆମ୍ବୁଲାନ୍ସ ଏକ ରୋଗୀ ଙ୍କୁ ନରି ହସ୍ପିଟାଲ ଭିତର କୁ ପ୍ରବେଶ କରିବା ପାଇଁ ପ୍ରାୟ ପାଞ୍ଚ ମିନିଟ ଅପେକ୍ଷା କରିବାକୁ ପଡିଥିଲା l ମୁଖ୍ୟ ରାସ୍ତା କୁ ଲାଗି ହସ୍ପିଟାଲ ର ପ୍ରବେଶ ଦ୍ଵାର ହୋଇଥିବାରୁ ସିଧା ହେଉ କୀ ପଛୁଆ ହେଉ ଆମ୍ବୁଲାନ୍ସ ଟି ପ୍ରବେଶ କରିଥାଏ l କିନ୍ତୁ ଆଜି ସକାଳ ସମୟରେ ଏକ କାର ଟିକୁ ଠିକ ପ୍ରବେଶ ଦ୍ଵାର ପାଖରେ ରଖି ଚାଳକ କେଉଁଆଡେ ଚାଲିଯାଇଥିଲେ l ଯାହାଫଳରେ କୀ ଆମ୍ବୁଲାନ୍ସ ଟି ଆଉ ହସ୍ପିଟାଲ ଭିତରେ ପ୍ରବେଶ କରିପାରିନଥିଲା l ଏଠି ସାଧାରଣ ରେ ଏକ ପ୍ରଶ୍ନ ଉଠୁଛି ଯଦି ଆମ୍ବୁଲାନ୍ସ ରେ ଏକ ଦୃଘଟଣାଗ୍ରସ୍ତ ବ୍ୟକ୍ତି ରହିଥାନ୍ତେ ତେବେ ତାର ଅବସ୍ଥା କଣ ହୋଇଥାନ୍ତା ? ଏଣୁ ରାଜ୍ୟ ସରକାର ଙ୍କ ଉଚ୍ଚ ପଦସ୍ତ ବିଭାଗୀୟ ଅଧିକାରୀ ଓ ମନ୍ତ୍ରୀ ଏବଂ ଉପ ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଗୋପ ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଲାଗିରହିଥିବା ସମସ୍ୟାର ସମାଧାନ କ୍ଷେତ୍ରରେ ତତ୍ପରତା ଅବଲମ୍ବନ କରିବାକୁ ଗୋପ ସୁରକ୍ଷା ମଞ୍ଚ ଓ ବିପ୍ଲବୀ ସଂଗଠନ ଉତ୍ସର୍ଗ ପରିବାର ପ୍ରମୁଖମାନେ ଦାବୀ କରିଛନ୍ତି l

Leave a Reply

Your email address will not be published. Required fields are marked *