ଗୋପବନ୍ଧୁ ମେମୋରୀୟଲ ହାଇସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଅତିଥି ସେବା ଶିବିର

ଚାରିଛକ :-୧୭/୧୦ ପୁରୀ ଜିଲ୍ଲା ଦାଣ୍ଡମୁକୁନ୍ଦପୁର ଗୋପବନ୍ଧୁ ମେମୋରୀୟଲ ହାଇସ୍କୁଲ ର ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିଭା ଷଡ଼ଙ୍ଗୀ ତତ୍ତ୍ଵାବଧାନରେ ହାଇସ୍କୁଲ ର ଛାତ୍ର ଛାତ୍ରୀ ଙ୍କୁ ଏକ ପରିଦର୍ଶନ ଓ ଅତିଥି ମାନଙ୍କୁ କିଭଳି ସେବା ଯୋଗାଇ ଦେବା ପାଇଁ ହୋଟେଲ କର୍ମଚାରୀ ମାନଙ୍କ ମାଧମରେ ଶିକ୍ଷା ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଗୋପବନ୍ଧୁ ମେମୋରୀୟଲ ହାଇସ୍କୁଲ ର ପର୍ଯ୍ୟଟନ ଅତିଥି ବିଭାଗ ର ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ବ୍ୟବହାରକ ଜ୍ଞାନ ଆହରଣ କରିବା ପାଇଁ ତେଇସିମାଇଲି ସ୍ଥିତ ଡ୍ରିଭି ଇନି ହୋଟେଲ ଏବଂ ପିପିଲି ସ୍ଥିତ ଭିଲେଜ ଇନି ହୋଟେଲ ଗାଇଡି ଶିକ୍ଷକ ସନ୍ତୋଷ କୁମାର ବିଶ୍ବାଳ ,ସମନ୍ୱୟ କାରୀ ଶିକ୍ଷକ ଅଶୋକ କୁମାର ସ୍ୱାଇଁ ଙ୍କ ସହଯୋଗ ରେ ପରିଦର୍ଶନ କରିଥିଲେ । ଛାତ୍ର ଛାତ୍ରୀ ମାନେ ହୋଟେଲ କର୍ମଚାରୀ ଙ୍କ ଠାରୁ ଅତିଥି ମାନଙ୍କୁ କିଭଳି ଭାବେ ସର୍ବିସି କରି ଆକୃଷ୍ଟ କରିବ ଏବଂ ଟେବୁଲ କିଭଳି ଭାବେ ସୁ ସଜିତ କରିବ ସେ ବିଷୟରେ ବୁଝାଇ ଥିଲେ ପରେ ଛାତ୍ର ଛାତ୍ରୀ ହୋଟେଲ କର୍ମଚାରୀ ଙ୍କ ଠାରୁ ପଚାରି ବୁଝିଥିଲେ । ହୋଟେଲ କର୍ମଚାରୀ ଓ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଏକ ସୁ ସଂମ୍ପର୍କ ସ୍ଥାପନ ହୋଇଥିଲା । କାର୍ଯ୍ୟକ୍ରମ ଶେଷରେ ଅତିଥି ଓ ପର୍ଯ୍ୟଟନ ବିଭାଗ ର ଶିକ୍ଷକ ସନ୍ତୋଷ ବରାଳ ଛାତ୍ର ଛାତ୍ରୀ ଙ୍କ ପାଇଁ ହୋଟେଲ ରେ ଖାଦ୍ୟପେୟ ର ବେବ୍ୟସ୍ଥା କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ହାଇସ୍କୁଲର ସମସ୍ତ ନବମ ଓ ଦଶମ ଶ୍ରେଣୀ ଛାତ୍ର ଛାତ୍ରୀ ଙ୍କ ମନରେ ଖୁସିର ଲହରୀ ଖେଳିଯାଇଥିଲା ।

Leave a Reply

Your email address will not be published. Required fields are marked *