ଡେଲାଙ୍ଗ ରେ ଗୋପବନ୍ଧୁ ଙ୍କ ଶ୍ରାଦ୍ଧ ଦିବସ ପାଳିତ

.ଡେଲାଙ୍ଗ :ଉତ୍କଳମଣୀ ପଣ୍ଡିତ ଗୋପବନ୍ଧୁ ଦାଶ ଙ୍କ ଛାୟାନବେ ତମ ଶ୍ରାଦ୍ଧ ବାର୍ଷିକ ଡେଲାଙ୍ଗ ବଜ଼ାର ସ୍ଥିତ ଶ୍ୟାମସୁନ୍ଦର ପାଠଗାରରେ ପାଳନ ହୋଇଯାଇଛି |ଉତ୍କଳସମ୍ମିଳନୀ ଜିଲ୍ଲା ଉପସଭାପତି ଗାନ୍ଧୀ ତତ୍ତ୍ୱ ପ୍ରଚରକ ଅନାମ ମଲ୍ଲିକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶିକ୍ଷାବିତ୍ତ କାଶୀନାଥ ମହାପାତ୍ର, ମୁଖ୍ୟବକ୍ତା ଭାବେ ବରିଷ୍ଠ ଶିକ୍ଷକ ରମେଶ ଚନ୍ଦ୍ର ପ୍ରଧାନ,ସମ୍ମାନିତ ଅତିଥି ଭାବେ ପରିବେଶବିତ୍ତ ଆଇନୀଜୀବୀ କବି ହୃଷୀକେଶ ପାଢ଼ୀ, ଶିଶୁ ସାହିତ୍ୟିକ କବି ଚନ୍ଦ୍ରଶେଖର, ସଂସ୍କୃତିସଂପନ୍ନ ଶିକ୍ଷକ ତଥା ଆଶୁକବି ଅଭୟ ଚରଣ ସାହୁ,ଶିକ୍ଷକ ଲଷ୍ମୀଧର ବସ୍ତିଆ, ଆଚାର୍ଯ୍ୟ ସର୍ବେଶ୍ୱର ବାରିକ, ଛାତ୍ରୀ ଶୁଭମିତା ମଲ୍ଲିକ ଯୁବ ସମାଜସେବୀ ଜିତେନ୍ଦ୍ର ପ୍ରଧାନ, ବିଜୟ ରାଉତ ପ୍ରମୁଖ ଉପସ୍ଥିତ ରହି ଗୋପବନ୍ଧୁ ଙ୍କ ଫଟୋ ରେ ଧୂପ, ଦ୍ବିପ ଓ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ |ଏହି ଅବସରରେ ଉତ୍କଳମଣୀ ଙ୍କ ତ୍ୟାଗପୁତ କର୍ମମୟ ଜୀଵନ ଉପରେ ବକ୍ତାମାନେ ଉଦବୋଧନ ଦେଇ ଉତ୍କଳମଣୀ ଙ୍କ ଜୀବନାଦର୍ଶ ରେ ନିଜକୁ ଗଢି ତୋଳିବା ପାଇଁ ମତ ରଖିଥିଲେ |

Leave a Reply

Your email address will not be published. Required fields are marked *