ସୁଶ୍ରୀ ରାସେଶ୍ୱରୀ ଦେବୀଜୀ ଙ୍କ କରକମଳ ରେ ଗୋପିକା ଧାମ ପ୍ରତିଷ୍ଠା ଲୋକାର୍ପଣ ମହୋତ୍ସବ ଅନୁଷ୍ଠିତ

ଭଦ୍ରକ ପୌରାଞ୍ଚଳ ୱାର୍ଡ ନମ୍ବର ୧୦ ସ୍ଥିତ ନେତାଜୀ ନଗର ଠାରେ ପରମ ପୂଜନୀୟା ସୁଶ୍ରୀ ରାସେଶ୍ବରୀ ଦେବୀ ଜୀ ଙ୍କ କରକମଳରେ ବ୍ରଜ ଗୋପିକା ଧାମ ପ୍ରତିଷ୍ଠା ଓ ଲୋକାର୍ପଣେ ଏହା ମଠ ରୁ ବିରାଟ ଶୋଭାଯାତ୍ରାରେ କଳସ ସ୍ଥାପନ ଏବଂ ଶହ ଶହ ସଂଖ୍ୟାରେ ଶ୍ରଦ୍ଧାଳୁ ସମାଗମ ହୋଇ ଥିଲା। ସାଳନ୍ଦୀ ନଦୀରୁ ପାଣି ଉଠାଇ ନେତାଜୀ ନଗର ରେ ସ୍ଥାପିତ ହେଇଥିଲା। ସୁଶ୍ରୀ ରାସେଶ୍ୱରୀ ଦେବୀଜୀ କରକମଳ ରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା ବହୁ ସଦସ୍ୟ ସହିତ ପୂର୍ବତମ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ମହୋତ୍ସବରେ ଯୋଗଦାନ କରି ଶ୍ରଦ୍ଧାଳୁ ମାନଙ୍କ ସହିତ ଭଜନ ସଂକୀର୍ତ୍ତନ ରେ ସାମିଲ ହୋଇ ପ୍ରଭୁଙ୍କ ଆଶିର୍ବାଦ କୃପା ଲାଭ କରିବା ସହ ଜଗତ କଲ୍ୟାଣ ନିମନ୍ତେ ପ୍ରାର୍ଥନା କରିଛନ୍ତି ବିଜୁ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ ସାମଲ, ଭଦ୍ରକ ବ୍ଲକ ସଭାପତି ଶ୍ରୀ ପ୍ରଫୁଲ୍ଲ ନାୟକ, ପୂର୍ବତନ ବ୍ଲକ ସମ୍ପାଦକ ଶ୍ରୀ ରଘୁନାଥ ପଣ୍ଡା, ଭଦ୍ରକ ପୌରପାଳିକା ୱାର୍ଡ ନମ୍ବର ୧୦ ପାରିଷଦ ଙ୍କ ପ୍ରତିନିଧି ଶ୍ରୀ ପଙ୍କଜ ବଳ, ଯୁବନେତା ଶ୍ରୀ ଦେବଦର୍ଶନ ଦାସ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବରିଷ୍ଠ ଓ ଯୁବ ନେତୃମଣ୍ଡଳୀ ଉପସ୍ଥିତ ଥିଲେ।

Leave a Reply

Your email address will not be published. Required fields are marked *