ଗୋତୀର୍ଥ ଓ ସହିଦ ମନୋଜ ବେହେରା ଜନ୍ମ ପୀଠରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ

ଗୋତୀର୍ଥ ଓ ସହିଦ ମନୋଜ ବେହେରା ଜନ୍ମ ପୀଠରୁ ମୋ ମାଟି ମୋ ଦେଶ ପାଇଁ ମାଟି ସଂଗ୍ରହ।- ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ରେ ସାରା ଦେଶରେ ମୋ ମାଟି ମୋ ଦେଶ ଯାତ୍ରା କରିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ରାଜ୍ୟ ବିଜେପି ପକ୍ଷରୁ ନିମାପଡା ନିର୍ବାଚନ ମଣ୍ଡଳୀ ର ଯୁବ ନେତା ଦିଲୀପ ନାୟକ ଓ ପ୍ରଭାତୀ ପରିଡା ନ ନେତୃତ୍ୱରେ ଚାରିଛକ ମଣ୍ଡଳ ଥିବା ଅମରେଶ୍ଵର ଗୋତୀର୍ଥ ଠାରୁ “ମୋ ଦେଶ ମୋ ମାଟି “କାର୍ଯ୍ୟକ୍ରମ ରେ ଏକ ମାଟି ସଂଗ୍ରହ କାର୍ଯ୍ୟକ୍ରମ ଆରମ୍ଭ ହୋଇ ସହିଦ ମନୋଜ ବେହେରା ଙ୍କ ଜନ୍ମ ପୀଠ ରୁ ମାଟି ସଂଗ୍ରହ କରାଯାଇଥିଲା ।ଏହି ମାଟି ସଂଗ୍ରହ କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ବିଭୁପ୍ରସାଦ ତରାଇ ,୧୧ ନଂ ଜିଲାପରିସଦ ପ୍ରମୋନ୍ଦ ରାୟ ,ପୂର୍ବତନ ଜିଲାପରିସଦ ପୁର୍ଣଚନ୍ଦ୍ର ଓଝା ,ଚାରିଛକ ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ସ୍ୱାଇଁ ।ରଣଜିତ ରାଉତରାୟ ,ଶ୍ୟାମସୁନ୍ଦର ସାହୁ ,ଦୁର୍ଯ୍ୟୋଧନ ମହାନ୍ତି ,ଜ୍ୟୋତିରଞ୍ଜନ ପାତ୍ର ,ଭକ୍ତବନ୍ଧୁ ବିଶ୍ୱାଳ ,ଲକିବାଳା ନାୟକ , କୈଳାସ କର ,ଧୁଳ ସାହୁ ,ସୁଶାନ୍ତ ସ୍ୱାଇଁ ,ଅଜୟ ପରିଡା ,ରାଜକିଶୋର ନାୟକ ,ନିରଞ୍ଜନ ନାୟକ,ଅକ୍ଷୟ ପଡ଼ିଆରୀ ସହିତ ଶତାଧିକ କାର୍ୟ୍ଯକର୍ତା ଯୋଗଦେଇଥିଲେ ।

ନିମାପଡ଼ା ର ଶିଶିର କୁମାର ସ୍ବାଇଁ ଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *