ଅପ୍ରେଲ୨୩ ରୁ ୨୫ ଗୋଟିପୁଅ ନୃତ୍ୟୋତ୍ସବ

ପୁରୀ ୧୫/୪ ଗୋଟିପୁଅ ନୃତ୍ୟ ଓଡ଼ିଆ ସଂସ୍କୃତିର ଏକ ଅନନ୍ୟ ପ୍ରଦର୍ଶନ।ଏହା କୋଟି କୋଟି ଦର୍ଶକ ଙ୍କୁ ମନ୍ତ୍ରମୁଗ୍ଧ କରିଥାଏ ନିଜ ଉତ୍କୃଷ୍ଟ ପ୍ରଦର୍ଶନ ରେ।ରଘୁରାଜପୁର ର ଏହି ଚମତ୍କାର ନୃତ୍ୟ କୁ ନେଇ ଚଳିତ ମାସ ୨୩ ରୁ ୨୫ ତାରିଖ ପର୍ଯ୍ୟନ୍ତ ରଘୁରାଜପୁର ଗ୍ରାମରେ ଅନୁଷ୍ଠିତ ହେବାକୁ ଯାଉଛି ଗୋଟିପୁଅ ନୃତ୍ୟ ଉତ୍ସବ।ଏହି ଉତ୍ସବ କୁ ସୁଚାରୁ ରୁପେ ସମ୍ପର୍ଣ୍ଣ ପାଇଁ ଏକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନ ରେ ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଙ୍କ କାର୍ଯ୍ଯାଳୟରେ ଅନୁଷ୍ଠିତ ହୋଇଥିଲା।ଏଥିରେ ଅଧ୍ୟକ୍ଷତା କରି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏହି ଉତ୍ସବ କୁ ସଫଳ କରିବାକୁ ସମସ୍ତ ବିଭାଗ ପାରସ୍ପରିକ ସହଯୋଗ ମାଧ୍ୟମରେ କାର୍ଯ୍ୟ ସମ୍ପାଦନ ପାଇଁ ପରାମର୍ଶ ଦେଇଥିଲେ।


ଅନ୍ୟ ମାନଙ୍କ ମଧ୍ୟରେ ଏହି ବୈଠକରେ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜ କାନ୍ତ ପ୍ରଧାନ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,ଟିପିସିଓଡିଏଲର ନିର୍ବାହୀ ଯନ୍ତ୍ରୀ ସ୍ମୃତି ରଞ୍ଜନ ସ୍ୱାଇଁ, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା,ଚନ୍ଦନପୁର ଆଇଆଇସି ସୁମତୀ କୁମାରୀ ମହାନ୍ତି, ଗୋଟିପୁଅ ଅନୁଷ୍ଠାନ ର କାର୍ଯ୍ୟକାରୀ ସଭାପତି ବଦ୍ରି ମିଶ୍ର, ଅଭ୍ୟର୍ଥନା କମିଟି ଅଧ୍ୟକ୍ଷ ଶିବାଶିଷ ଖୁଣ୍ଟିଆ,ଗୋଟିପୁଅ ଅନୁଷ୍ଠାନର ସେବେନ୍ଦ୍ର ଦାସ ଓ ସଂଯୋଜକ ବସନ୍ତ କୁମାର ମହାରଣା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *