ସରକାରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରରେ ନିଶା ବେପାର ପେଣ୍ଠସ୍ତଳୀ ,ରୋଗୀଙ୍କ ସହଯୋଗୀ ଭୟଭୀତ , ସୁରକ୍ଷା ଦାବି

ନିମାପଡା :- ପୁରୀ ଜିଲ୍ଲା ଚାରିଛକ ଥାନା ପାଖରେ ଥିବା ସରକାରୀ ଡାକ୍ତରଖାନା ପରିସର ମଧ୍ୟରେ ଦୈନିକ ଲକ୍ଷ ଲକ୍ଷ ଟଙ୍କାର ଧଳା ଜହର ,ବ୍ରାଉନ ସୁଗାର ଓ ଗଞ୍ଜେଇ ବିକ୍ରି ହେଉଛି ବୋଲି ଅଞ୍ଚଳରେ ଅଭିଯୋଗ ହେଉଛି । ସୂଚନା ଥାଉକି ଚାରିଛକ ଅଞ୍ଚଳରେ ସରକାରୀ ସ୍ୱାସ୍ଥ୍ୟ କେନ୍ଦ୍ର ସହିତ ଚାରିଛକ ର ପ୍ରମୁଖ ସ୍ଥାନ ମାନଙ୍କରେ ପ୍ରଚୁର ପରିମାଣର ନାମୀ ବ୍ରାଣ୍ଡ ମଦ ସହିତ ଧଳା ଜହର ଓ ବ୍ରାଉନ ସୁଗାର ପ୍ରଚୁର ପରିମାଣରେ ବିକ୍ରି ହେଉଛି ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।ଯାହା ଫଳରେ ଏହି ସବୁ ପଞ୍ଚାୟତରେ ଥିବା ସ୍କୁଲ, କଲେଜ ପିଲା ଏହି ସବୁ ନିଶା ଖାଇ ଖରାପ ବାଟକୁ ଚାଲି ଯାଉଛନ୍ତି ବୋଲି ବୁଦ୍ଧିଜୀବୀ ମହଲରେ ସମାଲୋଚନା ହେଉଛି । ବିଭିନ୍ନ ପରିବାର ରେ ସ୍କୁଲ କଲେଜ ଛାତ୍ର ସହିତ ଯୁବକ ମାନେ ନିଶା ଖାଇବା ପାଇଁ ଟଙ୍କା ଲାଗି ପରିବାରରେ ଗଣ୍ଡଗୋଳର ସୃଷ୍ଟି କରୁଛନ୍ତି । ନିଶା ଖାଇବା ପାଇଁ ଚାରିଛକ ରେ ଥିବା ବ୍ୟାଙ୍କ କୁ ଆସୁଥିବା ଗ୍ରାହକ ମାନେ ଟଙ୍କା ରଖିବା ଏବଂ ଉଠାଇବା ପାଇଁ ଆସୁଥିବା ବ୍ୟକ୍ତି ମାନେ ପୂର୍ବରୁ ବହୁ ବାର ଟଙ୍କା ହଡ଼ପ ହେଉଥିବା ର ପୋଲିସ ରେ ବହୁ ଅଭିଯୋଗ ହୋଇଛି । ଚାରିଛକ ଏକମାତ୍ର ସରକାରୀ ଡାକ୍ତରଖାନାକୁ ଚାରିଛକ ସମେତ ନୟାହାଟ ,କାକଟପୁର ,ଅସ୍ତରଙ୍ଗ ,କୋଣାର୍କ, ପଲି ପ୍ରାୟ ୩୦ ରୁ ଉର୍ଦ୍ଧ୍ବ ପଞ୍ଚାୟତର ଲୋକ ଚିକିତ୍ସା ପାଇଁ ଆସିଥାନ୍ତି । ଉକ୍ତ ସ୍ୱାସ୍ଥ୍ୟ କେନ୍ଦ୍ର ର ପରିସର ମଧ୍ୟରେ କେତୋଟି ନିଧିଷ୍ଟ ସ୍ଥାନରେ ଦୈନିକ ନିଶା କାରବାର ହେଉଛି ବୋଲି ସାଧାରଣ ରେ ଚର୍ଚ୍ଚା ହେଉଛି । ଚାରିଛକ ମେଡ଼ିକାଲ ଛକ ରୁ ପଥରପଦା ରାସ୍ତାରେ କଡ଼ରେ ଆଲୁଅ ନ ଥିବାରୁ ସନ୍ଧ୍ୟା ହେଲେ ନିଶା ବେପାରୀ ଏବଂ ନିଶା ଖିଆ ଙ୍କ ବୃଦ୍ଧି ଘଟୁଛି ।ଯାହା ଫଳରେ ବିଭିନ୍ନ ଅଞ୍ଚଳରୁ ଆସୁଥିବା ରୋଗୀ ଙ୍କ ସହଯୋଗୀ ମାନେ ,ମହିଳା ,ଆଶା କର୍ମୀ ମାନେ ରାତ୍ର ସମୟରେ ରହିବା ଓ ଚଳପ୍ରଚଳ କରିବାରେ ଭୟ ଭିତ ମଣୁଛନ୍ତି । କିଛି ଦିନ ତଳେ କିଛି ନିଶାଖୋର ବ୍ୟକ୍ତି ଏକ ଭିନ୍ନକ୍ଷମ ରୋଗୀକୁ ମାଡ଼ ମାରିବା ସହିତ ଅଶ୍ଲୀସ ଭାଷାରେ ପୁଣି ଦିନ ରେ ଘଟୁଥିବା ଦୃଶ୍ୟ ସୋସିଆଲ ମିଡିଆରେ ମୋବାଇଲି କୁ ମୋବାଇଲି ଘୁରି ବୁଲୁଥିବା ଦେଖିବାକୁ ମିଳିଥିଲା । ତୁରନ୍ତ ଏହି ସ୍ୱାସ୍ଥ୍ୟ କେନ୍ଦ୍ର ପରିବେଶ ମଧ୍ୟରେ ନିଶା କାରବାର ରୋକିବା ସହିତ ରାସ୍ତା ରେ ଅଲୋକ ଲଗାଇବା ଓ ସ୍ୱାସ୍ଥ୍ୟ କେନ୍ଦ୍ର ପରିସର ମଧ୍ୟରେ ରାତ୍ରି ରେ ଏକ ପୋଲିସ କୁ ରାତ୍ର ସୁରକ୍ଷା ପାଇଁ ବ୍ୟବସ୍ତା କରିବା ପାଇଁ ୫ ଟି ସଚିବ ,ପୁରୀ ଜିଲ୍ଲାପାଳ , ଚାରିଛକ ସରକାରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ଭାରପ୍ରାପ୍ତ ଅଧିକାରୀ ଓ ରୋଗୀ କଲ୍ୟାଣ ସମିତି ସଭାପତି ଦୃଷ୍ଟି ଦେବାକୁ ସାଧାରଣ ରେ ଦାବି କରିଛନ୍ତି ।