ଗ୍ରାହକ ସେବା କେନ୍ଦ୍ରକୁ ସି ଏସ ପି ପ୍ଲସରେ ଅନ୍ତର୍ଭୁକ୍ତ ଦାବୀ

ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପ୍ରତି ପଞ୍ଚାୟତରେ ବ୍ୟାଙ୍କ ସେବା ଯୋଗାଇ ଦେବା ନିମନ୍ତେ ଗ୍ରାହକ ସେବା କେନ୍ଦ୍ର (ସିଏସ୍) ଖୋଲିଛି। ରାଜ୍ୟ ସରକାର ସିଏସ୍ପି ପ୍ଲସ୍ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଉକ୍ତ ସିଏସ୍ପି ପ୍ଲସ୍ ଯୋଜନାରେ ଗ୍ରାହକ ସେବା କେନ୍ଦ୍ର କୁ ଅନ୍ତର୍ଭୁକ୍ତ କରିବା ପାଇଁ ଗ୍ରାହକ ସେବା କେନ୍ଦ୍ର ଅଧିକାରୀମାନେ ଦାବି କରିଛନ୍ତି । ଏନେଇ ସ୍ମାରକପତ୍ର କ ନୂଆଗାଁ ବି ଡି ଓ ଙ୍କୁ ଦାବି ପତ୍ର ପ୍ରଦାନ କରିଛନ୍ତି ।
ସେବା ନିମନ୍ତେ ଯେଉଁ ନୂତନ ସିଏସ୍ପି ପ୍ଲସ୍ ଯୋଜନା କରିଛନ୍ତି ତାହା ପୂର୍ବରୁ ରହିଥିବା ଭାରତୀୟ ଷ୍ଟେଟ ବ୍ୟାଙ୍କର ଗ୍ରାହକ ସେବା କେନ୍ଦ୍ରଙ୍କୁ ଅନ୍ତର୍ଭୁକ୍ତ କରାଗଲେ ସେମାନେ ଦୀର୍ଘ ଦଶ ବର୍ଷ ଧରି ଚାଲିଥିବା ସେବା କାର୍ଯ୍ୟ ଚାଲୁ ରହିବ ବୋଲି ମତ ପ୍ରକାଶ କରିଛନ୍ତି। ଦାବିପତ୍ର ଦେବା ସମୟରେ କ ନୂଆଗାଁ ବ୍ଳକର ସମସ୍ତ ଗ୍ରାହକ ସେବା କେନ୍ଦ୍ର ଅଧିକାରୀ ଉପସ୍ଥିତ ଥିଲେ ।
ସେବା କେନ୍ଦ୍ର ମାନେ ବଣଜଙ୍ଗଲ ବୁଲି ଲୋକଙ୍କୁ ସେବା ଯୋଗାଇ ଆସୁଛନ୍ତି। ଏନେଇ ସିଏସ୍ପି ପ୍ଲସ୍ କେନ୍ଦ୍ରରେ ସମସ୍ତ ଗୁହକ ସେବା କେନ୍ଦ୍ରକୁ ସାମିଲ କରାଯିବା ନେଇ ବିଡିଓଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଦାବିପତ୍ର ପ୍ରଦାନ ସମୟରେ ଗ୍ରାହକ ସେବା କେନ୍ଦ୍ର ଅଧିକାରୀ ରଶ୍ମି ରଞ୍ଜନ ପ୍ରଧାନ, ଆଲୋକ ଦିଗାଲ, ରାଜନୀକାନ୍ତ ସାହୁ, ମନୋକ ଦିଗାଲ, ରନ୍କର ଦିଗାଲ ଉପସ୍ଥିତ ଥିଲେ।
ଗ୍ରାହକ କେନ୍ଦ୍ର ବିଭିନ୍ନ ଯୋଜନାରେ ମିଳୁଥିବା ସରକାରୀ ସହାୟତା ଟଙ୍କା ନେଣ ଦେଣରେ ଗ୍ରାହକ ସେବା କେନ୍ଦ୍ର ପ୍ରମୁଖ ଭୂମିକା ଗ୍ରହଣ କରି ଆସୁଛି। ଏପରିକି ଆବଶ୍ୟକ ସ୍ଥଳେ ଲୋକଙ୍କ ଘରକୁ ଯାଇ ମଧ୍ୟ ସେବା ପ୍ରଦାନ କରାଯାଉଛି।
