ବାଇକ ଦୁର୍ଘଟଣାରେ ଚାଲିଗଲା ଦାଦା ଓ ପୁତୁରାଙ୍କ ଜୀବନ

କାମାକ୍ଷାନଗର,୫/୫- ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ ।ଦାଦା ଓ ପୁତୁରା ମୃତ।କଙ୍କଡାହାଡ ଥାନା ବନ୍ଦାଣିଆ ଗ୍ରାମ ନିକଟରେ ଦୁର୍ଘଟଣା।ମୃତକ ଦ୍ବୟ ହେଲେ ଟାଟାମାଇନସ ଗ୍ରାମ ମଲ୍ଲାର ସାହିର ଦାଦା ଡୁଗୁ ମାଙ୍କଡିଆ ଓ ପୁତୁରା ସିଦ୍ଧାନ୍ତ ମାଙ୍କଡିଆ।ସୂଚନା ମୁତାବକ ଉଭୟ ସକାଳେ ବଜାଜ ପଲସର ଗାଡିର କିସ୍ତି ଦେବାକୁ କାମାକ୍ଷାନଗର ଆସୁଥିଲେ। ଭାରସାମ୍ୟ ହରାଇ ରାସ୍ତା କଡରେ ଥିବା ଏକ ଗଛରେ ପିଟି ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ କାମାକ୍ଷାନଗର ମେଡିକାଲରେ ଚିକିତ୍ସା ପାଇିଁ ଆଣିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଖବର ପାଇ କଙ୍କଡାହାଡ଼ ପୋଲିସ ଘଟଣା ସ୍ଥଳକୁ ଯାଇ ବାଇକକୁ ଜବତ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

ରିପୋର୍ଟ- ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।

Leave a Reply

Your email address will not be published. Required fields are marked *