ରାଉରକେଲା ଅବକାରୀ ବିଭାଗକୁ ବଡଧରଣର ସଫଳତା

ଅବକାରୀ ବିଭାଗ ଅଧୀକ୍ଷକଙ୍କ ତତ୍ତ୍ଵାବଧାନରେ ରାଉରକେଲା ରେ ଏକ ଚଢ଼ାଉ କରାଯାଇଥିଲା । ଏହି ଚଢ଼ାଉରେ ବିଭାଗକୁ ଏକ ବଡଧରଣର ସଫଳତା ମିଳିଥିଲା। ଚଢ଼ାଉ ସମୟରେ ନକଲି ବିଦେଶୀ ମଦ ବୋଝେଇ ଏକ ଅଟୋ ନମ୍ବର ଓଡ଼ି ୧୪ ଏଲ୍ ୧୬୩୫ ଓ ଏକ ହେରୋ ଗ୍ଲାମର୍ ବାଇକ୍ (କଳା ରଙ୍ଗର) ନମ୍ବର ଓଡି ୧୪ ପି ୧୧୫୩ଓ ଏକ ହୋଣ୍ଡା ଏକ୍ଟିଭା ୪G (କଳା ରଙ୍ଗର) ନମ୍ବର ଓଡ଼ି ୧୪ କେ ୮୧୯୪ ଜବତ କରାଯିବା ସହିତ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି । ଗିରଫ ଅଭଯୁକ୍ତମାନଙ୍କ ମଧ୍ୟରୁ ଗୋପବନ୍ଧୁପାଲିର ହମିଦ ଖାଁ @ କଲୁ ୪୪ବର୍ଷ, ସେକ୍ଟର-୧୯ର ଦୀପକ ଗୌଡ ୪୨ ବର୍ଷ, ବାସନ୍ତୀ କଲୋନିରେ ଶିବ ହିନ୍ଦୋଚା ୪୩ ବର୍ଷ, ଉଦିତନଗରର ଅବତାର ସିଂହ ୩୪ ବର୍ଷ ଓ C3-L2 ଛେଣ୍ଡ କଲୋନିରେ ଦିଲ୍ଲୀପ ବେହେରା ୫୪ ବର୍ଷ। ପୂର୍ବରୁ ମାଷ୍ଟର ମାଇଣ୍ଡ ହମିଦ ଖାଁଙ୍କ ନାମରେ ଏସ୍.ଡି.ଜେ.ଏମ. କୋର୍ଟ ବଣାଇ କେସ ନମ୍ବର 2(a) CC No- 60/2022 ଓ ମାଷ୍ଟର ମାଇଣ୍ଡ ଦୀପକ ଗୌଡଙ୍କ ନାମରେ ଏସ୍.ଡି.ଜେ.ଏମ. କୋର୍ଟ ରାଉରକେଲା କେସ ନମ୍ବର 2(a) CC ନମ୍ବର – 749/2022 ଅଛି। ଏହି ଚଢ଼ାଉରେ ଏମ୍ପୋରିଆଲ ଗୋଲ୍ଡ ବ୍ରାଣ୍ଡର ୧୨୦ ବୋତଲ ଓ ରୟାଲ ଷ୍ଟାଗ ବ୍ରାଣ୍ଡ ର ବହୁ ନକଲି ମଦ ବୋତଲ ଜବତ ହେବା ସଙ୍ଗେ ଇମ୍ପେରିଆଲ ବ୍ଲୁ ଓ ରୟାଲ ଷ୍ଟାଗ ର ନକଲି ଲେବଲ୍ ଓ ରାଜ୍ୟ ସରକାରଙ୍କ ନକଲି ସିଲ୍ ଓ ୨୦୦ଟି ଖାଲି ମଦ ବୋତଲ, ୪୯୭ଟି କର୍କ ମଧ୍ୟ ଜବତ ହୋଇଛି। ଆଜି ଅବକାରୀ ବିଭାଗ ତରଫରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦିଆ ଯାଇଛି।ରାଉରକେଲା ରୁ ମନୋଜ ଶତପଥୀ ଙ୍କ ରିପୋର୍ଟ ତୀର୍ଥକ୍ଷେତ୍ର

Leave a Reply

Your email address will not be published. Required fields are marked *