ସବୁଜ ପରିବେଶ ସବୁଜ ସାହିତ୍ୟ
ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ୍ ଟ୍ରଷ୍ଟ୍ ଖୋର୍ଦ୍ଧା୨୦୩୦ ସବୁଜ ପରିବେଶ ସବୁଜ ସାହିତ୍ୟ ସୃଷ୍ଟି ସଂକଳ୍ପ ନିଆଗଲା,ତା ୦୬-୦୭-୨୩ ଶ୍ରୀଜଗନ୍ନାଥ ସେବା ପ୍ରତିଷ୍ଠାନ ଫାଉଣ୍ଡେସନ୍ ଟ୍ରଷ୍ଟ ଖୋର୍ଦ୍ଧା ପକ୍ଷରୁ ଆଜି ପୂର୍ବାହ୍ନ ୧୧ଘଟିକା ସମୟରେ ୭୪ ତମ ବନ ମହୋତ୍ସବ ପାଳନ ଅବସରରେ ବୃକ୍ଷ ପୂଜନ, ବୃକ୍ଷ ରୋପଣ, ଚାରା ବଣ୍ଟନ କାର୍ଯ୍ୟକ୍ରମ ଭୁବନେଶ୍ୱର ସ୍ଥିତ ଉତ୍କଳ ବିଶ୍ବ ବିଦ୍ୟାଳୟ (ବାଣୀବିହାର ) ପରିସର ମଧ୍ୟରେ ଥିବା ଜଗନ୍ନାଥ ମନ୍ଦିର ଓ ଶିବ ମନ୍ଦିର ଚତୁଃପାର୍ଶ୍ବରେ ଅନୁଷ୍ଠିତ ହୋଇଯାଇଛି ।ଏଠାରେ ବିଭିନ୍ନ ପ୍ରକାର ଔଷଧୀୟ ଗଛ, ଫୁଲ ଗଛ ଓ ଅନ୍ୟାନ୍ୟ ଗଛ ୧୦୦ ରୁ ଅଧିକ ସ°ଖ୍ୟାରେ ରୋପଣ କରା ଯାଇ ଥିଲା । ଆଗାମୀ ଦିନ ମାନଙ୍କରେ ସମସ୍ତ ଜିଲ୍ଲା, ସହର, ଗ୍ରାମ ପଞ୍ଚାୟତରେ ୨୦୦୦ ବୃକ୍ଷ ରୋପଣ କରିବା ପାଇଁ ଶପଥ ଗ୍ରହଣ କରାଯାଇଥିଲା । ଅନୁଷ୍ଠାନର ସଭାପତି ଶ୍ରୀ ଚକ୍ରଧର ତ୍ରିପାଠୀ ଓ ମହେଶ୍ବର ସାହୁଙ୍କ ନେତୃତ୍ୱରେ ” ପରିବେଶ ସୁରକ୍ଷା ” ଉପରେ ପର୍ଯ୍ୟବେସିତ ଏକ କ୍ଷୁଦ୍ର ନାଟିକା ପରିବେଷଣ କରାଯାଇଥିଲା । ନିଶିଗନ୍ଧାର ନୀରିକ୍ଷକ କବି ସୌରଭ କୈଳାଶଚନ୍ଦ୍ର ବେହେରାଙ୍କ ରଚିତ ଓ ଶ୍ରୀମତୀ ଐଶ୍ବରିୟା ମହାପାତ୍ରଙ୍କ କଣ୍ଠଦାନରେ ପ୍ରସ୍ତୁତ ହୋଇଥିବା *ଆମ ପରିବେଶ* ଶୀର୍ଷକ ଗୀତି କବିତାର ଭିଡିଓ ସମସ୍ତଙ୍କ ସମ୍ମୁଖରେ ପରିବେଷଣ କରା ଯାଇଥିଲା । ଗୀତି କବିତାଟି ଶୁଣି ସମସ୍ତେ ଭୂରି ଭୂରି ପ୍ରଶ°ସା କରିଥିଲେ । ଆଜିକାର କାର୍ଯ୍ୟକ୍ରମରେ ନାଟ୍ୟକାର ଓ ନାଟ୍ୟ ନିର୍ଦ୍ଦେଶକ ଅଧ୍ୟାପକ ପ୍ରଭାତ କୁମାର ମହାରଣା , ଶ୍ରୀ ଵଳରାମ ତରାଇ , ସସ୍ମିତା ମହାପାତ୍ର , ଶ୍ରୀ ବ°ଶୀଧର ଦାଶ, ଶ୍ରୀ ମହାଦେବ ସାହୁ , କୁନି ସେନାପତି ଓ ମନ୍ଦିର ପୂଜକମାନେ ଉପସ୍ଥିତ ଥିଲେ । ପ୍ରଥମେ ବେଲ ଓ ଅଁଳା ବୃକ୍ଷକୁ ପୂଜା କରାଯାଇ ବୃକ୍ଷ ରୋପଣର ଶୁଭାରମ୍ଭ ହୋଇଥିଲା । *ଜଗା ପାଇଁ ଗଛଟିଏ ଓ ଗୋଟିଏ ଗଛ କୋଟିଏ ଜୀବନ* ଅମୃତ ନାରା ଦେଇ ବୃକ୍ଷ ରୋପଣର କାର୍ଯ୍ୟକୁ ସମାପନ କରା ଯାଇଥିଲା । ଉତ୍କଳ ବିଶ୍ବ ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଉଚ୍ଚ ବିଦ୍ୟାଳୟକୁ ୨୫ ଟି ଚାରା ପ୍ରଦାନ କରାଯାଇଥିଲା ।