ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅନୁଷ୍ଠିତ

ପୁରୀ ଜିଲ୍ଲା ସ୍ତରୀୟ ଅଭିଯୋଗ ଶୁଣାଣି ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଙ୍କ ଅଧ୍ୟକ୍ଷତାରେ ଆଜି ଅନୁଷ୍ଠିତ ହୋଇ ଥିଲା। ଏଥିରେ ମୋଟ ୪୮ ଗୋଟି ଅଭିଯୋଗ ମିଳିଥିଲା ।ଏଥିରେ ୪୭ ଗୋଟି ବ୍ୟକ୍ତିଗତ ଓ ୧ ଟି ଗ୍ରାମ ସମସ୍ୟା ସମ୍ପର୍କରେ ଥିଲା।ଅଭିଯୋଗ ଗୁଡିକ ର ଆଇନ ଅନୁସାରେ ଅନୁଧ୍ୟାନ କରି ଯଥାଶୀଘ୍ର ସମାଧାନ ପାଇଁ ବିଭିନ୍ନ ବିଭାଗକୁ ପ୍ରେରଣ କରାଯାଇଥିଲା।ଚିକିତ୍ସା ସହାୟତା, ବିଭିନ୍ନ ଆବାସ ଯୋଜନା ସମ୍ପର୍କରେ ଅଭିଯୋଗ ମାନ ଆସିଥିଲା।
ଅନ୍ୟ ମାନଙ୍କ ମଧ୍ୟରେ ଉପଜିଲ୍ଲାପାଳ ଭବତାରଣ ସାହୁ,ଅଭିଯୋଗ ପ୍ରକୋଷ୍ଠ ଅଧିକାରୀ ପ୍ରିୟଦର୍ଶିନୀ ମଲ୍ଲିକ, ଜିଲ୍ଲା ଜରୁରୀ ଅଧିକାରୀ ଆଶୁତୋଷ ଦେ ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଏହି ଶୁଣାଣିରେ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *