ଆଇପିଏଲ ୨୦୨୩ର ଶେଷ ଲିଗ ମ୍ୟାଚରେ ଜିଟି-ଆରସିବି ମୁହାଁମୁହିଁ, ବର୍ଷା ଆଶଙ୍କା

ବେଙ୍ଗାଲୁରୁ,୨୧।୫ : ଆଇପିଏଲ ୨୦୨୩ର ୭୦ ତମ ତଥା ଶେଷ ଲିଗ ମ୍ୟାଚ ବେଙ୍ଗାଲୁରୁର ଏମ ଚିନ୍ନାସ୍ବାମୀ ଷ୍ଟାଡିୟମରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଏବଂ ଗୁଜରାଟ ଟାଇଟାନ୍ସ(ଜିଟି)ମଧ୍ୟରେ ଖେଳାଯିବ। ଜିଟି ଟେବୁଲ ଟପ୍ପର ଭାବରେ ପ୍ଲେ ଅଫ ରେ ପହଞ୍ଚିଥିବାବେଳେ ଆରସିବି ପାଇଁ ଏହି ମ୍ୟାଚ ଜିତିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏଠାରେ ଏକ ବିଜୟ ଦଳକୁ ଶେଷ -୪କୁ ନେଇପାରେ ଏବଂ ଏକ ପରାଜୟ ଦଳର ପରବର୍ତ୍ତୀ ଯାତ୍ରାକୁ ଶେଷ କରିପାରେ। କିନ୍ତୁ ଏହି ସମୟରେ ବାଙ୍ଗାଲୋରର ପାଣିପାଗକୁ ଦେଖିଲେ ଆଜିର ବର୍ଷା ଆରସିବିର ଆଶାକୁ ନିରାଶାରେ ପରିଣତ କରିପାରେ ବୋଲ ଆଶଙ୍କା କରାଯାଉଛି।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦଳରେ ଫଫ ଡୁ ପ୍ଲେସିସ (ଅଧିନାୟକ), ଅନୁଜ ରାୱତ (ଓ୍ବିକେଟ କିପର), ବିରାଟ କୋହଲି, ଗ୍ଲେନ ମ୍ୟାକ୍ସୱେଲ, ମହିପାଲ ଲୋମୋର, ମାଇକେଲ ବ୍ରେସୱେଲ, ଶାହାବାଜ ଅହମ୍ମଦ, ୱେନ ପାର୍ନେଲ, ହର୍ଷଲ ପଟେଲ, କର୍ନ ଶର୍ମା, ମହମ୍ମଦ ସିରାଜ, ଦୀନେଶ କାର୍ତ୍ତିକ, ବିଜୟକୁମାର ଭାଇସ ଶର୍ମା, ସୁୟାଶ ପ୍ରଭାସସେ, କେଦାର ଯାଦବ, ସିଦ୍ଧାର୍ଥ କୌଲ, ୱାନିଣ୍ଡୁ ହାସାରଙ୍ଗା, ଜୋସ ହାଜଲେଉଡ, ଫିନ ଆଲେନ, ମନୋଜ ଭଣ୍ଡେଜ, ଆକାଶ ଦୀପ, ରାଜନ କୁମାର, ଅବିନାଶ ସିଂ, ସୋନୁ ଯାଦବ ପ୍ରମୁଖ ଅଛନ୍ତି।

ଗୁଜରାଟ ଟାଇଟାନ୍ସ ଦଳରେ ରିଦ୍ଧିମାନ ସାହା (ଓ୍ବିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମାନ ଗିଲ, ସାଇ ସୁଦର୍ଶନ, ଡେଭିଡ ମିଲର, ଦସୁନ ଶାନାକା, ରାହୁଲ ତେୱାଟିଆ, ରସିଦ ଖାନ, ମୋହିତ ଶର୍ମା, ମହମ୍ମଦ ଶାମି, ନୁର ଅହମ୍ମଦ, ଯଶ ଦିନଲ, ଶ୍ରୀକର ଭାରତ, ବିଜୟ ଶଙ୍କର , ଦର୍ଶନ ନାଲକାଣ୍ଡେ, ରବିଶ୍ରୀନିବାସନ ସାଇ କିଶୋର, ଶିବମ ମାଭି, ମାଥ୍ୟୁ ୱେଡ, ଅଲଜାରି ଜୋସେଫ, ଅଭିନାଭ ମନୋହର, ଓଡେନ ସ୍ମିଥ, ଜୟନ୍ତ ଯାଦବ, ପ୍ରଦୀପ ସାଙ୍ଗୱାନ, ଉର୍ବିଲ ପଟେଲ ପ୍ରମୁଖ ଅଛନ୍ତି।

Leave a Reply

Your email address will not be published. Required fields are marked *