ଉଦଘାଟନର ୧୦ ଦିନ ଭିତରେ ଭାଙ୍ଗିଲା ଯାତ୍ରୀ ବିଶ୍ରାମ ଗାରର ଷ୍ଟିଲରଡ

ସୋରଡା- ଗଞ୍ଜାମ ଜିଲ୍ଲା ସୋରଡା ଏନ ଏ ସି ରେ ଯେତେ ଅଧିକ ବିକାଶ କଥା ଶାସକ ଦଳ କହୁଛି ସେତେ ଅଧିକ ଦୁର୍ନୀତି ଦିନ କୁ ଦିନ ସାମ୍ନା କୁ ଆସୁଛି। କୌଣସି ଏକ ବୈଠକ କିମ୍ବା ସ୍ଵତନ୍ତ୍ର ଦିନ ରେ କିଛି ଉଦ୍ଘାଟନ କରିବା ପାଇଁ ଯେମିତି ନିଶା ଘାରିଛି ସେମିତି ନିମ୍ନ ମାନର କାମ ମଧ୍ୟ ସାମ୍ନା କୁ ଆସିଛି। ଏମିତି ଏକ ଘଟଣା ଦେଖିବାକୁ ମିଳିଛି ସୋରଡା ଗଣିଛକ ନିକଟ ରେ ନବନିର୍ମିତ ଯାତ୍ରୀ ବିଶ୍ରାମା ଗାର। ସୋରଡା ରେ ଏକ ଯାତ୍ରୀ ବିଶ୍ରାମ ଗାର ପାଇଁ ସୋରଡା ଏନ ଏ ସି ତରଫରୁ ଜୋରସୋର ରେ କାର୍ଯ୍ୟ ଆରମ୍ଭ ହୋଇଥିଲା। ଏହା ର ଉଦ୍ଘାଟନ ଜୁଲାଇ ୨୭ ତାରିଖ ରେ ହୋଇଥିଲା। ତେବେ ୧୦ ଦିନ ଭିତରେ ଉନ୍ନତ ମାନ ର କାମ ର ନମୁନା ଏବେ ଦେଖିବାକୁ ମିଳିଛି। ଗତ ଜୁଲାଇ ୨୭ ତାରିଖ ରେ ମହରମ ଅବସର ରେ ସୋରଡା ଏନ ଏ ସି ର କାଉନ୍ସିଲର ଙ୍କ ବୈଠକ ଆୟୋଜନ କରଯାଇଥିଲା। ଏହି ଅବସର ରେ ଯାତ୍ରୀ ବିଶ୍ରାମ ଗାର ର ଉଦ୍ଘାଟନ ଲକ୍ଷ ରଖାଯାଇଥିଲା। ତେଣୁ ଜୋରସୋର ରେ କାମ ମଧ୍ୟ ଚାଲିଥିଲା। ବୈଠକ ସରିଲା ପରେ ମୁଖ୍ୟ ଅତିଥି ଭାବେ ସୋରଡା ବିଧାୟକ ପୂର୍ଣ୍ଣ ଚନ୍ଦ୍ର ସ୍ଵାଇଁ ,ଏନ ଏ ସି ଅଧକ୍ଷ୍ୟ ଶିବ ଶଙ୍କର ପଣ୍ଡା କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁତିକୃଷ୍ଣ ପାତ୍ର, ମୁକ୍ତା ସଂଯୋଜକ ଯତୀନ୍ଦ୍ର ତ୍ରିପାଠୀ ବି ଜେ ଡି ର ସମସ୍ତ କାଉନ୍ସିଲର ଏହି ଯାତ୍ରୀ ବିଶ୍ରାମ ଗାର କୁ ଉଦ୍ଘାଟନ କରିଥିଲେ। ହେଲେ ଏହା ର ୧୦ ଦିନ ଭିତରେ ସୋରଡା ଏନ ଏ ସି ର ଉନ୍ନତ ମାନର କାମ ଆଜି ଦେଖିବାକୁ ମିଳିଛି। ଯାତ୍ରୀ ବିଶ୍ରାମ ଗାର ର ପାହାଚ ରେ ଲାଗିଥିବା ମାର୍ବଲ ପ୍ଳେଟ ସବୁ ଭାଙ୍ଗି ଯାଇଥିବା ବେଳେ ଯାତ୍ରୀ ମାନେ ଶୃଙ୍ଖଳିତ ଭାବେ ଯିବା ପାଇଁ ଲାଗିଥିବା ସ୍ଟିଲ ରଡ ମଧ୍ୟ ଉପୁଡି ପଡିଛି। ଯାହାକୁ ଦେଖିଲେ ସ୍ପଷ୍ଟ ଅନୁମାନ କରିହେବ ଜେ ଅତି ନିମ୍ନ ମାନର କାମ କରାଯାଇଛି। ସବୁଠାରୁ ଗୁରୁତ୍ଵ ହେଲା ବର୍ତମାନ ସୋରଡା ଏନ ଏ ସି ରେ ଅନେକ ପ୍ରକଳ୍ପ କାମ ହେଉଛି ଏବଂ ଉଦ୍ଘାଟନ ମଧ୍ୟ ହେଉଛି। ଫଳକ ରେ ମୁଖ୍ୟ ଅତିଥି ଓ ସମ୍ମାନିତ ଅତିଥି ଙ୍କ ନାମ ମଧ୍ୟ ଲେଖା ହେଉଛି । କିନ୍ତୁ ପ୍ରକଳ୍ପ ବିଷୟରେ କୌଣସି ସୂଚନା ନଥାଉଛି। ପ୍ରକଳ୍ପ କାହାର, ଏଥି ପାଇଁ କେତେ ଟଙ୍କା ଅଟକଳ କରାଯାଇଛି, କାମ କେବେ ଆରମ୍ଭ ହେଇଛି, କାମ କାହାକୁ ଏବଂ କେଉଁ ସଂସ୍ଥା କୁ ଦିଆଯାଇଛି, ପ୍ରକଳ୍ପ ପାଇଁ କେତେ ଟଙ୍କା ଅର୍ଥ ମଞ୍ଜୁର ହୋଇଛି, କେଉଁ ଯୋଜନା ରେ ଅନ୍ତର୍ଭୁକ୍ତ ଏହି ପ୍ରକଳ୍ପ ଏହିପରି କୌଣସି ସୂଚନା ଦିଆଯାଉ ନାହିଂ। ଫଳରେ ଉକ୍ତ ଯୋଜନା ସମ୍ପର୍କରେ କେହି ମଧ୍ୟ କିଛି ସୂଚନା ପାଉ ନାହାନ୍ତି। ଏହି ଯାତ୍ରୀ ବିଶ୍ରାମ ଗାର ଟି ସରକାଙ୍କ କେଉଁ ଯୋଜନା ଅନ୍ତର୍ଗତ ତାହା ମଧ୍ୟ ସ୍ପଷ୍ଟ ନାହିଂ। ବର୍ତମାନ ସରକାର ଅର୍ବାନ ଇନଫ୍ରା ଓ ମୁକ୍ତା ଯୋଜନା ମାଧ୍ୟମ ରେ କୋଟି କୋଟି ଟଙ୍କା ଖର୍ଚ କରୁଛନ୍ତି। ଏହି ସବୁ କାମ ଏକ ସ୍ଵୟଂ ସହାୟକ ଗୋଷ୍ଠୀ ଙ୍କୁ ଦିଆଯାଉଛି ଯାହାର ତଦାରଖ ମୁକ୍ତା ସଂଯୋଜକ ଓ ସମ୍ପୃକ୍ତ ଜନ୍ତ୍ରୀ ଙ୍କ ଦାଇତ୍ଵ। ତେବେ ଏହି ନିମ୍ନ ମାନର କାମ କେଉଁ ସହାୟକ ଗୋଷ୍ଠୀ ଙ୍କୁ ଦିଆଯାଇଥିଲା ନା ବ୍ୟକ୍ତି ବିଶେଷ କରିଥିଲେ ତାହା ସନ୍ଦେହ ଘେରରେ। ତେବେ କାମ ଯିଏ କରିଲେ ମଧ୍ୟ ଏଠି ତଦନ୍ତ ହେବା କଷ୍ଟ। ଜିଲ୍ଲା ସହରାଞ୍ଚଳ ସଂସ୍ଥା ଏଥି ପ୍ରତି ଧ୍ୟାନ ଦେବା ସହ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି।