ସୋରଡା ଉପଡାକବିଭାଗ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ

ସୋରଡ଼ା –ଗଞ୍ଜାମ ଜିଲ୍ଲା ସୋରଡା ବ୍ଲକ ଅଧିନସ୍ଥ ସୋରଡା ଉପ ଡାକବିଭାଗ ତରଫରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ସହ ଏକ ବାଇକ ରାଲି ଅନୁଷ୍ଠିତ ହୋଇଛି । ଏହି କାର୍ଯ୍ୟକ୍ରମ ଆସିକା ଡାକମଣ୍ଡଳ ଅଧିକ୍ଷକ କିରଣମାଳା ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଓ ମୁଖ୍ୟାଳୟ ର ସହକାରୀ ଡାକ ଅଧୀକ୍ଷକ ସ୍ୱାଗତିକା ପାଳ ଏବଂ ଡାକ ନିରୀକ୍ଷିକା ଶ୍ରାବଣୀ ପ୍ରଧାନଙ୍କ ସଂଯୋଜନା ରେ ସୋରଡା ଉପ ଡାକବିଭାଗ ଠାରୁ ଏକ ଶୋଭାଯାତ୍ରା ବାହାରି ସୋରଡା ଥାନା, ତହସିଲ କାର୍ଯ୍ୟାଳୟ ସହ ବିଭିନ୍ନ ଶିକ୍ଷା ଅନୁଷ୍ଠାନ ଯେପରିକି ଆଦର୍ଶ ବିଦ୍ୟାଳୟ, ଋଷିକୂଲ୍ୟା ମହା ବିଦ୍ୟାଳୟ ସହ ସମ୍ପୂର୍ଣ୍ଣ ନଗର ପରିକ୍ରମା କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମ ରେ ସୋରଡା ଡାକପାଳ ଏସ. କାମେଶ୍ୱର ପାତ୍ର ପରିଚାଳନା କରିଥିବା ବେଳେ ଡାକ ସହାୟକ ବିନାୟକ କିଷାନ, ସୀତାରାମ ନାୟକ, ମେଇଲ ଓଭେରସର ରବିନ୍ଦ୍ର ପ୍ରଧାନ ସହ ପୋଷ୍ଟ ମ୍ୟାନ ବାଳକୃଷ୍ଣ ମଲିକ ,ସଞ୍ଜୟ ସାହୁ ଓ ରଞ୍ଜନ ନାୟକ ବିଭିନ୍ନଶାଖା ଡାକ ବିଭାଗର ପୋଷ୍ଟ ମାଷ୍ଟର ଏବଂ ଆସିଷ୍ଟାଣ୍ଟ ବ୍ରାଞ୍ଚ ପୋଷ୍ଟ ମାଷ୍ଠେର ଗେଂଜା ଗ୍ରାମର ଧୋବା ଗୌଡ଼, ଲାଠିପଡା ଗ୍ରାମର ସାଇ ରାମେଶ୍ୱର ପିଟା, ରଣବା ଗ୍ରାମର ଆଦିତ୍ୟ ପାଣିଗ୍ରାହୀ,ସରବାଡି ଗ୍ରାମର ନିରଞ୍ଜନ ବାଡ଼ତିଆ, ରତ୍ନପୁର ଗ୍ରାମର ପୂର୍ଣ୍ଣଚନ୍ଦ୍ର ବେବର୍ତ୍ତା ପତ୍ତନାୟକ, ସୋରିଷବିଲ୍ଲୀ ଗ୍ରାମର ବିଷ୍ଣୁପ୍ରିୟା ନାୟକ, ଅମୃତୁଲୁ ଗ୍ରାମର କ୍ରିଷ୍ଣା ବଲ୍ଲଭ ମଲ୍ଲିକ,ହୁକୁମା ଗ୍ରାମର ସଂଯୁକ୍ତା ପ୍ରଧାନ, ଅନ୍ତର୍ଯ୍ୟାମୀ ପ୍ରଧାନ, ଗୋପାଳପୁର ଶାସନ ଗ୍ରାମର ସୁଦୀପ୍ତ। ସାହୁ, ପାଲକାଟୁ ଗ୍ରାମର ମାନସ ରଞ୍ଜନ ସାହୁ ଓ ବଡ଼ ବଦାଙ୍ଗି ସୁଦେଵ ପ୍ରସାଦ ପାତ୍ର ,ଯେ ଜାତବାଡି ଗ୍ରାମର ସନ୍ତୋଷ କୁମାର ସାହୁ, ଶରତ କୁମାର ମହାପାତ୍ର ଉପସ୍ଥିତ ଥିଲେ ।