ହରଘର ତ୍ରିରଙ୍ଗା ଶୋଭାଯାତ୍ରା

ଭାରତ ମାତା କି ଜୟ, ବନ୍ଦେ ମା ତରମ ରେ ପ୍ରକମ୍ପିତ ହେଲା ପିପିଲି, ଫରଫର ଉଡିଲା ତ୍ରିରଙ୍ଗା । ୭୭ତମ ସ୍ଵାଧୀନତା ଦିବସ ଉପଲକ୍ଷେ ସରକାରୀ ବେସରକାରୀ ଅନୁଷ୍ଠାନ ରେ ସ୍ୱାଧୀନତା ଦିବସ ପାଳନ କରାଯାଇଛି । ଏହି ଅବସରରେ ବିଜେପି ଯୁବ ନେତା ସରୋଜ ପ୍ରଧାନ ଙ୍କ ନେତୂତ୍ୱରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ପିପିଲି ର ବିଭିନ୍ନ ପଞ୍ଚାୟତ ସହିତ ପିପିଲି ଏନଏଏସି ପରିକ୍ରମା କରିଥିଲା। ବିଶେଷ କରି ୨୦୦ ଫୁଟ ର ବିଶାଳ ତ୍ରିରଙ୍ଗା ପତାକା ଧରି ପିପିଲି ବଜାର ପରିକ୍ରମା କରି ହରଘର ତ୍ରିରଙ୍ଗା ବାର୍ତ୍ତା ବାଣ୍ଟିଥିଲେ ସରୋଜ । ଏହାଛଡା ଵୃଦ୍ଧାଶ୍ରମ ରେ ଫଳ ବଣ୍ଟନ ଓ ବୃକ୍ଷ ରୋପଣ କରିଥିଲେ ସରୋଜ l ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିର୍ଦ୍ଦେଶ ରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା କରିବା ସହିତ ସମସ୍ତଙ୍କ ମଧ୍ୟରେ ଭାଇଚାରା ସୃଷ୍ଟି କରିବା ଲକ୍ଷ୍ୟ ରହିଛି ବୋଲି ଯୁବ ନେତା ସରୋଜ ପ୍ରଧାନ କହିଛନ୍ତି ।

Leave a Reply

Your email address will not be published. Required fields are marked *