ଜଟଣୀ ପଞ୍ଚାୟତ ସମିତି ଅଧିନ ହରିପୁର ପଞ୍ଚାୟତରେ ଏମ୍ ବିକେ ଙ୍କ ଦୌରାତ୍ମ

ଜଟଣୀ:ଜଟଣୀ ବ୍ଲକ ଅନ୍ତର୍ଗତ ହରିପୁର ପଞ୍ଚାୟତ ସ୍ତରୀୟ ସ୍ୱୟଂ ସହାୟକ ସଂଘରେ ଏମ୍ ବିକେ ଙ୍କ ଦୌରାତ୍ମ୍ଯକୁ ନେଇ ସ୍ୱୟଂ ସହାୟକ ଗୋଷ୍ଠି ମାନେ ଅଣ୍ଟା ଭିଡିଛନ୍ତି। ସୂଚନା ଥାଉକି ସ୍ୱୟଂସହାୟକ ଗୋଷ୍ଠିର ମାସିକ ତଥା ବାର୍ଷିକ ହିସାବ ତଦାରଖ ତଥା ଗୋଷ୍ଠିର ଉନ୍ନୟନ ଦାୟିତ୍ୱରେ ଥିବା ଏମ୍ ବିକେ ଶ୍ରିମତୀ କଲ୍ଯାଣୀ ଚମ୍ପତି ଙ୍କ ସ୍ୱାମୀ ଦୁସ୍ମନ୍ତ ସାମନ୍ତରାୟ ଗୋଷ୍ଠିରେ କରୁଛନ୍ତି ମାମଲତ୍ କାର ମହିଳାଙ୍କୁ ଦୁର୍ବବାହାର କରୁଥିବା କଥା ମଧ୍ଯ ମହିଳା ମାନେ ଉଲେଖ କରିଛନ୍ତି। ଏସଂକ୍ରାନ୍ତରେ ମହିଳାମାନେ ଜଟଣୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗତ ତା-୯/୫/୦୨୩ରୁ ଏମ୍ ବିକେ ଶ୍ରିମତୀ କଲ୍ୟାଣୀ ଚମ୍ପତି ଯୋଗ ଦେବାପରେ ଗୋଷ୍ଠିରେ ଉତ୍ପାତ ଆରମ୍ଭ କରିବା ସହ ତାଙ୍କ ସ୍ୱାମୀଙ୍କ ଦୌରାତ୍ମ୍ଯ ମଧ୍ଯ ସୀମାଲଙ୍ଘନ କରିଛି। ଏଥିପାଇଁ ମହିଳାମାନେ ମିଳିତ ହୋଇ ଜଟଣୀ ବ୍ଲକରେ ଅଭିଯୋଗ କରିଥିଲେ। ଆଜି ଏମ୍ ବିକେ ଶ୍ରିମତୀ କଲ୍ଯାଣୀ ଚମ୍ପତିଙ୍କ ବହିଷ୍କାର ଦାବିନେଇ ମହିଳାମାନେ ଗଣମାଧ୍ଯମ ସାମ୍ନାରେ ପ୍ରତିକ୍ରିୟା ରଖିଥିଲେ। ଏହି ପରିପ୍ରେକ୍ଷିରେ ସଂଘର ସଭାପତି ସରୋଜିନୀ ମୁଦୁଲିଙ୍କ ସହ ଅନ୍ୟ ମାନେ ଯଥା ପ୍ରତିମାରାଉତରାୟ, ସବିତା ସାମନ୍ତରାୟ, ମମତା ନାୟକ, ସିଲିମଣିଗୁରୁ, ଅରୁନ୍ଧତି ବେହେରା, ମମତା ବେହେରା,ରେଣୁବାଳା ଜେନା ଏବଂ କୋଷାଧ୍ଯକ୍ଷା ବାସନ୍ତୀ ବେହେରା ଉପସ୍ଥିତ ଥିଲେ ପ୍ରାୟ ଅର୍ଦ୍ଧେକ ମହିଳା ଏକାଠିହୋଇ ସ୍ୱର ଉତ୍ତୋଳନ କରିଥିଲେ ସେମାନଙ୍କ ସ୍ୱୟଂ ସହାୟକ ଗୋଷ୍ଠିକୁ ଆସୁଥିବା କାମ ବାଟମାରଣା ହେବା ସହ ବ୍ଲକର କୌଣସି ବୈଠକର ସୂଚନା ସେମାନେ ପାଇପାରୁ ନାହାନ୍ତି ବୋଲି ଉଚ୍ଚସ୍ୱରରେ ଅଭିଯୋଗ କରିଥିଲେ।

Leave a Reply

Your email address will not be published. Required fields are marked *