ବାସହିନ ଗରିବ କୁ ସରକାରୀ ଘର ଯୋଗାଇବାରେ କୁକୁଡ଼ାଖଣ୍ଡି ବ୍ଲକ ବିଫଳ କି ?

ବାସହିନ ଗରିବ କୁ ସରକାରୀ ଘର ଯୋଗାଇବାରେ କୁକୁଡ଼ାଖଣ୍ଡି ବ୍ଲକ ବିଫଳ କି ?କୁକୁଡାଖଣ୍ଡି – ବାସହିନ ଗରିବ ସୁକୁଟା ସାହୁ କୁକୁଡ଼ାଖଣ୍ଡି ବ୍ଲକ ର ମସିହାଖଲି ପଞ୍ଚାୟତ ର ପ୍ରତାପ କୃଷ୍ଚଚନ୍ଦ୍ରପୁର ଗ୍ରାମ ରେ ବହୁ ବର୍ଷ ହେଲା ରହୁଛନ୍ତି । ସେ ଜଣେ ଦିନ ମଜୁରିଆ । ମଜୁରୀ କରି ଚଳନ୍ତି । ତାଙ୍କୁ 60 ବର୍ଷ ରୁ ଅଧିକ ହେଲାଣି । ସେ ଜଣେ ଗରୀବ ଭୂମିହୀନ ଓ ଗୃହ ହୀନ ବ୍ୟକ୍ତି । ଆଜି ପଯ୍ୟନ୍ତ ଭଡ଼ା ଘରେ ରହି ଆସୁଛି । ବୟସ ଅଧିକ ହେବା ଯୋଗୁଁ ଆଉ ମଜୁରୀ ଖଟି ପାରୁ ନାହିଁ। ସରକାରୀ ଘର ପାଇଁ ବହୁବାର ପଂଚାୟତ ଓ ବ୍ଲକ ରେ ଓ ଜିଲ୍ଲାପାଳ ଙ୍କ ପାଖରେ ମୌଖିକ ଓ ଲିଖିତ ଭାବେ ଆବେଦନ କରିଛି । ଇତି ମଧ୍ୟରେ ତାର ସ୍ତ୍ରୀ ଆରପାରି କୁ ଚାଲି ଗଲାଣି । ସରକାର ଙ୍କ ତରଫ ରୁ ଘର ଖଣ୍ଡେ ମିଳିଲା ନାହିଁ । 2017 ମସିହାରୁ ଖାଲି ମିଳୁଛି ପ୍ରତିଶୃତି ।ଏହି ଗ୍ରାମର ଜଣେ ସୃହୁଦୟ ବ୍ୟକ୍ତି ସେହି ଗ୍ରାମରେ ଥିବା ତାଙ୍କ ଗାଈ ରହିବା ଗୁହାଳ ଘର ଟି ତାକୁ ରହିବାକୁ 2 ବର୍ଷ ହେଲା ଦେଇଛନ୍ତି।