୦୧-୦୮-୨୦୨୩, ମଙ୍ଗଳବାର

୧-ବଦଳିଲା ଭାରତ-ପାକିସ୍ତାନ ମ୍ୟାଚ୍ ତାରିଖ; ଅକ୍ଟୋବର ୧୫ ବଦଳରେ ୧୪ରେ ହେବେ ମୁହାଁମୁହିଁ ।

୨-ଏଏସଓ ପରୀକ୍ଷା ଅନିୟମିତତା ମାମଲାରେ ଦାୟର ପୁନର୍ବିଚାର ଆବେଦନ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଖାରଜ ହୋଇଛି। ସୋମବାର ଏହି ମାମଲାରେ ରିଭ୍ୟୁ ଓ ରିଟ ପିଟିସନ ଖାରଜ କରିବା ସହ ନିଜର ପୂର୍ବ ରାୟକୁ ବଳବତ୍ତର ରଖିଛନ୍ତି ହାଇକୋର୍ଟ।

୩-ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀଙ୍କୁ ଆଜୀବନ ଜେଲ୍। ଏକ ହତ୍ୟା ମାମଲାରେ ଆଜୀବନ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି ବ୍ରହ୍ମପୁର ଏଡିଜେ-୩ କୋର୍ଟ।

୪-ଓଡିଶା ସିଭିଲ ସର୍ଭିସ ରେଜଲ୍ଟ ପ୍ରକାଶ ପାଇଛି | ଆଉ ଏଥିରେ ୧୬୪ ଜଣ ମହିଳାଙ୍କ ସହ ୪୩୨ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି | ସୁଦେବ କୁମାର ପୃଷ୍ଟି ଓଏଏସ୍ ଟପ୍ପର ହୋଇଥିବାବେଳେ ଦ୍ଵିତୀୟ ସ୍ଥାନରେ ଅଛନ୍ତି ସୂଚିସ୍ମିତା ପାଣିଗ୍ରାହୀ |

୫-ଭୁବନେଶ୍ବର ଏମ୍‌ସ ପାଚେରୀ ଭୁଶୁଡ଼ିଲା: ୩ ଆହତ, ଚିକିତ୍ସା ପାଇଁ ମେଡ଼ିକାଲରେ ଭର୍ତ୍ତି ।

୬-ଟିମ୍ ଇଣ୍ଡିଆକୁ ଫେରିଲେ ବୁମରା, ଆୟର୍ଲାଣ୍ଡ ସିରିଜରେ ନେତୃତ୍ବ ନେବେ ।

୭-ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଠିକଣାରେ ପୁଣି ଇଡିର ଚଢ଼ାଉ । ୬କୋଟି ୨ଲକ୍ଷ ଟଙ୍କାର ସମ୍ପତି ବ୍ୟାଜାପ୍ତ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ।

୮-ଚଳନ୍ତା ଟ୍ରେନରେ ଫୁଟିଲା ଗୁଳି, ଚାଲିଗଲା ୪ଜଣଙ୍କ ଜୀବନ । ଜୟପୁର-ମୁମ୍ବାଇ ଏକ୍ସପ୍ରେସରେ ଉନ୍ମତକାଣ୍ଡ କଲେ ଆରପିଏଫ ଯବାନ ।

୯-ଖେଳାଳିଙ୍କ ଉପରେ ବର୍ଷିଲେ ଭାରତୀୟ କ୍ରିକେଟ ଦଳ ପୂର୍ବ ଅଧିନାୟକ କପିଲ ଦେବ । କହିଲେ ଟଙ୍କା, ଗର୍ବ, ଅହଙ୍କାର ପାଇଁ ମିଳୁନି ସଫଳତା ।

୧୦-ଅଗଷ୍ଟ ୫ରୁ ଉପଲବ୍ଧ ହେବ ଭାରତର ପ୍ରଥମ ଲର୍ଣ୍ଣିଂ ବୁକ୍ ନୂଆ ଜିଓବୁକ୍।

୧୧-ମୁସଲିମ ପକ୍ଷ ସ୍ୱୀକାର କରିବା ଦରକାର ‘ଐତିହାସିକ ଭୁଲ’ ହୋଇଛି : ଜ୍ଞାନବାପୀ ବିବାଦ ଉପରେ ସିଏମ ଯୋଗୀ ।

୧୨-୨ ମାସରେ ୧୪,୩୦୨ କୋଟି ଟଙ୍କାର ଜିଏସ୍‌ଟି ଚୋରି; ୨୮ ଗିରଫ, ଲୋକସଭାରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ ।

୧୩-ବିମାନବନ୍ଦରରେ ସର୍ବାଧିକ ଧରାପଡ଼ୁଛି ଲାଇଟର୍‌: ସୁରକ୍ଷା ଯାଞ୍ଚ ପାଇଁ ଫୁଲ୍‌ ବଡି ସ୍କାନର୍‌ ଶୀଘ୍ର ।

୧୪-ଓଡ଼ିଶାକୁ ୨୩,୧୨୦ କୋଟି ଡିଏମ୍‌ଏଫ୍‌ ପାଣ୍ଠି

୧୫-ହରିୟାଣାରେ ହିଂସା: ଶୋଭାଯାତ୍ରା ବେଳେ ‌ଗୋଷ୍ଠୀ ସଂଘର୍ଷ, ଗୁଳିମାଡ଼ରେ ୨ ହୋମ୍‌ଗାର୍ଡଙ୍କ ମୃତ୍ୟୁ ।

୧୬-ମଣିପୁର ହିଂସା: ସୁପ୍ରିମକୋର୍ଟ କ୍ଷୁବ୍ଧ, କେନ୍ଦ୍ର, ମଣିପୁର ସରକାର ଉପରେ ବର୍ଷିଲେ ।

୧୭-ମୌସୁମୀ ପ୍ରଥମାର୍ଦ୍ଧରେ ୧୨% ଅଭାବୀ ବର୍ଷା; ଅଗଷ୍ଟ, ସେପ୍ଟେମ୍ବର‌ରେ ସ୍ବାଭାବିକ ବର୍ଷିବ: ଆଇଏମ୍‌ଡି ।

Leave a Reply

Your email address will not be published. Required fields are marked *