ଆଜିର ମୁଖ୍ୟ ଖବର
ତାରିଖ -୦୮-ଏପ୍ରିଲ-୨୦୨୩, ଶନିବାର
୧-ଆଜି SU-30ରେ ଉଡାଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପୂର୍ବରୁ କଲାମ, ପାଟିଲ ଓ କୋବିନ୍ଦ ମଧ୍ୟ ଉଡିଥିଲେ l
୨-ଓଡ଼ିଶା ଆସିବ ଜାପାନର ‘ଫୁଜି ସଫ୍ଟ’, ଜାପାନ ଗସ୍ତର ତୃତୀୟ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ପ୍ରତିନିଧି ଦଳ ସହ ଆଲୋଚନା କରି କଂପାନି ଦେଲା ଏହି ପ୍ରସ୍ତାବ l
୩-ଆଗକୁ ପିଲାଙ୍କ ଉପରୁ କମିବ ପରୀକ୍ଷା ଚାପ, ୯ମ ଓ ଦଶମ ଶ୍ରେଣୀରେ ଛାତ୍ରଛାତ୍ରୀ ରଖିଥିବା ମାର୍କ ଆଧାରରେ ଦଶମ ବୋର୍ଡ ପରୀକ୍ଷା ଫଳ ପ୍ରକାଶ କରାଯିବ।
୪-କାଜିରଙ୍ଗାରେ ‘ଗଜ ଉତ୍ସବ’ ଉଦ୍ଘାଟନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜିପ୍ରେ ବସି କଲେ ଜଙ୍ଗଲ ସଫାରି l
୫-କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ‘ଭାରତର ସପ୍ତ ମୁକ୍ତିସ୍ଥଳ’ରେ ସ୍ଥାନ ପାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ଶ୍ରୀକ୍ଷେତ୍ର ପୁରୀ l
୬-ବଡ଼ ଠାକୁରଙ୍କ ରଥ ନିର୍ମାଣ ପାଇଁ ବୌଦ୍ଧରୁ ପୁରୀକୁ ଗଲା ରଥ କାଠ l ଶୋଭାଯାତ୍ରାରେ ସାମିଲ ହେଲେ ଶତାଧିକ ଶ୍ରଦ୍ଧାଳୁ l
୭-ରାଜ୍ୟରେ ୩୯ ଡିଗ୍ରୀ ଉପରେ ୩ ସହରର ତାପମାତ୍ରା, ଆସନ୍ତା ୩ ଦିନ ଭିତରେ ଝଡ଼ବର୍ଷା ସମ୍ଭାବନା l
୮-ଓଡ଼ିଶାରେ ରହିଛି ୧,୮୧,୮୩୭ ଜଳାଶୟ। କେନ୍ଦ୍ର ଜଳଶକ୍ତି, ନଦୀ ବିକାଶ ଓ ଗଙ୍ଗା ପୁନରୁଦ୍ଧାର ମନ୍ତ୍ରାଳୟ ପକ୍ଷରୁ ହୋଇଥିବା ଦେଶର ପ୍ରଥମ ଜଳାଶୟ ଗଣନାରେ ଆସିଲା ଏହି ରିପୋର୍ଟ l
୯-ରାଜ୍ୟମାନଙ୍କ ସହିତ କୋଭିଡ-19 ପାଇଁ ଜନସ୍ବାସ୍ଥ୍ୟ ପ୍ରସ୍ତୁତିର ସମୀକ୍ଷା କଲେ ଡକ୍ଟର ମନସୁଖ ମାଣ୍ଡଭିୟ l
୧୦-ଅଲ୍ଲୁଙ୍କ ଜନ୍ମଦିନରେ ରିଲିଜ୍ ହେଲା ‘ପୁଷ୍ପା-୨’ର ଟିଜର, ରିଲିଜ୍ ହେଉ ହେଉ ଏହା ହେଲା ଭାଇରାଲ l
୧୧-ଝାରସୁଗୁଡ଼ା ଉପନିର୍ବାଚନ ଲାଗି ଆଉ ୧୨ଜଣ ନେତାଙ୍କୁ ଦାୟିତ୍ବ ବାଣ୍ଟିଲା ବିଜେଡି l
୧୨-ଟ୍ବିଟରର ପୁରୁଣା ଲୋଗୋ ପୁଣି ଫେରିଲା l କିଛି ଦିନ ତଳେ କଂପାନିର ନୂଆ ମାଲିକ ଏଲନ୍ ମସ୍କ ଲୋଗୋକୁ ବଦଳାଇ ଚଢ଼େଇ ସ୍ଥାନରେ କ୍ରିପ୍ଟୋକରେନ୍ସି ଡୋଜ୍କଏନ୍ରେ ଥିବା କୁକୁର ଛବି ସ୍ଥାନିତ କରିଥିଲେ।
୧୩-ନୂଆପଡ଼ାରେ ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ମୁଖ୍ୟମନ୍ତ୍ରୀ ବାୟୁ ସ୍ୱାସ୍ଥ୍ୟ ସେବା l ଏଥିପାଇଁ ୫ ଜଣ ବିଶେଷଜ୍ଞ ଡାକ୍ତର ହୋଇଛନ୍ତି ନିୟୋଜିତ l
୧୪-‘ତୁମ ଜିଭ କାଟିଦେବୁ’, ରାହୁଲ ଗାନ୍ଧୀଙ୍କୁ ସଜା ଶୁଣାଇଥିବା ବିଚାରପତିଙ୍କୁ କଂଗ୍ରେସ ନେତା ମାଣିକନ୍ଦନ ଦେଲେ ଧମକ l
୧୫-ମହାରାଷ୍ଟ୍ରରେ ପୁଣି କରୋନା କହର; ୨୪ ଘଣ୍ଟାରେ ୯୨୬ ନୂଆ କେସ୍, ୩ଜଣଙ୍କ ହେଲା ମୃତ୍ୟୁ l
୧୬-ନୁ୍ୟୟର୍କରେ ରେକର୍ଡ କଲା ଚିନି ଦର, ଏହି ଦର ୬ ବର୍ଷର ସର୍ବୋଚ୍ଚ ସ୍ତରରେ ପହଞ୍ଚିଛି । ନୁ୍ୟୟର୍କରେ ଅଶୋଧିତ ଚିନି ଦର ୨.୨% ବୃଦ୍ଧି ପାଇ ପାଉଣ୍ଡ ପିଛା ୨୩.୪୬ ଡଲାରରେ ପହଞ୍ଚିଲା ।
୧୭-ୟୁକ୍ରେନ ଯୁଦ୍ଧ: ଆମେରିକାର ‘ଟପ୍ ସିକ୍ରେଟ୍ ଡକୁମେଣ୍ଟ୍’ ସୋସିଆଲ ମିଡିଆରେ ହେଲା ଭାଇରାଲ୍ l
୧୮-ଆଇପିଏଲ୍ ଦଶମ ମ୍ୟାଚ : ନିଜ ଘରେ ତୃତୀୟରୁ ଦ୍ବିତୀୟ ମ୍ୟାଚ୍ ଜିତି ଶୀର୍ଷକୁ ଉଠିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍।
୧୯-ୱାଙ୍ଖଡେରେ ବିଶ୍ବକପ୍ ବିଜୟ ସ୍ମାରକୀକୁ ଉଦ୍ଘାଟନ କଲେ ଧୋନି l
୨୦-ଶାହରୁଖଙ୍କଠୁ ‘ଝୁମେ ଜୋ ପଠାନ୍’ ଷ୍ଟେପ୍ ଶିଖିଲେ ବିରାଟ କୋହଲି l ଭିଡିଓ ହେଲା ଭାଇରାଲ l