୧୨-ଜୁଲାଇ-୨୦୨୩, ବୁଧବାର

୧-ରାଜ୍ୟର ୧୦୬ଟି ଉନ୍ନୀତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପାଇଁ ନୂତନ ପଦବୀ ସୃଷ୍ଟି ହୋଇଛି। ରାଜ୍ୟ ସରକାର ମୋଟ ୯୦୨ଟି ପଦବୀ ସୃଷ୍ଟି କରିଛନ୍ତି। ଏଥିମଧ୍ୟରେ ୬୪୨ଟି ଶିକ୍ଷକ ଓ ୨୬୦ଟି ଅଣଶିକ୍ଷକ ପଦବୀ ରହିଛି। 

୨-ଆଖିଧରା ସ୍ଥିତି ବିଗିଡ଼ିଲେ ଜାରି ହୋଇପାରେ ମାର୍ଗଦର୍ଶିକା: ଜନସ୍ୱାସ୍ଥ୍ୟ ନିର୍ଦେଶକ ।

୩-ଉଚ୍ଚଶିକ୍ଷା ପାଇଁ ଅନୁସୂଚିତ ଜାତି ଜନଜାତିର ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା: ମୁଖ୍ୟମନ୍ତ୍ରୀ ।

୪-ଆନନ୍ଦ ବଜାରରେ ବାହାର ବ୍ୟକ୍ତି ବିକ୍ରି କରିପାରିବେନି ମହାପ୍ରସାଦ ଓ ସୁଖିଲା ଭୋଗ: ବାହାର ବ୍ୟକ୍ତି ଅବଢା ବିକିଲେ ଥାନାରେ ଏତଲା ସହ ହେବ କାର୍ଯ୍ୟାନୁଷ୍ଠାନ ।

୫-ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର।

୬-ରାଜ୍ୟରେ ନିଅଣ୍ଟିଆ ବର୍ଷା ଯୋଗୁଁ ବଢ଼ିଲା ଚିନ୍ତା: ପାଣି ଅଭାବରୁ ବିଭିନ୍ନ ସ୍ଥାନରେ ଜମି ଫାଟି ଆଁ।

୭-ED ନିର୍ଦ୍ଦେଶକ ସଞ୍ଜୟ କୁମାର ମିଶ୍ରଙ୍କ କାର୍ଯ୍ୟକାଳ ବୃଦ୍ଧି ବେଆଇନ, କେନ୍ଦ୍ରକୁ ସୁପ୍ରିମକୋର୍ଟ ଝଟକା ।

୮-ପଶ୍ଚିମବଙ୍ଗ ହିଂସା ରାଜ୍ୟ ପ୍ରାୟୋଜିତ ହତ୍ୟାକାଣ୍ଡ ଛଡା ଆଉ କିଛି ନୁହେଁ: ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

୯-ଚନ୍ଦ୍ରଯାନ-୩ ଲଞ୍ଚ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ଭାରତର ସବୁଠୁ ବଡ ସ୍ପେଶ ମିଶନ ଚନ୍ଦ୍ରଯାନ ଥ୍ରୀର ସଫଳତା ନେଇ ଆଶାବାଦୀ ଅଛି ଇସ୍ରୋ  ।

୧୦-ଦିଲ୍ଲୀ ପୁଲିସର ୧୦୦୦ ପୃଷ୍ଠାର ଚାର୍ଜସିଟ୍ : କୁସ୍ତି ମହାସଂଘ ସଭାପତି ବ୍ରିଜଭୂଷଣଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ।

୧୧-ବିଶ୍ୱର ଦ୍ୱିତୀୟ ମହାଶକ୍ତି ହେବ ଭାରତ। ଗୋଲଡମ୍ୟାନ ସ୍ୟାଚସର ଆକଳନ, ୨୦୭୫ରେ ଆମେରିକାକୁ ଟପିଯିବ ଦେଶ ।

୧୨-୧୫ ବର୍ଷରେ ଭାରତରେ ୪୧.୫ କୋଟି ଲୋକେ ଦାରିଦ୍ର୍ୟ ମୁକ୍ତ ହୋଇଛନ୍ତି: ୟୁଏନ୍ ରିପୋର୍ଟ।

୧୩-ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ ।

୧୪-ଦକ୍ଷିଣ ଆଫ୍ରିକାରୁ ଆସିଥିବା ଆଉ ଏକ ଚିତାର ମୃତ୍ୟୁ, ଘଣ୍ଟା ଘଣ୍ଟା ଧରି ରହିଥିଲା ଅଚେତ ।

୧୫ – ରିଲିଜ୍ ହେଲା ‘ଓଏମଜି-୨’ର ଦମଦାର ଟିଜର, ଲୋମଟାଙ୍କୁରି ଦେଲା ଅକ୍ଷୟଙ୍କ ଏଣ୍ଟ୍ରି ।

Leave a Reply

Your email address will not be published. Required fields are marked *