ସକାଳର ତାଜା ଖବର

୧୫-ଜୁଲାଇ-୨୦୨୩, ଶନିବାର
୧-ଚଳିତ ଶିକ୍ଷାବର୍ଷରୁ ରାଜ୍ୟର ସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ହାଇସ୍କୁଲର ଛାତ୍ରଛାତ୍ରୀମାନଙ୍କୁ ‘କୌଶଳୀ’ ସ୍କୁଲ କ୍ଲବ୍ ଜରିଆରେ ପ୍ରଯୁକ୍ତିବିଦ୍ୟା ଓ କୋଡିଂ ଶିକ୍ଷା ପ୍ରଦାନ କରାଯିବ ।
୨-୨୦୨୩-୨୪ ଶିକ୍ଷାବର୍ଷ ପାଇଁ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ତାରିଖ ହେଲା ଘୋଷଣା l ଫେବୃଆରୀ ୧୫ରୁ ଏପ୍ରିଲ ୧୦, ୨୦୨୪ ମଧ୍ୟରେ ହେବ ଆୟୋଜନ l ପାଖାପାଖି ୫୫ ଦିନ ଧରି ଏହି ପରୀକ୍ଷା ଅନୁଷ୍ଠିତ ହେବ ଏବଂ ୨୦୨୪ ଏପ୍ରିଲ ୧୦ ସୁଦ୍ଧା ଶେଷ ହେବ l
୩-ପ୍ରକାଶ ପାଇଲା ଯୁକ୍ତ ତିନି ନାମଲେଖା ପାଇଁ କଟ୍ ଅଫ୍ ମାର୍କ । ପ୍ରଥମ କଟ୍-ଅଫ୍ ତାଲିକାରେ ରେଭେନ୍ସା ଓ ବିଜେପିକୁ ପଛରେ ପକାଇଲା ପୁରୀ ଏସିଏସ l
୪-ପଶ୍ଚିମ ଓଡିଶାରେ ‘ମୁଖ୍ୟମନ୍ତ୍ରୀ ସଭାଗୃହ’ କାର୍ଯ୍ୟକ୍ରମର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ l ପଶ୍ଚିମ ଓଡିଶାର ପ୍ରାୟ ୨୦୦୦ଟି କଲ୍ୟାଣ ମଣ୍ଡପ ଓ ସ୍ଥାନୀୟ ସଭାଗୃହ ଗୁଡିକର ହେବ ନିର୍ମାଣ । ଏଥିପାଇଁ ୨୫ କୋଟି ଟଙ୍କା ବିନିଯୋଗ କରାଯିବ।
୫-ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ଚାଞ୍ଚଲ୍ୟକର ତଥ୍ୟ ।ମନ୍ତ୍ରୀଙ୍କୁ ମାରିବା ପାଇଁ ସମଲେଇ ମନ୍ଦିରରେ ଲଣ୍ଡା ହୋଇ ଶପଥ ନେଇଥିଲା ଗୋପାଳ ଦାସ ।
୬-ଗଞ୍ଜାମ ଜିଲ୍ଲାରେ ଏଣିକି ନାମ ଗୋପନ ରଖାଯାଇ ଲିଙ୍ଗ ନିରୂପଣ ତଥ୍ୟ ପ୍ରଦାନକାରୀଙ୍କୁ ମିଳିବ ୨୫ ହଜାର ସହାୟତା ରାଶି l ଏ ନେଇ ଜିଲ୍ଲାସ୍ତରୀୟ ପରାମର୍ଶଦାତା କମିଟି ବୈଠକରେ ଦେଲେ ସୂଚନା l
୭-ଇତିହାସ ରଚିଲା ଇସ୍ରୋ । ମହାକାଶ ବିଜ୍ଞାନ କ୍ଷେତ୍ରରେ ଯୋଡ଼ିହେଲା ନୂଆ ଅଧ୍ୟାୟ, ଶ୍ରୀହରିକୋଟାରୁ ଉତକ୍ଷେପଣ ହେଲା ଚନ୍ଦ୍ରଯାନ-୩ l ୧୫ ବର୍ଷର ପରିଶ୍ରମ; ଲ୍ୟାଣ୍ଡିଂ ସଫଳ ହେଲେ ଏଲିଟ୍ କ୍ଲବରେ ସାମିଲ ହେବ ଭାରତ l
୮-ଦିଲ୍ଲୀକୁ ଯମୁନା ନଦୀର ଯନ୍ତ୍ରଣା । ଶଶ୍ମାନଘାଟରୁ ସୁପ୍ରିମକୋର୍ଟ ସବୁଠି ଜମିଛି ବନ୍ୟାପାଣି, ସେନାଠୁ ସାହାଯ୍ୟ ଲୋଡିଲେ ଦିଲ୍ଲୀ ସରକାର l
୯-ୟୁସିସି ଉପରେ ନିଜର ମତ ଦେବାକୁ ଆଉ ୨ ସପ୍ତାହ ସମୟ ଦେଲେ ଲ କମିଶନ, ଜୁଲାଇ ୨୮ ତାରିଖ ମଧ୍ୟରେ ପରାମର୍ଶ ଦେବେ ଜନତା l
୧୦-ମଣିପୁରରେ ଜାରି ହିଂସା ମଧ୍ୟରେ ପଡୋଶୀ ରାଜ୍ୟ ମିଜୋରାମର ବିଜେପି ପ୍ରଦେଶ ଉପାଧ୍ୟକ୍ଷ ଆର.ଭନରାମଚୁଆଙ୍ଗ ମଣିପୁର ଓ କେନ୍ଦ୍ର ସରକାରଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ପଦବୀରୁ ଦେଲେ ଇସ୍ତଫା l
୧୧-ଏଣିକି ଏବେ ଫ୍ରାନ୍ସରେ ବି ଟଙ୍କାରେ ପେମେଣ୍ଟ କରିହେବ, ଭାରତ ସହ ସହଭାଗିତା ନେଇ ଘୋଷଣା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ l ପର୍ଯ୍ୟଟକମାନେ ପ୍ୟାରିସରେ ୟୁପିଆଇ ମାଧ୍ୟମରେ ଭାରତୀୟ ମୁଦ୍ରାର ବ୍ୟବହାର କରିପାରିବେ।
୧୨-ଫ୍ରାନ୍ସ ଜାତୀୟ ଦିବସ ପରେଡ଼ରେ ମୁଖ୍ୟ ଅତିଥି ଭାବେ ସାମିଲ ହେଲେ ପ୍ରଧାନମନ୍ତ୍ରୀ ମୋଦୀ । ୧୪ବର୍ଷ ପରେ ପ୍ୟାରିସରେ ପରେଡ଼ କଲେ ଭାରତର ୩ ସେନା l
୧୩-ପୂର୍ବରୁ ୟୁଟ୍ୟୁବ ଏବଂ ଫେସ୍ବୁକ୍ରୁ କ୍ରିଏଟର୍ ମାନେ ଅର୍ଥ ରୋଜଗାର କରୁଥିବା ବେଳେ ଏଣିକି ଏବେ ଟ୍ୱିଟର ଦେବ ଟଙ୍କା – ଏଲନ ମସ୍କ କଲେ ଘୋଷଣା l ଏଥିପାଇଁ କ୍ରିଏଟରଙ୍କ ବ୍ଲୁଟିକ୍ ଏବଂ ସଂସ୍ଥାମାନେ ଭେରିଫାଏଡ୍ ହେବା ଆବଶ୍ୟକ । ତିନିମାସ ମଧ୍ୟରେ ୫୦ ଲକ୍ଷ ଇମ୍ପ୍ରେସନ୍ ହୋଇଥିବା ଦରକାର ।
୧୪ -ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ୧୪୧ ରନ୍ରେ ପରାସ୍ତ କରି ଭାରତ ହେଲା ବିଜୟୀ, ଅଶ୍ବିନଙ୍କୁ ମିଳିଲା ୧୨ ୱିକେଟ୍ l
୧୫ -ୱେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ସିରିଜ୍ରେ ରୋହିତଙ୍କ ରେକର୍ଡ: ତାଙ୍କ ନାଁରେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଇତିହାସରେ ବର୍ତ୍ତମାନ 7ଟି ଶତକ ରହିଛି। ଏପରି କରିବାରେ ସେ ହେଲେ ପ୍ରଥମ ଭାରତୀୟ ବ୍ୟାଟର।