ସକାଳର ତାଜା ଖବର

୧୬-ଜୁଲାଇ-୨୦୨୩, ରବିବାର
୧-ରାଜ୍ୟରେ ମୌସୁମୀ ପୁଣି ସକ୍ରିୟ, ଭଦ୍ରକରେ ସର୍ବାଧିକ ୧୬୫ମିମି ବର୍ଷା ।
୨-ଟଳିଗଲା ଟ୍ରେନ୍ ଦୁର୍ଘଟଣା, ବାଣୀବିହାର ଷ୍ଟେସନରେ ୩୪ଟି ୱାଗନ୍ ଛାଡ଼ି ଚାଲିଗଲା ମାଲବାହୀ ଟ୍ରେନ୍ l
୩-ନିଲମ୍ବନ ପରେ ବିଧାୟକ ମୋକିମଙ୍କ ପ୍ରତିକ୍ରିୟା: କଂଗ୍ରେସରେ ଅଛି, କଂଗ୍ରେସରୁ ନିର୍ବାଚନ ଲଢ଼ିବି, ଦଳ ଟିକଟ ନଦେଲେ ସ୍ବାଧୀନ ଭାବେ ଲଢ଼ିବି
୪- ବୋଲ ମାନୁନି ଡେଙ୍ଗୁ, ଭୂବନେଶ୍ୱରରେ ରୋଗୀ ସଂଖ୍ୟା ୧୫୦ ଛୁଇଁଲା।
୫- ବୌଦ୍ଧ ଜିଲ୍ଲା ପୁରୁଣା କଟକ ଥାନା ବାଗଛେପରା ନିକଟରେ ହାଇଓ୍ୱାକୁ ପଛପଟୁ ଧକ୍କା ଦେଲା ବାଇକ, ଜଣେ ମୃତ, ଦୁଇ ଗୁରୁତର ।
୬-କେନ୍ଦ୍ରାପଡ଼ା: କରିଲୋପାଟଣା ଜୟରାମ ହାଇସ୍କୁଲରେ ୧୬ ଜଣ ସ୍କୁଲ ଷ୍ଟାଫଙ୍କୁ ତାଲା ପକାଇଲେ ଅଭିଭାବକ। ସ୍କୁଲରେ ଶିକ୍ଷକ ଅଭାବ ପ୍ରତିବାଦରେ ତାଲା ପକାଇଲେ।
୭-ଉତ୍ତରପ୍ରଦେଶର ମେରଟରେ ବିଦ୍ୟୁତ ଆଘାତରେ ୫ ଜଣ କାଉଡ଼ିଆଙ୍କର ମୃତ୍ୟୁ, ଅନ୍ୟ ୪ ଜଣ ଗୁରୁତର l
୮- ୨୦୨୪ ନିର୍ବାଚନରେ ସମାଜବାଦୀ ପାର୍ଟିରୁ ଲୋକସଭା ନିର୍ବାଚନ ଲଢ଼ିପାରନ୍ତି ଅଭିଷେକ ବଚ୍ଚନ!
୯-ପୁଣି ପ୍ରବଳ ବର୍ଷା, ଦିଲ୍ଲୀରେ ସଙ୍କଟ ବଢିବାରେ ଲାଗିଛି l
୧୦- ତେବେ ବନ୍ୟା ପରିସ୍ଥିତି ଯୋଗୁଁ ଅନେକ ଅଞ୍ଚଳ ଜଳବନ୍ଦି ହୋଇ ରହିଛି, ଏଭଳି ସ୍ଥିତିରେ ଆମ୍ ଆଦମୀ ପାର୍ଟି (ଆପ୍) ଅଭିଯୋଗ କରିଛି ଯେ, ହରିୟାଣାର ହାଥନୀକୁଣ୍ଡ ବ୍ୟାରେଜରୁ ଅଧିକ ଜଳ ଛାଡି ଦିଲ୍ଲୀକୁ ବୁଡ଼ାଇବା ପାଇଁ ଷଡଯନ୍ତ୍ର କରାଯାଇଛି l
୧୧-ସୁପ୍ରିମକୋର୍ଟରେ ପହଞ୍ଚିଲା ପୁଲିସ ଲାଠିମାଡ଼ରେ ବିହାର ବିଜେପି ନେତାଙ୍କ ମୃତ୍ୟୁ ମାମଲା, ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପକ୍ଷଭୁକ୍ତ କରାଯାଇଛି।
୧୨-ଆବୁଧାବିରେ ମୋଦିଙ୍କୁ ଭବ୍ୟ ସ୍ୱାଗତ; ତିରଙ୍ଗା ରଙ୍ଗରେ ଝଲସିଲା ବୁର୍ଜ ଖଲିଫା l
୧୩-ସଂସଦର ମୌସୁମୀ ଅଧିବେଶନରେ ବାହାନଗା ରେଳ ଦୁର୍ଘଟଣା ପ୍ରସଙ୍ଗ ଉଠାଇବ କଂଗ୍ରେସ, ଶନିବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ।
୧୪ – ଭାରତୀୟ ପୁରୁଷ କ୍ରିକେଟ୍ ଦଳ ପ୍ରଥମ ଥର ପାଇଁ ଏସୀୟ ଗେମ୍ସରେ ଭାଗ ନେବାକୁ ଯାଉଛି। ଟିମ୍ ଇଣ୍ଡିଆରେ ସ୍ଥାନ ପାଇଲେ ରିଙ୍କୁ ସିଂ, ରୁତୁରାଜ ଗାଇକୱାଡ ।
୧୫ -ୱିମ୍ବେଲଡନ: ମାର୍କେଟା ଭୋଣ୍ଡ୍ରୁସୋଭା ଜିତିଲେ ମହିଳା ସିଙ୍ଗଲ୍ସ ଟାଇଟଲ