୧୭-ଜୁଲାଇ-୨୦୨୩, ସୋମବାର

୧-ଜଗତସିଂହପୁର: ଶୈବପୀଠ ଲାଗି ପାଣି ଆଣିବାକୁ ବୁଡ଼ମାରିବା ବେଳେ ଅଘଟଣ। ଆଳି ପିଙ୍ଗଳ ନିକଟସ୍ଥ ଦେବୀ ନଦୀର କେତକେଶ୍ୱର ଘାଟରେ ବୁଡ଼ି କାଉଡ଼ିଆ ନିଖୋଜ। ଅଗ୍ନିଶମ ବାହିନୀର ଉଦ୍ଧାର କାର୍ଯ୍ୟ ଜାରି।

୨-ଅନ୍ତଃରାଜ୍ୟ ସାଇବର ଅପରାଧୀଙ୍କ ଟାର୍ଗେଟ୍‌ରେ ଓଡ଼ିଶା, ୩ ବର୍ଷରେ ବନ୍ଧା ‌ହେଲେଣି ୪୮ ଠକ l

୩-ଦେବୀ ନଦୀରେ ବୁଡ଼ି କାଉଡ଼ିଆ ନିଖୋଜ: ଉଦ୍ଧାର ହେଲେ ପରିବାରର ତିନି ସଦସ୍ୟ ।

୪-  ସୁପ୍ରିମ୍‌କୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ର ଚଳିତବର୍ଷ ଉତ୍କଳ ସାହିତ୍ୟ ସମାଜର ସର୍ବୋଚ୍ଚ ସମ୍ମାନ ‘ଉତ୍କଳ ରତ୍ନ’  ପାଇବେ।

୫- ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ, ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣା ଦେବେ ବ୍ୟବସାୟୀ ।

୬-ବିଆରଏସ ଛାଡି କଂଗ୍ରେସକୁ ଫେରିବେ ଗିରିଧର ଗମାଙ୍ଗ !

୭-ରାଜଧାନୀ ଭୁବନେଶ୍ୱରରେ କମିଶନରେଟ୍ ପୋଲିସର ଚାଲିଛି ସେଫ୍ ସିଟି ଡ୍ରାଇଭ୍ ସଙ୍ଗକୁ ମଦ୍ୟପ ଖଟିରେ ଚଢଉ l

୮- ୨୦୨୪  ସାଧାରଣ ନିର୍ବାଚନ ପାଇଁ ଏକାଠି  ହେଉଛନ୍ତି ବିରୋଧୀ ।ଆଜି ୨୪ ବିରୋଧୀ ଦଳର ମହାବୈଠକ ସାମିଲ ହେବେନି ଶରଦ, ମମତା । 

୯-କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ସିଙ୍ଗାପୁରର ଉପପ୍ରଧାନମନ୍ତ୍ରୀ ତଥା ଅର୍ଥ ମନ୍ତ୍ରୀ ଲାରେନ୍ସ ଓଙ୍ଗ୍ ରବିବାର ଆଇଆଇଟି ଗାନ୍ଧିନଗରରେ ଅନୁଷ୍ଠିତ ‘ଜି-୨୦ ସିଙ୍ଗାପୁର ଭାରତ ହକାଥନ-୨୦୨୩’ର ତୃତୀୟ ସଂସ୍କରଣରେ ଯୋଗଦେଇଛନ୍ତି ।

୧୦- ବନ୍ୟା ଯୋଗୁ ଦିଲ୍ଲୀରେ ବଢିଲା ଡେଙ୍ଗୁ ବିପଦ, ସରକାର ସତର୍କ l

୧୧-ବନ୍ୟା ପ୍ରଭାବିତଙ୍କ ପାଇଁ ୧୦ ହଜାର ଟଙ୍କା କ୍ଷତିପୂରଣ ଘୋଷଣା କଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।

୧୨-ବିଦେଶକୁ ଯାନବାହନ ରପ୍ତାନୀରେ ୨୮ ପ୍ରତିଶତ ହ୍ରାସ, ମୁଦ୍ରା ସଂକଟ ଯୋଗୁ କମିଛି ବିକ୍ରି ।

୧୩-ଉତ୍ତରାଖଣ୍ଡରେ ହୋମଗାର୍ଡ ଡିପାର୍ଟମେଣ୍ଟ କିଣିଲେ ୧୦୦ ପିସ୍ତଲ, ଏବେ ଡ୍ୟୁଟିରେ ଗୃହରକ୍ଷୀଙ୍କୁ ମଧ୍ୟ ମିଳିବ ବନ୍ଧୁକ ।

୧୪ – ଦକ୍ଷିଣାଞ୍ଚଳ ୧୪ଶ ଥର ଘରୋଇ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଦୁଲିପ ଟ୍ରଫି ଚମ୍ପିଆନ୍ ହୋଇଛି। ରବିବାର ସ୍ଥାନୀୟ ଏମ୍‌.ଏ. ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ରେ ଶେଷ ହୋଇଥିବା ବିସିସିଆଇର ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପଶ୍ଚିମାଞ୍ଚଳକୁ ୭୫ ରନ୍‌ରେ ଦକ୍ଷିଣାଞ୍ଚଳ ପରାସ୍ତ କରିଛି।  ।

୧୫ -୨୦୨୩ ଡିସେମ୍ବର ପର୍ଯ୍ୟନ୍ତ ପୂରା ବ୍ୟସ୍ତ ରହିବ ଟିମ୍ ଇଣ୍ଡିଆ, ଖେଳିବ ୩ଟି ବଡ଼ ଟୁର୍ଣ୍ଣାମେଣ୍ଟ ।

Leave a Reply

Your email address will not be published. Required fields are marked *