୧୮-ଜୁଲାଇ-୨୦୨୩, ମଙ୍ଗଳବାର

୧-ପାଠ ଯୁକ୍ତ ଦୁଇ, ହେଲେ ପରିଚୟ ଡାକ୍ତର: ବର୍ଷ ବର୍ଷ ଧରି ରୋଗୀଙ୍କୁ ଚୂନ ଲଗାଉଥିବା ନକଲି ଡାକ୍ତରଙ୍କୁ ଧରିଲା ପୋଲିସ ।ସାନଖେମୁଣ୍ଡି ବ୍ଲକ ଡେଙ୍ଗାଉସ୍ତାରେ ଜଣେ ନକଲି ଡାକ୍ତର ରୋଗୀ ଚିକିତ୍ସା କରୁଥିବା ଅଭିଯୋଗ ହୋଇଥିଲା ।

୨-ମାର୍କେଟ ବିଲ୍ଡିଂ ବନ୍ଦ ନେଇ ସମୟ ମାଗିଲେ ବିଏମସି କମିଶନର : ଉଭୟ ପକ୍ଷରୁ ସହଯୋଗ କରିବାକୁ କଲେ ଅନୁରୋଧ।

୩-ଜୁଲାଇ ୨୫ ରୁ ୨୭ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

୪-ଜୁଲାଇ ୨୫ ରୁ ୨୭ ପର୍ୟ୍ୟନ୍ତ ରାଷ୍ଟ୍ରପତିଙ୍କ ଓଡିଶା ଗସ୍ତ, ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ପ୍ରସ୍ତୁତି ବୈଠକ ।

୫-୨୦୨୪ରେ ମୋଦୀଙ୍କୁ ମାତ୍ ଦେବା ପାଇଁ ବିରୋଧୀଙ୍କ ଅଙ୍କ କଷା। ଗତ କାଲିଠୁ ବେଙ୍ଗାଲୁରରେ ୨୬ ଦଳଙ୍କୁ ନେଇ ଦୁଇ ଦିନିଆ ବୈଠକ ଆରମ୍ଭ ।

୬-ଓଡିଶା ରାଜ୍ୟ କୃଷି ବିପ୍ପଣନ ବୋର୍ଡକୁ ସ୍କଚ୍‌-୨୦୨୩ ପୁରସ୍କାର, ସମବାୟ ମନ୍ତ୍ରୀଙ୍କ ଶୁଭେଚ୍ଛା ।

୭-ପୁଣି ବୃଦ୍ଧିପାଉଛି ଯମୁନା ନଦୀର ଜଳସ୍ତର। ଚିନ୍ତାରେ ଦିଲ୍ଲୀବାସୀ ଓ ସରକାର ।

୮-ସଲମାନ ଖାନ୍‌ ଓ ତାଙ୍କ ଫିଲ୍ମ ବ୍ୟାନର୍‌ ନାଁରେ ହେଉଛି ଠକେଇ, ଟ୍ୱିଟ୍ କରି ସତର୍କ କରାଇଲେ ଭାଇଜାନ ।

୯-୧୦,୦୦୦ କୋଟିରୁ ଅଧିକ ମୂଲ୍ୟରେ ୯୭ ମେଡ୍ ଇନ୍ ଇଣ୍ଡିଆ ଡ୍ରୋନ କିଣିବ ଭାରତ, ଚୀନ-ପାକିସ୍ତାନ ସୀମାରେ ରଖିବ ନଜର ।

୧୦-ପୁଣି ବିଜେଡି ଦୋହରାଇଲା ସମଦୂରତା କଥା: ଉଭୟ ଏନଡିଏ ଓ ୟୁପିଏ ଦଳର ବୈଠକରେ ସାମିଲ ହେବନି ବିଜୁ ଜନତା ଦଳ ।

୧୧-ପଣ୍ୟ ଲୋଡିଂରେ ରେକର୍ଡ କଲା ଗୋପାଳପୁର ବନ୍ଦର, ୪୦ ଘଣ୍ଟାରେ ୮୬,୭୦୦ ମେଟ୍ରିକ୍ ଟନ୍ ଲୁହାପଥର ଲୋଡିଂ ।

୧୨-ଆମେରିକାରେ ରେକର୍ଡସ୍ତରରେ ତାତି। ୫୦ଡିଗ୍ରୀ ଟପିଲା ସର୍ବାଧିକ ତାପମାତ୍ରା ।

୧୩-ନିର୍ଦ୍ୱନ୍ଦ୍ୱରେ ରାଜ୍ୟସଭା ପହଞ୍ଚିଲେ ବିଦେଶ ମନ୍ତ୍ରୀଙ୍କ ସହ ୧୧ ପ୍ରାର୍ଥୀ, ଟିଏମସିରୁ ଛଅ ।

୧୪-ଲଢେଇ ପୂର୍ବରୁ ରାଜ୍ୟ ବିଜେପି ସଭାପତିଙ୍କ ଦମ୍ଭୋକ୍ତି: କହିଲେ, ୨୦୨୪ରେ ଓଡିଶାରେ ସରକାର କରିବ ବିଜେପି।

୧୫-ସଫଳତାର ସହ ଦ୍ୱିତୀୟ କକ୍ଷରେ ପ୍ରବେଶ କଲା ଚନ୍ଦ୍ରୟାନ-୩, ଇସ୍ରୋ ଦେଲା ସୂଚନା ।

Leave a Reply

Your email address will not be published. Required fields are marked *