୧୯-ଜୁଲାଇ-୨୦୨୩, ବୁଧବାର

୧-ସୋନିଆଙ୍କ ବିମାନର ଜରୁରୀ ଅବତରଣ। ଖରାପ ପାଗ ଯୋଗୁଁ ବିମାନର ଜରୁରୀ ଅବତରଣ ।

୨-ଦୂରଦର୍ଶନ ଓ ଆକାଶବାଣୀରେ ରାଜନୈତିକ ଦଳଙ୍କ ପ୍ରଚାର ଲାଗି ଅନଲାଇନରେ ହେବ ସମୟ ଆବଣ୍ଟନ ।

୩-୨୦୨୪ ସାଧାରଣ ନିର୍ବାଚନ ପାଇଁ ୨୬ଟି ବିପକ୍ଷ ଦଳ ଏକଜୁଟ, ବିରୋଧୀ ମେଣ୍ଟର ନାଁ ‘INDIA।

୪-ଆଇଏନଡିଆଇଏ (ଇଣ୍ଡିଆ) ମେଣ୍ଟରେ ୨୦୨୪ ଲୋକସଭା ନିର୍ବାଚନକୁ ଲଢିବେ ବିରୋଧୀ ଦଳ। ଏହି ନୂଆ ମେଣ୍ଟ ପୂର୍ବରୁ ଥିବା କଂଗ୍ରେସର ୟୁନାଇଟେଡ୍ ପ୍ରୋଗ୍ରେସିଭ ଆଲିଆନ୍ସ(ୟୁପିଏ) ର ସ୍ଥାନ ନେବ। 

୫-ସାହାରା ଇଣ୍ଡିଆ ଜମାକାରୀ ଫେରି ପାଇବେ ଟଙ୍କା । ରିଫଣ୍ଡ ପୋର୍ଟାଲର ଉଦଘାଟନ କଲେ ଗୃହମନ୍ତ୍ରୀ ଅମିତ ଶାହା ।

୬-ସାମ୍ବାଦିକଙ୍କ ସ୍ବାସ୍ଥ୍ୟ ବୀମା ୫ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

୭-ଭାରତ ଆସିବେ ଶ୍ରୀଲଙ୍କା ରାଷ୍ଟ୍ରପତି, ଦ୍ବିପାକ୍ଷିକ ସମ୍ବନ୍ଧକୁ ନେଇ ହେବ ଆଲୋଚନା।

୮-ଭଦ୍ରକ ଜିଲ୍ଲାକୁ ମିଳିଲା ଭୂମି ସମ୍ମାନ, ରାଷ୍ଟ୍ରପତିଙ୍କ ଠାରୁ ଗ୍ରହଣ କଲେ ଅତିରିକ୍ତ ଜିଲ୍ଲାପାଳ ଏବଂ ଟିମ୍ ।

୯-ଓଡିଶା ସାହିତ୍ୟ ଏକାଡେମୀ ସଚିବ ପ୍ରବୋଧ କୁମାର ରାଉତଙ୍କ ପରଲୋକ। ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ମନ୍ତ୍ରୀଙ୍କ ସମେତ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ନିର୍ଦ୍ଦେଶକ, ଅତିରିକ୍ତ ଶାସନ ସଚିବ, ଯୁଗ ନିର୍ଦ୍ଦେଶକ, ଉପ ନିର୍ଦ୍ଦେଶକ ଏବଂ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଶୋକ ବ୍ୟକ୍ତ କରିଛନ୍ତି।

୧୦-ପୁଣି ବିବାଦରେ ଶ୍ରୀମନ୍ଦିର ପ୍ରଶାସନ, ବନକଲାଗିରେ ‘ନକଲି କସ୍ତୁରୀ’ ବ୍ୟବହାର ଅଭିଯୋଗ ।

୧୧-ଦେଶର ଅଗ୍ରଣୀ ଆଇଟି କଂପାନି ଇନ୍‌ଫୋସିସ୍‌, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ)ରେ ୨୦୦ କୋଟି ଡଲାର ବ୍ୟୟ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

୧୨-ସୁରଟରେ ବିଶ୍ବର ସର୍ବବୃହତ କାର୍ଯ୍ୟାଳୟ: ୮୦ ବର୍ଷ ପରେ ମୁକୁଟ ହରାଇବ ପେଣ୍ଟାଗନ୍ ।

୧୩-ଦେଶର ଅଗ୍ରଣୀ ଏଡ୍‌ଟେକ୍ ସଂସ୍ଥା BYJU’S ହିସାବ ଖାତାର ଯାଞ୍ଚ କରିବାକୁ କର୍ପୋରେଟ୍ ବ୍ୟାପାର ମନ୍ତ୍ରାଳୟ ନିର୍ଦ୍ଦେଶ ଦେଇଛି।

୧୪-ବଜରଙ୍ଗ ପୁନିଆ ଏବଂ ଭିନେଶ ଫୋଗାଟ୍‌ଙ୍କୁ ଆଶ୍ଵସ୍ତି, ଏସୀୟ କ୍ରୀଡ଼ା ପାଇଁ ଦଳରେ ମିଳିଲା ସିଧା ଏଣ୍ଟ୍ରି ।

୧୫-ସେନ୍‌ସେକ୍ସ ୬୭,୦୦୦ ଟପିଲା: ମାସକରେ ବଢ଼ିଲାଣି ୩୬୦୦ ପଏଣ୍ଟ୍‌।

Leave a Reply

Your email address will not be published. Required fields are marked *