ସକାଳର ତାଜା ଖବର

୨୦-୦୭-୨୦୨୩, ଗୁରୁବାର
୧-ମୌସୁମୀ ଅଧିବେଶନ ପୂର୍ବରୁ ବସିଲା ସର୍ବଦଳୀୟ ବୈଠକ, ମଣିପୁର ହିଂସା ଉପରେ ଚର୍ଚ୍ଚା କରିବାକୁ କେନ୍ଦ୍ର ସରକାର ପ୍ରସ୍ତୁତ ।
୨-ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ଅବୁ ତଲହା ବାଂଲାଦେଶରୁ ଗିରଫ, ପତ୍ନୀଙ୍କ ନିକଟରୁ ମିଳିଲା ଭାରତୀୟ ପାସପୋର୍ଟ।
୩-ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଟ୍ୱିଟରରେ ଏବେ ୯୦ ନିୟୁତରୁ ଅଧିକ ଫଲୋର୍ସ ଅଛନ୍ତି। ଯାହା ତାଙ୍କୁ ସୋସିଆଲ ମିଡିଆ ପ୍ଲାଟଫର୍ମରେ ସାରା ବିଶ୍ୱରେ ସବୁଠୁ ଅଧିକ ଫଲୋ ହେଉଥିବା ସକ୍ରିୟ ରାଜନେତାଙ୍କ ମଧ୍ୟରେ ଜଣେ କରିଛି।
୪-ତାଜମହଲ ପରିସରରେ ବନ୍ୟା ପାଣି । ୪୫ ବର୍ଷ ପରେ ଯମୁନା ଛୁଇଁଲା ତାଜମହଲ ।
୫-ଅଗଷ୍ଟ ୩୦ରୁ ଆରମ୍ଭ ହେବ ଏସିଆ କପ୍ । ସେପ୍ଟେମ୍ବର ୧୭ରେ ଖେଳାଯିବ ଫାଇନାଲ । ସେପ୍ଟେମ୍ବର ୨ରେ ଭାରତ-ପାକିସ୍ତାନ ମ୍ୟାଚ୍ ।
୬-ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ସର୍ମା ନିଜ ଟ୍ୱିଟର ବାୟୋରେ ‘ଇଣ୍ଡିଆ’ ହଟାଇ ‘ଭାରତ’ ଲେଖିଛନ୍ତି । ବିରୋଧୀ ମେଣ୍ଟର ନାଁ ‘ଇଣ୍ଡିଆ’ ରଖାଯିବା ପରେ ସେ ତାଙ୍କ ଟ୍ବିଟର ବାୟୋରେ ଏପରି ପରିବର୍ତ୍ତନ କରିଛନ୍ତି ।
୭-ଜେଟ୍ ଏୟାରୱେଜ୍ ପ୍ରତିଷ୍ଠାତାଙ୍କ ବିରୋଧରେ ଇଡି ମାମଲା ।
୮-ପହିଲମାନ ସୁଶୀଲ କୁମାରଙ୍କୁ ମିଳିଲା ଜାମିନ, ସାଗର ହତ୍ୟାକାଣ୍ଡ ମାମଲାରେ ଅଛନ୍ତି ଜେଲରେ ।
୯-ଆସିଲା +୨ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା: ମୋଟ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ।
୧୦-୮ଟି ନୂଆ ଗ୍ରୀଡ ସବ୍ଷ୍ଟେସନ ଲୋକାର୍ପିତ; ଖର୍ଚ୍ଚ ୬୫୦ କୋଟି, ଉପକୃତ ହେବେ ରାଜ୍ୟର ୨.୨ ଲକ୍ଷ ଲୋକ ।
୧୧-ବୀର ସୁରେନ୍ଦ୍ର ସାଏଙ୍କୁ ନେଇ ରାଜନୀତି । ମୁହାଁମୁହିଁ ହେଲେ ଦୀପାଳି ଦାସ, ଟଙ୍କଧର ତ୍ରିପାଠୀ । ଚର୍ଚ୍ଚାରେ ନେତାଙ୍କ ଟୁଇଟ୍ ୱାର୍ ।
୧୨-ସରକାରଙ୍କ ଫୋକସରେ କେନ୍ଦୁପତ୍ର ହିତାଧିକାରୀ, ତୃତୀୟ ପର୍ଯ୍ୟାୟରେ ପାଇବେ ୫୬ କୋଟିର ବୋନସ୍ ଓ ପ୍ରୋତ୍ସାହନ ।
୧୩-ମାସିକ ସର୍ବନିମ୍ନ ପେନ୍ସନ୍ ରାଶି ୭୫୦୦ ଟଙ୍କାକୁ ବୃଦ୍ଧି କରିବା ଲାଗି କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ (ଇପିଏଫ୍ଓ)ର ପେନ୍ସନ୍ଭୋଗୀମାନେ ଦାବି କରିଛନ୍ତି।
୧୪-ଶିକ୍ଷୟିତ୍ରୀଙ୍କୁ ଚପଲରେ ପିଟିବା ଘଟଣାକୁ ଘୋର ନିନ୍ଦା: ଦୃଢ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଦାବି।
୧୫-ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଯଦି ଦକ୍ଷିଣ ଆଫ୍ରିକା ଗସ୍ତ କରନ୍ତି ତେବେ ସେଠାରେ ତାଙ୍କୁ ଗିରଫ କରାଯାଇପାରିବ ନାହିଁ। କାରଣ ତାଙ୍କୁ ଗିରଫ କରିବା ମାନେ ରୁଷ୍ ସହ ଯୁଦ୍ଧ ଘୋଷଣା କରିବା ବୋଲି ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମଫୋସା କହିଛନ୍ତି।