୨୩-୦୭-୨୦୨୩, ରବିବାର

୧-କଟକ କ୍ୟାଣ୍ଟନମେଣ୍ଟ ଥାନାରୁ ଫେରାର ଅଭିଯୁକ୍ତ ଶଙ୍କର୍ଷଣ ବେହେରାଙ୍କ ମୃତଦେହ ଯୋବ୍ରା ବ୍ୟାରେଜରୁ ଉଦ୍ଧାର । 

୨-୨୦୨୪ ନିର୍ବାଚନରେ ମହିଳା କାର୍ଡ ଖେଳିବ ବିଜେଡି । ଏକ-ତୃତୀୟାଂଶ ଆସନରେ ମହିଳାଙ୍କୁ ଦେଇପାରେ ଟିକେଟ୍ । ବିଜୁ ମହିଳା ଜନତା ଦଳ କାର୍ଯ୍ୟକାରିଣୀରେ ନବୀନଙ୍କ ସଂକେତ ।

୩-ଏମ୍‌କେସିଜିରୁ ଔଷଧ ଚୋରି ଘଟଣା: ଅଧୀକ୍ଷକଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ ।

୪–ଆସନ୍ତା ବର୍ଷ ହେବାକୁ ଥିବା ସାଧାରଣ ନିର୍ବାଚନ-୨୦୨୪କୁ ନଜରରେ ରଖି ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟେର ଜୁଲାଇ ୨୧ରୁ ଅଗଷ୍ଟ ୨୧ ପର୍ଯ୍ୟନ୍ତ ସ୍ବତନ୍ତ୍ର ଡ୍ରାଇଭ୍ ଆରମ୍ଭ ହୋଇଛି।

୫-୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଏସଆଇ ମାନସ କୁମାର ପରିଡା ।

୬-ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ବଡରାମପଲ୍ଲୀ ଗ୍ରାମରେ ଏକ ମୋବାଇଲ ଆପ୍ ଜରିଆରେ ନିଯୁକ୍ତିର ଆଶା ଦେଖାଇ ଗ୍ରାମବାସୀଙ୍କ ଠାରୁ ୧ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକି ନେଇଛନ୍ତି ସାଇବର ଠକ ।

୭-ମଣିପୁର ଭାଇରାଲ୍ ଭିଡିଓ ଘଟଣାରେ କ୍ରୋଧ ପ୍ରକାଶ କଲେ ଆନ୍ନା ହଜାରେ; କହିଲେ, ଦୋଷୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଉ ।

୮-ଜୁଲାଇ ୨୦୨୩ ଇତିହାସର ସବୁଠାରୁ ଉତପ୍ତ ମାସ । ଚିନ୍ତା ବଢ଼ାଇଲା ନାସା ଜଳବାୟୁ ବୈଜ୍ଞାନିକଙ୍କ ରିପୋର୍ଟ ।

୯-ବର୍ଷା ଆଣିଛି ବନ୍ୟା ବିଭୀଷିକା । ବର୍ଷାରେ ବେହାଲ ଗୁଜରାଟ ଓ ମହାରାଷ୍ଟ୍ର, ଜମ୍ମୁ କଶ୍ମୀର, ହିମାଚଳ ପ୍ରଦେଶ ଆଦି ସ୍ଥାନରେ ଭୂସ୍ଖଳନ ।

୧୦-କେନ୍ଦ୍ର ସରକାରଙ୍କ ସପ୍ତମ ରୋଜଗାର ମେଳାରେ ପ୍ରଧାନମନ୍ତ୍ରୀ ମୋଦୀ ବାଣ୍ଟିଲେ ୭୦ ହଜାର ନିଯୁକ୍ତି ପତ୍ର । କହିଲେ, ଯୁବକଙ୍କ ରୋଜଗାର ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ।

୧୧-ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ପରେଡ୍ କରାଇବା ଘଟଣାରେ ଆଉ ଜଣେ ଗିରଫ । ଦେଶର ବିଭିନ୍ନ ସ୍ଥାନରୁ ଆସିଲା ପ୍ରତିବାଦର ଚିତ୍ର ।

୧୨-ବଢୁଛି ଭାରତୀୟ ଟଙ୍କାର ଗୁରୁତ୍ବ, ନେପାଳ ପରେ ଶ୍ରୀଲଙ୍କା ବି ଟଙ୍କାରେ ନେଣଦେଣ କରିବ ।

୧୩-୨ ବର୍ଷରେ ୨୦ଟି ରାଜ୍ୟରେ କନ୍ୟା ସନ୍ତାନଙ୍କ ଜନ୍ମହାର କମିଛି ବୋଲି ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୧୪-ସୁପ୍ରସିଦ୍ଧ ହାସ୍ୟାଭିନେତା ଚାର୍ଲି ଚାପ୍‌ଲିନ୍‌ଙ୍କ ଝିଅ ତଥା ଅଭିନେତ୍ରୀ ଜୋସେଫାଇନ୍‌ ହାନ୍ନା ଚାପ୍‌ଲିନ୍‌ଙ୍କର ଦେହାନ୍ତ ।

୧୫-ବିରାଟଙ୍କୁ ଦେଖି ଖୁସିରେ ଆଲିଙ୍ଗନ କଲେ ୱେଷ୍ଟଇଣ୍ଡିଜ୍ ଖେଳାଳିଙ୍କ ମା’, ଭାଇରାଲ ହେଲା ଭିଡିଓ ।

Leave a Reply

Your email address will not be published. Required fields are marked *