ସକାଳର ତାଜା ଖବର
୨୫-୦୭-୨୦୨୩, ମଙ୍ଗଳବାର
୧-ଆଜିଠାରୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । କଟକ ଆଇନ୍ ବିଶ୍ୱବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ, ଏସସିବି ମେଡିକାଲ କଲେଜ୍ ହସ୍ପିଟାଲର ବାର୍ଷିକ ଉତ୍ସବ ସମେତ ଓଡ଼ିଶା ହାଇକୋର୍ଟ ଏବଂ ଅନ୍ୟାନ୍ୟ କାର୍ଯ୍ୟକ୍ରମରେ ଯୋଗଦେବେ l
୨-ଜେଇ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାରେ ସମ୍ପୃକ୍ତ ଥିବା କର୍ମଚାରୀ ଓ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ସୋମବାର ଓଡ଼ିଶା ଷ୍ଟାଫ୍ ସିଲେକ୍ସନ୍ କମିସନ୍ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ବହୁ ଆଶାୟୀ। l
୩-କଟକ: ୧୫ ଟନ୍ ଗୋରୁମାଂସ ଭର୍ତ୍ତି କଣ୍ଟେନର ତ୍ରିଶୁଳିଆରେ ଜବତ।
୪–ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ଅଞ୍ଚଳରେ ଶ୍ରମିକଙ୍କୁ ନେଇ ଯାଉଥିବାବେଳେ ଓଲଟିଲା ପିକଅପ ଭ୍ୟାନ, ୨୫ ଜଣ ଗୁରୁତର ।
୫-ନୂଆପଡାରୁ ମାଓ କ୍ୟାମ୍ପ ଠାବ, ବହୁ ବିସ୍ପୋରକ ସାମଗ୍ରୀ ଜବତ।
୬-ଖୋର୍ଦ୍ଧା: କୁମାରବସ୍ତା ଠାରେ ଓଡ଼ିଶାର ପ୍ରଥମ ଓ ଦେଶର ଦ୍ୱିତୀୟ ପଞ୍ଜିକୃତ ଯାନ ସ୍କ୍ରାପିଂ ସୁବିଧା ସେବା ଆରମ୍ଭ ହୋଇଛି। ସ୍କ୍ରାପିଂ ସୁବିଧା ଟାଟା ମୋଟର୍ସ ଏବଂ ଏମ୍ପ୍ରିଓ ପ୍ରିମିୟମର ମିଳିତ ଉଦ୍ୟମରେ ଆରମ୍ଭ ହୋଇଛି। l
୭-ରାଜଧାନୀର ପ୍ରମୁଖ ଆକର୍ଷଣୀୟ ବ୍ୟବସାୟିକ ବଜାର ‘‘ମାର୍କେଟ ବିଲ୍ଡିଂ’’ ଏକ ସପ୍ତାହ ପରେ ବି ସ୍ଥାୟୀ-ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ଜାରି l ବଜାର ବନ୍ଦ ରହିବା ଫଳରେ ପାଖାପାଖି ୧୫ କୋଟି କ୍ଷତି ହେଲାଣି l
୮-ଖୋଲିଲା ହୀରାକୁଦ ଜଳଭଣ୍ଡାରର ଆଉ ୩ଟି ଗେଟ୍ l ଏହାକୁ ମିଶାଇ ଏବେ ୮ଟି ଗେଟ୍ ଜରିଆରେ ବନ୍ୟାଜଳ ନିଷ୍କାସନ ହେଉଛି l
୯-ବାରାଣାସୀ ଜ୍ଞାନବ୍ୟାପୀ ମସଜିଦରେ ହେବନି ଏଏସଆଇର ସର୍ଭେ: ୨୬ ଜୁଲାଇ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ସର୍ଭେ ଉପରେ ରୋକ ଲଗାଇଲେ ସର୍ବୋଚ୍ଚ ନ୍ୟାୟାଳୟ l
୧୦-୮.୧୫% ବୃଦ୍ଧି ହେଲା ଇପିଏଫ ସୁଧହାର l ଏହାଦ୍ୱାରା ଦେଶର ଦେଶର ୬ କୋଟିରୁ ଅଧିକ କର୍ମଚାରୀ ଲାଭବାନ ହେବେ l
୧୧-ପୁଣି ଉଛୁଳିଲା ଗଙ୍ଗା, ଯମୁନା, ଲଗାଣ ବର୍ଷାରେ ବେହାଲ ରାଜଧାନୀ ଦିଲ୍ଲୀ, ମାୟାନଗରୀ ମୁମ୍ବାଇ ସମେତ ଦେଶର ବିଭିନ୍ନ ସ୍ଥାନ ।
୧୨-ପୁଣି ଅଡ଼ୁଆରେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ଜାମିନ ବିହୀନ ଗିରଫ ପରୱାର ଜାରି କଲେ ପାକିସ୍ତାନ ନିର୍ବାଚନ କମିଶନ ବା ଇସିପି l
୧୩-ବିବାଦ ପରେ ବି ବକ୍ସ ଅଫିସରେ ଧମାଲ କରୁଛି ଫିଲ୍ମ ‘ଓପେନହାଇମର’, ପ୍ରଥମ ୩ଦିନରେ ଫିଲ୍ମଟି ୫୦କୋଟି ଆୟ କରିସାରିଥିବା ବେଳେ ଆଗାମୀ ଦିନରେ ଏହା ବକ୍ସ ଅଫିସର ଅନେକ ରେକର୍ଡ ଭାଙ୍ଗିବ ।
୧୪-ଏସିଆନ ଗେମ୍ସରେ ପ୍ରଥମଥର ପାଇଁ ସାମିଲ ହେଲା ମହିଳା ସଫ୍ଟବଲ l ଯାହାକି ଆସନ୍ତା ସେପ୍ଟେମ୍ବର-ଅକ୍ଟୋବରରେ ଚାଇନାର ହାଙ୍ଗଝୋଉଠାରେ ହେବ l
୧୫-ବର୍ଷା ହେତୁ ଭାରତ-ଓ୍ବେଷ୍ଟଇଣ୍ଡିଜ ଦ୍ବିତୀୟ ଟେଷ୍ଟ ଡ୍ର, ଭାରତ ୧-୦ରେ ସିରିଜ୍ ଆଗୁଆl