ସକାଳର ତାଜା ଖବର
୨୬-୦୭-୨୦୨୩, ବୁଧବାର
୧-ବର୍ଷ ପୂର୍ତ୍ତିରେ ଓଡ଼ିଶାରେ ରାଷ୍ଟ୍ରପତି: ଭବ୍ୟ ସ୍ବାଗତ ଦେଖି ଗାଡ଼ିରୁ ଓହ୍ଲାଇଲେ, ୫ ମିନିଟ୍ ଲୋକଙ୍କ ସହ ମିଶିଲେ l
୨-ବଢ଼ିଲା ମହାପ୍ରଭୁଙ୍କ ବନକଲାଗି ବିବାଦ: ନୀଳାଦ୍ରି ବିଜେର ୨୫ ଦିନ ପରେ ବି ହେଲାନି ସମାଧାନ l
୩-ମେଡିକାଲ ବେଡରେ ଆଇଏଏସ୍ ପ୍ରସ୍ତୁତି । ସ୍ୱପ୍ନ ପୂରଣ କରିବାକୁ ପାଠ ପଢ଼ୁଛନ୍ତି ଗୁଣୁପୁରର ରଶ୍ମିତା ପାଣିଗ୍ରାହୀ ।
୪–୧୦୦ଟି ସର୍ବକାଳୀନ ଶ୍ରେଷ୍ଠ ଓଡ଼ିଆ ଗଳ୍ପକୁ ବିଦେଶୀ ଭାଷାରେ ଅନୁବାଦ କରାଯିବ: ସଂସ୍କୃତି ବିଭାଗର ବଡ଼ ପଦକ୍ଷେପ ।
୫-କେନ୍ଦୁଝରରେ ୭ ଦିନରେ ସାପ କାମୁଡ଼ାରେ ୪ ଛାତ୍ରଛାତ୍ରୀଙ୍କ ମୃତ୍ୟ ପରେ ଚେତିଲା ପ୍ରଶାସନ । ପ୍ରତ୍ୟେକ ତହସିଲଦାରଙ୍କ ନେତୃତ୍ୱରେ ଭିତ୍ତିଭୂମି ଯାଞ୍ଚ ପାଇଁ ଗଠନ ହେଲା ଟିମ I
୬-IRCTCରେ ପୁଣି ଆରମ୍ଭ ହେଲା ଟିକେଟ୍ ବୁକିଂ, ମଙ୍ଗଳବାର ସକାଳଠୁ ଥିଲା ବନ୍ଦ, ଯାତ୍ରୀ ଆଶ୍ୱସ୍ତ ।
୭-ସୀମା ଓ ସଚିନଙ୍କ ପାଇଁ ବଢିଲା ଅଡୁଆ, ପୁଣିଥରେ ସେମାନଙ୍କୁ ଉଠାଇନେଲା ଏଟିଏସ୍ ।
୮-କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିବାକୁ ସଜବାଜ ହେଉଛନ୍ତି ବିରୋଧୀ, ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ପାଇଁ ଜୋର ଧରୁଛି ଦାବି ।
୯-ଜି -୨୦ ଆୟୋଜନ କରିବାକୁ ପ୍ରସ୍ତୁତ ଦେଶର ସର୍ବବୃହତ କନଭେନସନ ସେଣ୍ଟର, ଆଜି ଦେଶକୁ ଉତ୍ସର୍ଗ କରିବେ ପ୍ରଧାନମନ୍ତ୍ରୀ ।
୧୦-ଚଳିତ ଆର୍ଥିକ ବର୍ଷ ପାଇଁ ଆଇଏମଏଫ ବଢ଼ାଇଲା ଭାରତର ଅଭିବୃଦ୍ଧି ହାର, ୬.୧ ପ୍ରତିଶତ ରହିପାରେ ଜିଡିପି ।
୧୧-ଓସିଏସ୍-୨୦୨୧ ପରୀକ୍ଷାଫଳ ଉପରେ ଅନ୍ତରୀଣ ଅଙ୍କୁଶ ଲଗାଇଲେ ହାଇକୋର୍ଟ ।ବିନା ଅନୁମତିରେ ଫଳ ପ୍ରକାଶ ନକରିବାକୁ ଓପିଏସ୍ସିକୁ ନିର୍ଦେଶ ।
୧୨-ରୁଷର ବଡ଼ ନିଷ୍ପତ୍ତି: ଲିଙ୍ଗ ପରିବର୍ତ୍ତନ, ଟ୍ରାନ୍ସଜେଣ୍ଡର ବିବାହ ଉପରେ ଲଗାଇଲା ବ୍ୟାନ୍ ।
୧୩-ଭାରତୀୟ ମହିଳା କ୍ରିକେଟ୍ ଟିମ୍ର ଅଧିନାୟକ ହରମନପ୍ରୀତ କୌରଙ୍କ ବିରୋଧରେ କଡ଼ା ପଦକ୍ଷେପ ନେଇଛି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି)। ମ୍ୟାଚ ସମୟରେ ଖରାପ ବ୍ୟବହାରକୁ ନେଇ ମଙ୍ଗଳବାର ଆଇସିସି ତାଙ୍କୁ ୨ଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିବା ଉପରେ ବ୍ୟାନ୍ ଲଗାଇଛି।
୧୪-ପୁଣି ନିରାଶ ବାରବାଟୀ: ଆଫଗାନିସ୍ତାନ ବିପକ୍ଷ ଟ୍ବେଣ୍ଟି-୨୦ ପ୍ରସ୍ତାବକୁ ଓସିଏର ପ୍ରତ୍ୟାଖ୍ୟାନ l
୧୫-ଟିମ୍ ଇଣ୍ଡିଆର ମଉଳିଲା ସିରିଜ୍ ମୂଳପୋଛ ସ୍ବପ୍ନ; ଦ୍ବିତୀୟ ଟେଷ୍ଟ ଡ୍ର’, ୧-୦ରେ ଶୃଙ୍ଖଳା ବିଜୟ ।