୨୮-୦୭-୨୦୨୩, ଶୁକ୍ରବାର

୧-‘ଜୀବନର କିଛି ଭରସା ନାହିଁ , ଧନ ସଞ୍ଚୁଛୁ କାହା ପାଇଁ’ ବାସ୍… ରାଷ୍ଟ୍ରପତିଙ୍କ ଏଇ କେଇପଦ କଥା ଉପସ୍ଥିତ ଜନତାଙ୍କୁ ହୃଦୟକୁ ଛୁଇଁଥିଲା । ସମସ୍ତେ ଭାବବିହ୍ୱଳ ହୋଇଯାଇଥିଲେ । ତମାଣ୍ଡୋ ସ୍ଥିତ ପ୍ରଜାପିତା ବ୍ରହ୍ମକୁମାରୀ ଦ୍ୱାରା ଆୟୋଜିତ ‘ଡିଭାଇନ୍ ଲାଇଫ୍’ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ମନୁଷ୍ୟର ବାସ୍ତବିକ ଉନ୍ନତି ଉପରେ ଗୁରୁତ୍ୱ ଦେଇଥିଲେ ।

୨-ଚଳିତ ବର୍ଷ ମହରମ୍ ପର୍ବ ପାଇଁ ଜୁଲାଇ ୨୯ ତାରିଖ ଶନିବାରକୁ ରାଜ୍ୟ ସରକାର ଛୁଟି ଘୋଷଣା କରିଛନ୍ତି। ଜୁଲାଇ ୨୮ ପରିବର୍ତ୍ତେ ୨୯ ତାରିଖ ଛୁଟି ଘୋଷଣା କରାଯାଇଛି।

୩-ଓଡ଼ିଶାରେ ଓଏସଏସସି ପ୍ରଶ୍ନପତ୍ର ପ୍ରଘଟ, ବିହାର ସରକାରୀ ଅଧିକାରୀ ମାଷ୍ଟରମାଇଣ୍ଡ ।

୪-୩୦ରେ ଆସୁଛି ଆଉ ଏକ ଲଘୁଚାପ, ୧ ରୁ ପ୍ରବଳ ବର୍ଷା !

୫-ଫେବୃଆରୀ ୨୦ ରୁ ମାଟ୍ରିକ ପରୀକ୍ଷା । ମାଟ୍ରିକ ପରୀକ୍ଷା ନେଇ ତାରିଖ ଘୋଷଣା କଲା ବୋର୍ଡ । ଫେବୃଆରୀ ୨୦ରୁ ମାର୍ଚ୍ଚ ୪ ପର୍ଯ୍ୟନ୍ତ ମାଟ୍ରିକ ପରୀକ୍ଷା ।

୬-ତିନି ଦିନିଆ ଓଡିଶା ଗସ୍ତ ସାରି ଦିଲ୍ଲୀ ଫେରିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

୭-ବହୁ ଚର୍ଚ୍ଚିତ କ୍ୟାମେରା ମ୍ୟାନ ମାନସ ସ୍ୱାଇଁ ହତ୍ୟା ଘଟଣା: ଚାଞ୍ଚଲ୍ୟକର ବୟାନ ରଖିଲେ ଦୟାଲ ଆଶ୍ରମର କେୟାର ଟେକର ।

୮-ମଣିପୁରରେ ମହିଳାଙ୍କୁ ଉଲଗ୍ନ କରି ବୁଲାଯିବା ଘଟଣା : ଅପରାଧର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର ।

୯-ତେଜୁଛି ବୟାନବାଜି, ବଢୁଛି ବିବାଦ । ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ସହ ବିବାଦ ଭିତରେ ବଢିଲା ଗୀତିକାର ଜାଭେଦ ଅଖତରଙ୍କ ଅଡୁଆ ।

୧୦-ରାଜସ୍ଥାନ ମାଟିରୁ ବିରୋଧୀ ମେଂଟକୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଟାର୍ଗେଟ, କହିଲେ ଦୁର୍ନୀତି ଲୁଚାଇବା ପାଇଁ ଇଣ୍ଡିଆ ନାଁର ସାହାରା ନେଇ କରିଛନ୍ତି ମେଂଟ ।

୧୧-ରାଜ୍‌ ଠାକରେଙ୍କ ସହ ଏକାଠି ହେବା ଖବରକୁ ଉଦ୍ଧବଙ୍କ ଖଣ୍ଡନ, କହିଲେ ଏହା କେବଳ ଗୁଜବ ।

୧୨-ଅଗଷ୍ଟ ୩ ଯାଏ ଜ୍ଞାନବ୍ୟାପୀ ସର୍ଭେ ଉପରେ ଲାଗିଲା ରୋକ ।

୧୩-ସେପ୍ଟେମ୍ବର ୧୫ ପର୍ଯ୍ୟନ୍ତ ଇଡିର ନିର୍ଦ୍ଦେଶକ ରହିବେ ସଞ୍ଚୟ ମିଶ୍ରା, ସୁପ୍ରିମକୋର୍ଟରୁ କେନ୍ଦ୍ର ସରକାରଙ୍କୁ ଆଶ୍ବସ୍ତି।

୧୪-ତିନି ହଜାର କାର ନେଇ ଯାଉଥିବା ଏକ ମାଲବାହୀ ଜାହାଜରେ ନେଦରଲାଣ୍ଡ ଉପକୂଳରେ ଭୀଷଣ ନିଆଁ ଲାଗିଥିବା ଖବର ସାମନାକୁ ଆସିଛି । ଏହି ଦୁର୍ଘଟଣାରେ ଜଣେ ଭାରତୀୟଙ୍କ ମୃତ୍ୟୁ ହୋଇଛି ଏବଂ ଅନ୍ୟ ୨୦ ଜଣ ଆହତ ହୋଇଛନ୍ତି । 

୧୫-ଗୁରୁବାର ପ୍ରଥମ ଦିନିକିଆ ମ୍ୟାଚ୍‌ରେ ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ବଳରେ ୫ ୱିକେଟ୍‌ରେ ସହଜ ବିଜୟ ହାସଲ କରିଛି ଭାରତ।

Leave a Reply

Your email address will not be published. Required fields are marked *