ଆଜିର ମୁଖ୍ୟ ଖବର

ତାରିଖ ୨୯/୦୩/୨୩, ବୁଧବାର
୧-ନାବାଳକ ଗାଡି ଚଳାଇ ରାସ୍ତାକୁ ବାହାରୁ ଥିଲେ ସାବଧାନ, ରାଜ୍ୟବ୍ୟାପି କଡାକଡି ଚାଲିଛି ଟ୍ରାଫିକ୍ ଚେକିଂ । ଧରାପଡିଲେଣି ୮୪ ଜଣ ନାବାଳକ ଚାଳକ।
୨-ଓଡ଼ିଶାରେ, ପ୍ରତି ଲକ୍ଷେ ଲୋକ ସୁରକ୍ଷା ପାଇଁ ଅଛନ୍ତି ୧୨୩ ପୁଲିସ।
୩-ଉତ୍କଳ ଦିବସରୁ ସରକାରୀ ହାଇସ୍କୁଲ ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଧାରଣା।
୪-୧୦ ବର୍ଷରେ ୫୫ ବାଘ ମୃତ, ଶିକାରୀ ଆକ୍ରମଣରେ ଅର୍ଦ୍ଧାଧିକ।
୫-ଉତ୍କଳମଣ୍ଡପଠାରେ ହେବ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ ସମାରୋହ, ମୁଖ୍ୟଅତିଥି ଭାବେ ଯୋଗଦେବେ ମୁଖ୍ୟମନ୍ତ୍ରୀ।
୬-ବଲାଙ୍ଗିର, କେନ୍ଦ୍ରାପଡ଼ା ପରେ କନ୍ଧମାଳରେ ଲମ୍ବିଛି ଜାଲି ମାଟ୍ରିକ୍ ସାର୍ଟିଫିକେଟର ଚେର, ୬ ଜଣଙ୍କ ନାଁରେ ଜାରି ହେଲା ଏତଲା।
୭-ଯାଜପୁର ସରକାରୀ ପଲିଟେକନିକ୍ ହଷ୍ଟେଲରେ ଇଞ୍ଜିନିୟରିଂ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ରାଗିଂ ନେଇ ଅଭିଯୋଗ ଆଣିଲେ ପରିବାର ଲୋକେ।
୮-ପୁଣି ଧମାଲ ମଚାଇଲେ ତାଞ୍ଜାନିଆର କିଲି-ନୀମା; ଓଡ଼ିଆ ଗୀତରେ ରିଲ୍ସ କରି ସାଉଁଟିଲେ ପ୍ରଶଂସା।
୯-ରାଜନୀତିରେ ‘ଜୟ ଜଗନ୍ନାଥ‘ ନାରା: ସୋସିଆଲ ମିଡ଼ିଆରେ ବିଜେଡିର କ୍ୟାମ୍ପେନ୍, ବିଜେପି କହିଲା- ଜୟ ଜଗନ୍ନାଥ, ଜୟ ଶ୍ରୀରାମ।
୧୦-ଓଡ଼ିଶାରେ ୧୮୨୬୮ ଜଣଙ୍କୁ ମିଳିଛି ବନ୍ଧୁକ ଲାଇସେନ୍ସ: ଗୃହ ରାଷ୍ଟ୍ରମନ୍ତ୍ରୀ
୧୧-କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ତେନ୍ତୁଳିଗୁଡ଼ା ଗାଁ:ଶୁଣିଲାନି ପ୍ରଶାସନ, ଗାଁ ରାସ୍ତା ତିଆରି କଲେ ଲୋକେ, ଜଙ୍ଗଲର ପଥୁରିଆ ମାଟିକୁ ହାଣି କଲେ ରାସ୍ତା କାମ।
୧୨-ଜି ୨୦ ସମ୍ମିଳନୀରେ ଯୋଗଦେବେ ମହାକାଳପଡା ବତୀଘର ପଞ୍ଚାୟତର ମହିଳା ସରପଞ୍ଚ ଶିବାନୀ।
୧୩-ଆଇଏନ୍ଏସ ଚିଲିକାରେ ପ୍ରଥମ ବ୍ୟାଚ୍ ଅଗ୍ନିବୀରଙ୍କ ପ୍ରଶିକ୍ଷଣ, ୪ ମାସର ପ୍ରଶିକ୍ଷଣ ପରେ ଅନୁଷ୍ଠିତ ହେଲା ପାସିଂ ଆଉଟ୍ ପରେଡ।
୧୪-ରାମ ନବମୀ ପାଇଁ ଭଦ୍ରକରେ ବିଶାଳ କଳଶ ଶୋଭାଯାତ୍ରା; ସାମିଲ୍ ହେଲେ ଶତାଧିକ ମହିଳା।
୧୫-ବାଲେଶ୍ଵରର ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ।
୧୬-ପାନ୍-ଆଧାର ଲିଙ୍କ୍ର ସମୟସୀମା ୩୦ ଜୁନ୍ ୨୦୨୩ ପର୍ଯ୍ୟନ୍ତ ବୃଦ୍ଧି ।
୧୭-ଇପିଏଫ ସୁଧହାର ୮.୧୫ ପ୍ରତିଶତକୁ ବଢିଲା।୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ବଢିଲା ସୁଧହାର।
୧୮-ସରକାରୀ ବାସଭବନ ଛାଡ଼ିବାକୁ ରାଜି ହେଲେ ରାହୁଲ ଗାନ୍ଧୀ । ଚିଠି ଲେଖି ଲୋକସଭା ସଚିବାଳୟର ଡେପୁଟି ସେକ୍ରେଟାରୀଙ୍କୁ କଲେ ଅବଗତ।
୧୯-ଜାପାନରେ ଭୂକମ୍ପ ଝଟକା, ରିକ୍ଟର ସ୍କେଲରେ ତିବ୍ରତା ୬.୧।