୨୯-୦୭-୨୦୨୩, ଶନିବାର

୧-ଭୁବନେଶ୍ୱରରେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପ୍ରଯୋଜକଙ୍କ ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଏକ ସାମ୍ବାଦିକ ସମ୍ମିଳନୀରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହେବାରୁ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଯାହାକୁ ପୋଲିସ ଆସି ମଧ୍ୟସ୍ଥି କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା। ।

୨-ଆଜି ହେଉଛି ମୁସଲମାନ ସମ୍ପ୍ରଦାୟର ପର୍ବ ମହରମ୍। ଏଥିପାଇଁ ଭଦ୍ରକରେ ସମୁଦାୟ ୪୧ଟି କାଫିଲା ବାହାରିବ। ୭ଟି କାଫିଲା ସହର ପରିକ୍ରମ କରି ମଦିନା ମୈଦାନରେ ପହଞ୍ଚିବ।।

୩-ସମ୍ପତ୍ତି ପାଇଁ ତୁଚ୍ଛ ହେଲା ସମ୍ପର୍କ, ଭାଇକୁ ଶାବଳରେ ପିଟି ହତ୍ୟା କଲା ଭାଇ । ମୃତ ଯୁବକ ଜଣକ ହେଲେ ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଖଲିଙ୍ଗୀ ପଞ୍ଚାୟତ ବାସୁଦେବପୁର ଗାଁର କଂସ ପ୍ରଧାନଙ୍କ ପୁଅ କୁଲୁ ପ୍ରଧାନ(୨୫) ।

୪-ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ(ଓଏସଏସସି) ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ଡିପାର୍ଟମେଣ୍ଟାଲ ପ୍ରୋସିଡିଂ ତଥା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ବାଲେଶ୍ବର ଏସପି ସାଗରିକା ନାଥ ଚିଠି ଲେଖିଛନ୍ତି ।

୫-ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନା – ପ୍ରସ୍ତାବ ଆହ୍ୱାନ କଲା ଲଳିତ କଳା ଏକାଡେମୀ ।

୬-ପଲିଗ୍ରାଫ୍‌ ଟେଷ୍ଟ ରିପୋର୍ଟରେ ଉଲ୍ଲେଖ: ଧମକ ମିଳିଥିବାରୁ ନବ ଦାସଙ୍କୁ ହତ୍ୟା କରିଥିଲା ଗୋପାଳ ।

୭-ଜୟପୁର-ଭୁବନେଶ୍ୱର ବିମାନ ସେବା ପୁଣି ୩ ଦିନ ବାତିଲ୍; ଖରାପ ପାଗ ନା ଯାନ୍ତ୍ରିକ ତ୍ରୁଟି, ଦ୍ୱନ୍ଦ୍ୱରେ ଯାତ୍ରୀ ।

୮-ଓଡ଼ିଶାରେ ଚଳିତ ବର୍ଷ କାନାରା ବ୍ୟାଙ୍କର ଖୋଲିବ ୧୦ ନୂଆ ଶାଖା ।

୯-ମହାରାଷ୍ଟ୍ରର ନାସିକ ମନମାଡ ଜଙ୍କସନରେ ଏକ ବିରଳ ଏବଂ ବିଚିତ୍ର ଘଟଣା ଦେଖିବାକୁ ମିଳିଛି । ଏଠାରେ ଟ୍ରେନକୁ ଅପେକ୍ଷା କରୁଥିବା ୪୫ ଯାତ୍ରୀ ଜାଣି ଚକିତ ହୋଇଥିଲେ ଯେ ତାଙ୍କ ଟ୍ରେନ୍ ୯୦ ମିନିଟ୍ ପୂର୍ବରୁ ଷ୍ଟେସନରେ ପହଞ୍ଚିଥିଲା ଏବଂ ପାଞ୍ଚ ମିନିଟ୍ ପରେ ଚାଲି ଯାଇଥିଲା ।

୧୦-ତେଲେଙ୍ଗାନାରେ ବନ୍ୟା ତାଣ୍ଡବ : ବନ୍ୟା ପାଣିରେ ବୁଡି ରହିଛି ରାଜ୍ୟର ଅଧିକାଂଶ ଜିଲ୍ଲା, କର୍ଣ୍ଣାଟକ, କେରଳ, ତାମିଲନାଡୁରେ ମଧ୍ୟ ସମାନ ସ୍ଥିତି ।

୧୧-ଆନ୍ଧ୍ର ଉପକୂଳ‌ରେ ବିଶାଳ ବ୍ଲୁ ହ୍ବେଲର ମୃତ ଶରୀର, ଦେଖିବାକୁ ଲୋକଙ୍କ ଭିଡ଼ ।

୧୨-ମଣିପୁର ହିଂସା ତାତିରେ ହୁଲୁସ୍ତୁଲ ସଂସଦ । ୭ଦିନରେ ମଧ୍ୟ ଚାଲିପାରିଲାନି ମୌସୁମୀ ଅଧିବେଶନ, ଜୁଲାଇ ୩୧ପର୍ଯ୍ୟନ୍ତ ରାଜ୍ୟସଭା ମୁଲତବୀ ।

୧୩-ଚାଷୀଙ୍କୁ ମିଳିଲା ପିଏମ କିଷାନ ଟଙ୍କା: ଚାଷୀଙ୍କ ବ୍ୟାଙ୍କ ଖାତାକୁ ଆସିଛି ୧୪ତମ କିସ୍ତିର ୨ହଜାର ଟଙ୍କା ।

୧୪-ସିଧାପ୍ରସାରଣ ବେଳେ ରିକି ପଣ୍ଟିଂଙ୍କ ଉପରକୁ ଅଙ୍ଗୁର ଫୋପାଡ଼ିଲେ କ୍ରୀଡ଼ାପ୍ରେମୀ । 

୧୫-ବିଦେଶୀ ସେୟାର ବଜାରରେ ନିବେଶ କରିପାରିବେ ଭାରତୀୟ କମ୍ପାନୀ, ସୂଚନା ଦେଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

Leave a Reply

Your email address will not be published. Required fields are marked *