୧୩-ଜୁଲାଇ-୨୦୨୩, ଗୁରୁବାର

୧-5T ଉପକ୍ରମରେ ଗୁପ୍ତେଶ୍ୱର ପୀଠର ହେବ ରୂପାନ୍ତର : ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ ।

୨-ସମ୍ବଲପୁର ବୁର୍ଲା ସ୍ଥିତ, ବୀର ସୁରେନ୍ଦ୍ର ସାଏ ୟୁନିଭର୍ସିଟି ଅଫ ଟାକ୍ନୋଲୋଜି(ଭିସୁଟ) କ୍ୟାମ୍ପସରେ ଦୁଇ ଚକିଆ, ଚାରି ଚକିଆ ଯାନ ପ୍ରବେଶ କରିବା ଉପରେ ଲାଗିଛି ରୋକ ।

୩-କୁଆଖାଇରେ ଛାତ୍ର ବୁଡ଼ି ଘଟଣା: ମିଳିଲା ଆଉ ୨ ମୃତଦେହ ।

୪-ବାହାନଗା ରେଳ ଦୁର୍ଘଟଣା ମାମଲାରେ ଆଉ ୪ ଜଣ ରେଳ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି।

୫-ହାଇକୋର୍ଟରେ ରତ୍ନଭଣ୍ଡାର ଚାବି ହଜିବା ମାମଲା: ୨ ମାସ ସମୟ ନେଲେ ରାଜ୍ୟ ସରକାର।

୬-ମହାନଦୀ ଜଳବିବାଦ ମାମଲା: କ୍ଷେତ୍ର ପରିଦର୍ଶନ ରିପୋର୍ଟ ଦାଖଲ ।

୭-୪ଟି କମ୍ପାନିକୁ ଔଷଧ ନିଗମରେ ବାରଣ: ନିମ୍ନମାନର ଔଷଧ ପାଇଁ ୬ବର୍ଷରେ ୫୯ କମ୍ପାନି ହେଲେଣି ସାମିଲ ।

୮-ଜାଲ୍‌ ସଂସ୍ଥା ନାଁରେ ୫୪ ‌କୋଟିର ଜିଏସ୍‌ଟି ଫାଙ୍କି: ଦିଲ୍ଲୀର ଦୁଇ ଠକଙ୍କୁ ରାଜଧାନୀରୁ ଗିରଫ କଲା ଜିଏସ୍‌ଟି ଗୁଇନ୍ଦା ।

୯-ପଞ୍ଚାୟତ ନିର୍ବାଚନ ଫଳାଫଳ ଆସିବା ପରେ ମୁହଁ ଖୋଲିଲେ ମମତା, କହିଲେ- ରାମ,ଶ୍ୟାମ ଓ ବାମ ମିଶି ଭିଆଇଛନ୍ତି ହିଂସା ।
ଉତ୍ତର ଭାରତରେ ଜଳପ୍ରଳୟ । ବର୍ଷା, ବନ୍ୟା, ଭୂସ୍ଖଳନରେ ଗଲାଣି ଶହେରୁ ଅଧିକ ଜୀବନ । ଦିଲ୍ଲୀରେ ୪୫ବର୍ଷର ରେକର୍ଡ ଭାଙ୍ଗି ବୋହୁଛି ଯମୁନା ନଦୀ ।

୧୦-ଜମ୍ମୁ-କାଶ୍ମୀରରେ ଗତ ୨୪ ଘଣ୍ଟାରେ ୫ ଅମରନାଥ ଯାତ୍ରୀଙ୍କ ମୃତ୍ୟୁ, ମୋଟ ମୃତ୍ୟୁ ସଂଖ୍ୟା ହେଲା ୧୯।

୧୧-ଦିଲ୍ଲୀରେ ବାବା ବାଗେଶ୍ବରଙ୍କ କାର୍ଯ୍ୟକ୍ରମରେ ପ୍ରବଳ ଭିଡ଼, ପରିସ୍ଥିତି ଅସମ୍ଭାଳ, ୧୦ ଆହତ ।

୧୨-Wiproର ବଡ଼ ଘୋଷଣା, ଆସନ୍ତା ତିନି ବର୍ଷରେ AIରେ କରିବ ୧ ବିଲିୟନ ଡଲାରର ନିବେଶ ।

୧୩-ନେପାଳ ହେଲିକପ୍ଟର ଦୁର୍ଘଟଣାରେ ୬ ମୃତ, ମୃତକଙ୍କ ମଧ୍ୟରେ ୫ ମେକ୍ସିକୋ ନାଗରିକ ।

୧୪ -ପାରିବାରିକ ଶତ୍ରୁତାରୁ ପୋଲସରାର ବ୍ଲକ ଛକରେ ଫୁଟିଲା ଗୁଳି । ବାପା ମୃତ, ଝିଅ ଗୁରୁତର ।

୧୫ – ପ୍ରଥମ ଟେଷ୍ଟ : ଇଣ୍ଡିଜ୍‌ ୧୫୦ରେ ଅଲ୍‌ଆଉଟ, ଭାରତ୮୦/୦ ।

Leave a Reply

Your email address will not be published. Required fields are marked *