ଡାକ୍ତରଙ୍କ ବଦଳି ପ୍ରତିବାଦରେ ଆନ୍ଦୋଳନ


ସୋରଡା: ସୋରଡା ବ୍ଲକ ଅନ୍ତର୍ଗତ ବଡଗଡ ଗ୍ରାମର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ଥିବା ଡାକ୍ତର ତରୁଣ କୁମାର ବିଶ୍ଵାଳଙ୍କୁ ବଦଳି ପ୍ରତିବାଦରେ ବଡଗଡ ଅଞ୍ଚଳବାସୀଙ୍କ ତରଫରୁ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣ ଦେଇଛନ୍ତି । ପୂର୍ବରୁ କିଛି ଦିନ ତଳେ ଡାକ୍ତର ନଥିବାକୁ ନେଇ ବଡଗଡ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲାଇ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଥିଲେ। ସେହି ସମୟରେ ବଡଗଡ ଥାନାଅଧିକାରୀଙ୍କ ଅନୁରୋଧ କ୍ରମେ ଗ୍ରାମବାସୀ ଧାରଣା ସ୍ଥଳରୁ ଓହରିଥିଲେ କିନ୍ତୁ ବର୍ତ୍ତମାନ ସୁଦ୍ଧା ଜିଲ୍ଲା ପ୍ରଶାସନ ତାଙ୍କର କୌଶସି ଅଭିଯୋଗକୁ ଶୁଣିନଥିଲେ । ପୁଣି ବର୍ତ୍ତମାନ କାର୍ଯ୍ୟରତ ଥିବା ଡାକ୍ତର ତରୁଣ କୁମାର ବିଶ୍ଵାଳଙ୍କ ବଦଳି ହେବାର ଖବର ପାଇ ବଡଗଡ ଗ୍ରାମବାସୀ ରାଜରାସ୍ତାକୁ ଓହ୍ଲେଈ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସମ୍ମୁଖରେ ଧାରଣା ଦେଇଛନ୍ତି । ଏହି ଆନ୍ଦୋଳନ ଚାଲି ରହିବା ଯେତେ ପର୍ଯ୍ୟନ୍ତ ତାଙ୍କ ଅଭିଯୋଗ ପୂରଣ ହୋଇନି ବୋଲି ସେ ପ୍ରକାଶ କରିଥିଲେ l ଆନ୍ଦୋଳନକୁ ସଫଳ କରିବା ପାଈ ବଡଗଡ ଗ୍ରାମବାସୀ ବହୁଳ ପରିମାଣରେ ବିଭିନ୍ନ ଗ୍ରାମରୁ ଲୋକମାନେ ସହଯୋଗ କରିଥିଲେ । ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ଆଖପାଖ ପ୍ରାୟ ୪୦ ରୁ ୫୦ ଖଣ୍ଡ ଗ୍ରାମର ଲୋକମାନେ ନିର୍ଭର କରିରହୁଛନ୍ତି । ଯଦି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ଙ୍କ ଅଭାବ ରହେ ତାହାହେଲେ ବଡଗଡ ଗ୍ରାମବାସୀ କିପରି ସ୍ୱାସ୍ଥ୍ୟଗତ ସମସ୍ୟାରୁ ନିବୃତ ରହିବେ ତାହା ସମସ୍ତଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ସୋରଡାରୁ ନାରାୟଣ ଡାକୁଆଙ୍କ ରିପୋର୍ଟ

Leave a Reply

Your email address will not be published. Required fields are marked *