୧୯ରୁ ଦ୍ଵିତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ୨୦୨୫

୧୯ରୁ ଦ୍ଵିତୀୟ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ୨୦୨୫ ବ୍ରହ୍ମପୁର ୧୮/୨ ଦକ୍ଷିଣ ଓଡ଼ିଶା ଫାର୍ମାସିଷ୍ଟ ସଂଘ ର ୨୫ବର୍ଷ ପୂର୍ତ୍ତି ଅବସରରେ ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟ ମହୋତ୍ସବ ଚଳିତ ମାସ ଫେବୁଆରୀ ୧୯ ତାରିଖ ଠାରୁ ୨୩ ତାରିଖ ପର୍ଯ୍ୟନ୍ତ ୟୁ ସି ପି ଇଞ୍ଜିନିୟରିଂ ସ୍କୁଲ ଖେଳ ପଡିଆ ବ୍ରହ୍ମପୁର ଠାରେ ଆୟୋଜନ ହେବ । ଏ ସଂକ୍ରାନ୍ତରେ ରେଲୱେ ଷ୍ଟେସନ ରୋଡ ସ୍ଥିତ ସ୍ଵତନ୍ତ୍ର ସକ୍ରିଟ ହାଉସ ଗୃହ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଂଜାମ ଜିଲ୍ଲା ସ୍ବାସ୍ଥ୍ୟ ମହୋତ୍ସବ କମିଟି ର ସାଧାରଣ ସମ୍ପାଦକ ବିଷ୍ଣୁ ପ୍ରସାଦ ପଣ୍ଡା ସୂଚନା ଦେଇଥିଲେ। ଏହି ଅବସରରେ ସଭାପତି ବିଜୟ କୁମାର ସ୍ବାଇଁ,ନବୀନ କୁମାର ମହାପାତ୍ର, ଦେବାଶିଷ ପଣ୍ଡା, ବିଜୟ ଅଧିକାରୀ, ରୋହିତ ପରିଡା ସୀତାଂଶୁ ପଣ୍ଡା ରାଜୀବ ମିଶ୍ର , ଟୁଟୁ ବେହେରା, ସାଧନା ପାଢ଼ୀ, ନିବେଦିତା ପାଢ଼ୀ, ତପନ ପଣ୍ଡା,,ଲୋକ ସମ୍ପର୍କ ଅଧିକାରୀ ସୁଦୀପ ସାହୁ ଙ୍କ ସମେତ ଅନ୍ୟାନ୍ୟ କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ । ସ୍ୱାସ୍ଥ୍ୟ ମହୋତ୍ସବ ରେ ପ୍ରତିଦିନ ସକାଳ ସମୟରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ସହ ଓଷଧ ବିତରଣ କରାଯିବ ।ବହୁ ଅଭିଜ୍ଞ ଡାକ୍ତର ଙ୍କ ସହ ବିଭିନ୍ନ ମେଡ଼ିସିନ୍ କମ୍ପାନୀ ତରଫରୁ ଷ୍ଟଲ ପ୍ରଦର୍ଶନ କରାଯିବ । ସଂଧ୍ୟାରେ ସ୍ଥାନୀୟ କଳାକାର ଙ୍କ ସହ ମେଗା ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସ୍ଵାସ୍ଥ୍ୟ ଜନିତ ଆଲୋଚନା ସଭା ଆୟୋଜିତ ହେବ ବୋଲି ଏଠାରେ ସାଧାରଣ ସମ୍ପାଦକ ପଣ୍ଡା କହିଥିଲେ । ଏହି ଅବସରରେ ହାସ୍ୟ ଅଭିନେତା ପପୁ ପମ ପମ, ଗାୟକ ମଣ୍ଟୁ ଛୁରିଆ, ଅସୀମା ପଣ୍ଡା, ଶୀତଲ ପାତ୍ର, ସଂଯୋଜକ ପୁପିନ୍ଦର ସିଂ, ଗୁନ ଗୁନ୍ ପ୍ରମୁଖ ଙ୍କ ସମେତ ବହୁ ଅଭିନେତା ଅଭିନେତ୍ରୀ ଯୋଗ ଦେବେ ବୋଲି କାଯ୍ୟକାରି ସଭାପତି ନାରାୟଣ ମହାକୁଡ଼ କହିଥିଲେ ।ତେଣୁ ବହୁ ସଂଖ୍ୟାରେ ଜନସାଧାରଣ ଯୋଗ ଦେଇ ଏହାର ସୁବିଧା ନେବାକୁ କମିଟି ତରଫରୁ ନିବେଦନ କରାଯାଉଛି ।ସ୍ବାସ୍ଥ୍ୟ ଜନିତ ଯାହାର ଯାହା ସମସ୍ୟା ନେଇ ଏହି ମହୋତ୍ସବ ଜରିଆରେ ଅବଗତ ହୋଇପାରିବେ ବୋଲି ଏଠାରେ ସଭପତି ସ୍ୱାଇଁ କହିଥିଲେ । ଉଚ୍ଚ ରକ୍ତ ଚାପ୍, ମଧୁମେହ, ଥାଇରଏଡ, ସ୍ନାୟୁ ଦୁର୍ବଳତା, ସ୍ତ୍ରୀ ଓ ପ୍ରସୂତି ଜନିତ ରୋଗ, ଶିଶୁ ରୋଗ, ଅଣ୍ଟା ବ୍ୟଥା, ଚକ୍ଷୁ, ଦନ୍ତ, ବାର୍ଦ୍ଧକ୍ୟ ଜନିତ ରୋଗ, ସହ ଯେ କୌଣସି ଅସ୍ତ୍ରୋପଚାର, ହୃଦ୍ ଜନିତ ସମସ୍ୟା, ଗ୍ୟାଷ୍ଟ୍ରିକ ଜନିତ ସମସ୍ୟା ସହ ଅନ୍ୟାନ୍ୟ ସମସ୍ତ ରୋଗ ସଂପର୍କ ରେ ଏଠାରେ ସଚେତନ ସହ ପରାମର୍ଶ ଦିଆଯିବ ବୋଲି ସୂଚନା ଦିଆ ଯାଇଥିଲା । ଏଲୋପ୍ୟାଥିକ ସହ ହୋମିଓପାଥିକ, ଆୟୁର୍ବେଦ , ଯୋଗ, ପ୍ରାକୃତିକ ଚିକିତ୍ସା ଓ ଅନ୍ୟାନ୍ୟ ବିଭାଗ ର ସ୍ୱାସ୍ଥ୍ୟ ଜନିତ ରୋଗ ର ମାଗଣା ଚିକିତ୍ସା ସହ ପରାମର୍ଶ ଓ ଚିକିତ୍ସା ପ୍ରଣାଳୀ ସମ୍ପର୍କ ରେ ବରିଷ୍ଠ ଓ ଅଭିଜ୍ଞ ବିଶେଷଜ୍ଞ ଙ୍କ ଦ୍ବାରା ପରାମର୍ଶ ଦିଆଯିବ। ଏପରି ମେଗା ସ୍ୱାସ୍ଥ୍ୟ ମହୋତ୍ସବ ରେ ଦକ୍ଷିଣାଞ୍ଚଳ ର ସମସ୍ତ ଜିଲ୍ଲା ସମେତ ବହୁ ଗ୍ରାମବାସୀ ବହୁ ସଂଖ୍ୟାରେ ଯୋଗ ଦେବା କୁ ନିବେଦନ କରାଯାଇଛି ।

Leave a Reply

Your email address will not be published. Required fields are marked *