ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି

କାମାକ୍ଷାନଗର,୦୫/୦୬- ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ ସଭାଗୃହ ଠାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି।ଜିଲ୍ଲାପାଳ ସରୋଜ କୁମାର ସେଠି ନିଜେ ଉପସ୍ଥିତ ରହି ସମସ୍ତ ଅଭିଯୋଗର ଶୁଣାଣି କରିଥିଲେ।ମୁଖ୍ୟତ ଚିକିତ୍ସା ପାଇଁ ଅର୍ଥ,ଆବାସ ଯୋଜନା, ପାନୀୟ ଜଳ ସମସ୍ୟା ଭଳି ଅଭିଯୋଗ ଆସିଥିଲା।

ଅନ୍ୟ ଅଭିଯୋଗ ଗୁଡିକୁ ବିଭିଗିୟ ଅଧିକାରିଙ୍କୁ ସମାଧାନ ପାଇଁ କହିଥିଲେ।ଏଥିରେ ଅତିରିକ୍ତ ଜିଲ୍ଲା ଆରକ୍ଷି ଅଧିକ୍ଷକ,ପିଡି,ସିଡିମଓଙ୍କ ସମେତ ଜିଲ୍ଲାର ସମସ୍ତ ଅଧିକାରି ଉପସ୍ଥିତ ଥିଲେ।
ରିପୋର୍ଟ – ପ୍ରକାଶ କୁମାର ପାତ୍ର, କାମାକ୍ଷାନଗର।