ପଦ୍ମଶ୍ରୀ ଡା ପ୍ରଫୁଲ୍ଲ ଜେନା ଙ୍କୁ ଭାବ ପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ପୁରୀ ୭/୩- ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ପ୍ରଫେସର ଡା ପ୍ରଫୁଲ୍ଲ କୁମାର ଜେନାଙ୍କର ଶେଷକୃତ୍ୟ ଆଜି ଅପରାହ୍ନ ରେ ରାଷ୍ଟ୍ରୀୟ ସମ୍ମାନ ର ସହ ସ୍ୱର୍ଗଦ୍ଵାର ଠାରେ କରାଯାଇଛି।ଭାରପ୍ରାପ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ସ୍ୱର୍ଗଦ୍ଵାର ରେ ଉପସ୍ଥିତ ରହି ପୁଷ୍ପମାଲ୍ୟ ଅର୍ପଣ ସହ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।ପୋଲିସ ପକ୍ଷରୁ ମଧ୍ୟ ସମ୍ମାନ ପ୍ରଦର୍ଶନ କରାଯାଇଥିଲା।ଅତିରିକ୍ତ ଏସପି ପ୍ରଫୁଲ୍ଲ ଚନ୍ଦ୍ର ବଡ଼ଜେନା, ସମୁଦ୍ର କୂଳ ଥାନା ଆଇଆଇସି ଚିନ୍ମୟ ବରାଳ, ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ ସାହୁ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *