ଆଗକୁ ଆସୁଛି ପଶ୍ଚିମା ଝଡ଼ ପୁଣି ଭାସିବ ରାଜ୍ୟ

ଆଗକୁ ପ୍ରବଳ ବର୍ଷା ସହ ଝଡ଼-ପବନ ଆଣି ଆସୁଛି ପଶ୍ଚିମା ଝଡ଼। ଯାହା ପ୍ରଭାବରେ ରାଜ୍ୟରେ ଆସନ୍ତା ୨୬ ତାରିଖରୁ ଝଡ-ପବନ ସହ ବର୍ଷା ହେବାର ସମ୍ଭାବନା ରହିଥିବା ନେଇ ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ୨୬ରୁ ରାଜ୍ୟରେ ପଶ୍ଚିମା ଝଡ-ପ୍ରଭାବରେ ବିଜୁଳି ଘଡଘଡି ସହ ବର୍ଷା ଏବଂ ଝଡ-ପବନ ହେବାର ସମ୍ଭାବନା ରହିଛି । ଏପରକି ଘଣ୍ଟା ପ୍ରତି ୩୦ରୁ ୪୦ କିଲୋମିଟର ବେଗରେ ପବନ ବହିବ ।

୮ ଜିଲ୍ଲାକୁ ୟେଲୋ ଆଲର୍ଟ ! ଆସନ୍ତାକାଲି ୮ଟି ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଜାରି। ୮ଟି ଜିଲ୍ଲାର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା। ମାଲକାନଗିରି , କୋରାପୁଟ , ନବରଙ୍ଗପୁର , ରାୟଗଡ଼ା , କନ୍ଧମାଳ , ଗଜପତି , ମୟୂରଭଞ୍ଜ , ବାଲେଶ୍ବର ପାଇଁ ଆଲର୍ଟ। ଜିଲ୍ଲାପାଳମାନଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି