ଅସହାୟଙ୍କୁ ସହାୟତା

ବିଷୟ: ଅନାଥ ପରିବାରଙ୍କୁ ଆତ୍ମନିର୍ଭରଶିଳ କରାଇଲା ତିହିଡିର ଅଗ୍ରଣୀ ସାମାଜିକ ସଂଗଠନ “ବିପଦବନ୍ଧୁ ସେବା ସଂଗଠନ” ତିହିଡି, ଭଦ୍ରକ କେନ୍ଦ୍ରାପଡ଼ା ଜିଲ୍ଲା ଓଳାଭର, ରାଜକନିକା ବ୍ଲକ, ବଳରାମପୁର ପଞ୍ଚାୟତ ଛଦେଶ ଗ୍ରାମର ଚନ୍ଦ୍ରଭାନୁ ମାଝୀ, ବୟସ(50) ଜୈନିକ ବ୍ୟକ୍ତି ଯେକି ଘରର ଏକମାତ୍ର ରୋଜଗାରକ୍ଷମ କରି ତାଙ୍କର ପରିବାର ପ୍ରତିପୋଷଣ କରି ଆସୁଥିଲେ, ତାଙ୍କର ପତ୍ନୀ ମଞ୍ଜୁଲତା ମାଝୀ ଓ ତାଙ୍କର ଛୋଟ ଛୋଟ ଚାରି ଝିଅ, ଗୋଟେ 6 ବର୍ଷର ଗୋଟେ ସାନ ପୁଅ ମଧ୍ୟ ଅଛି,କୌଣସି କାରଣବଶତଃ ଯେକି ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ବ୍ୟକ୍ତି ଚନ୍ଦ୍ରଭାନୁ ମାଝୀ ଥିଲେ, ଗତ 20 ତାରିଖ କୌଣସି କାରଣବଶତଃ ଅକସ୍ମାତ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ପ୍ରଥମେ କେନ୍ଦ୍ରାପଡ଼ା ହସ୍ପିଟାଲରେ ଭର୍ତ୍ତୀ କରିଥିଲେ, ତାଙ୍କର ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର ସେଠାରେ ତାଙ୍କର ମୃତ୍ୟୁବରଣ ହୋଇଗଲା, ଏକମାତ୍ର ରୋଜଗାର କରୁଥିବା ବ୍ୟକ୍ତିଙ୍କୁ ହରାଇଲେ ପରେ ଉକ୍ତ ପରିବାର ପୁରା ଦୁଃଖରେ ଭାଙ୍ଗି ପଡିଛନ୍ତି, ଏହି ଅନାଥ ହୋଇଯାଇଥିବା ପରିବାରର ଘଟଣା କୌଣସି ସୂତ୍ରରୁ ଖବର ମିଳିଥିଲା, ଖବର ପାଇଁ ତିହିଡି ଅଞ୍ଚଳର ଅଗ୍ରଣୀ ସାମାଜିକ ସଂଗଠନ ଏବଂ ଅସହାୟର ସାଥି “ବିପଦବନ୍ଧୁ ସେବା ସଂଗଠନର “.ସାମଜିକ କର୍ମୀମାନେ ଦେବଦୂତ ସାଜି ଲାଗିପଡିଥିଲେ ଉକ୍ତ ପରିବାରକୁ କୌଣସି ଉପାୟରେ ହେଉ ରୋଜଗାରକ୍ଷମା କରାଇବା ପାଇଁ,ସଂଗଠନର ସାମାଜିକ କର୍ମୀମାନଙ୍କର ପ୍ରଚେଷ୍ଟା ଏବଂ କିଛି ବଦାନ୍ୟ ବ୍ୟକ୍ତିଙ୍କର ସାହାଯ୍ୟ ଓ ସହଯୋଗରେ ଏହି ପରିବାରକୁ ଏକ ସିଲେଇ ମେସିନ ଏବଂ କିଛି ଦିନ ଚଳିଯିବା ପାଇଁ ରାସନ ସାମଗ୍ରୀ ସହାୟତା କରିଥିଲେ,ସଂଗଠନର କର୍ମୀମାନଙ୍କ ମଧ୍ୟରେ ସଭାପତି କୈଳାଶ ସାହୁ, ସମ୍ପାଦକ ଅଲେଖ ଜେନା,ମାନବପ୍ରେମୀ ରଞ୍ଜନ ଶୁକ୍ଳ ରାଜେୟ ବାରିକ ପ୍ରଦୀପ ଦାସ , ସର୍ବେଶ୍ୱର ମହାଳିକ, ମିଲୁ ବିଶ୍ୱାଳ, ତପନ ବାରିକ, ବୁଲୁ, ବାବନ, ପବନା ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି,ଆହୁରି ଆଗକୁ ମଧ୍ୟ ଛୋଟ ଛୋଟ ପିଲାମାନଙ୍କର ପଡାପଡି ନିମନ୍ତେ କିଛି ଆର୍ଥିକ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶ୍ରୁତି ଦେଇ ଆସିଛନ୍ତି, ଏଣୁ ସୋସିଆଲ ମେଡିଆ ମାଧ୍ୟମରେ ଆମେ ଭଦ୍ରକ, ତିହିଡି ଓ କେନ୍ଦ୍ରାପଡ଼ା ଜିଲ୍ଲାମାନଙ୍କର ବହୁତ ଗୁଡାଏ ସାମାଜିକ ସଂଗଠନମାନ ରହିଛନ୍ତି, ଯଦି କୌଣସି ସାମାଜିକ ସାହାଯ୍ୟ ଓ ସହଯୋଗର ହାତ ବଡାନ୍ତେ, ତାହାହେଲେ ବାପାଙ୍କୁ ହରାଇଥିବା ପିଲାମାନଙ୍କ ମୁହଁରେ ଟିକିଏ ହସ ଫୁଟିପାରନ୍ତା, ଯଦି କୌଣସି ବଦାନ୍ୟ ବ୍ୟକ୍ତି କିମ୍ବା କୌଣସି ସାମାଜିକ ସଂଗଠନ ସାହାଯ୍ୟର ହାତ ବଡାଇବାପାଇଁ ଚାହୁଁଛନ୍ତି,ମଞ୍ଜୁଲତା ମାଝୀଙ୍କ ମୋବାଇଲ ନମ୍ବର 8260282966 ଯୋଗାଯୋଗ କରିପାରିବେ.

Leave a Reply

Your email address will not be published. Required fields are marked *