ଜୀବନର ଅନ୍ତିମ ପର୍ଯ୍ୟାୟରେ ସହାୟତା ଅପେକ୍ଷାରେ ଅସହାୟ ଜିତୁନ

ମଣିଷ ଜୀବନ ଯେମିତି ପାଣିଫୋଟକା ପରି,କେତେବେଳେ କେଉଁ ପରିସ୍ଥିତିରେ କଣ ସବୁ ଘଟିଯିବ ତାହା କେହିବି କହିପାରେନା । ଜୀବନର ଅନ୍ତିମ ପର୍ଯାୟରେ ବଞ୍ଚିବାର ରାହାନେଇ ସମସ୍ତ ପ୍ରକାର ଚେଷ୍ଟା ପରେ ବିଫଳ ହେବାପରେ ଶେଷରେ ସରକାରୀ ସହାୟତାକୁ ଅପେକ୍ଷା କରିବା ଛଡା ଆଉ ଯେମିତି ବାଟ କିଛି ନାହିଁ | କଟକ ଜିଲ୍ଲା ନିଶ୍ଚିନ୍ତ କୋଇଲି ବ୍ଲକ ମଣିଜଙ୍ଗ ପଞ୍ଚାୟତ ଓ଼ଡ଼ଖଣ୍ଡ ଗ୍ରାମର ଜିତୁନ ଦାସ ବୟସ ତେତିଶି(୩୩) ପିତା-ଯୋଗିଦାସ, ମୁମ୍ବାଇରେ ଏକ ରଙ୍ଗ ମିସ୍ତ୍ରୀଭାବେ କାର୍ଯ୍ୟକରୀ ପରିବାର ସହିତ ଖୁସିରେ ଜୀବନ ବିତାଉଥିଲେ କିନ୍ତୁ କାଳକ୍ରମେ ଦଇବ ଦାଉ ସାଧିଲା, ପ୍ରଥମେ ଜିତୁନଙ୍କ ଆଖିକୁ ଭଲ ଦେଖାଗଲା ନାହିଁ ଓ ପରେ ଅନେକ ରୋଗ ମାଡ଼ିବସିଲା,ପରେ ଡାକ୍ତରଙ୍କ ଚିକିତ୍ସାପରେ ଜଣାପଡ଼ିଲା ଜିତୁନଙ୍କ ଦୁଇଟି କିଡ଼ନୀ ନଷ୍ଟ ହୋଇଯାଇଛି ବୋଲି କିନ୍ତୁ ପୁଅର ଯନ୍ତ୍ରଣା ଓ ବଞ୍ଚିବାର ଆଶାକୁ ନେଇ ବାପା ଯୋଗି ଦାସ ଆଗେଇଆସିଥିଲେ ତାଙ୍କ କୀଡୀନିକୁ ତାଙ୍କ ପୁଅ ଦେହରେ ପ୍ରତିରୋପଣ କରିବା ପାଇଁ କିନ୍ତୁ ଦୁର୍ଭାଗ୍ୟ ବଶତଃ ସେ ବି ତାଙ୍କ ପୁଅ କିଡ଼ନୀ ସହିତ ମିସିପାରିବ ନାହିଁ ବୋଲି ମନାକରିଥିଲେ ଡାକ୍ତର ଜିତୁନ ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସାରତ ଅଛନ୍ତି କାରଣ କଟକ ସରକାରୀ ଡାକ୍ତରଖାନାବି ମୁଁହ ଫେରାଇଦେଲା ଆପୋଲୋ ହସ୍ପିଟାଲରେ ଡାକ୍ତରଙ୍କ କହିବାନୁସାରେ ଅସ୍ତ୍ରୋପ୍ରଚାର ପାଇଁ ପନ୍ଦର ଲକ୍ଷ ଟଙ୍କା ଖର୍ଚ ହେବ ବୋଲି ଯାହାର ଔଷଧଟିଏ ଖାଇବାକୁ ପଇସାଟିଏ ନାହିଁ ସେ ପନ୍ଦର ଲକ୍ଷ ଆଣିବେ କେଉଁଠୁ,ସ୍ଥାନୀୟ ଲୋକପ୍ରତିନିଧିଙ୍କ ସାହାଯ୍ୟ ଯୋଗାଇଦେବାର ପ୍ରତିଶୃତି ମଧ୍ୟ ଯେମିତି ପାଣିଫୋଟକା ପରି ମିଳେଇଗଲା, ସବୁଠି ନିରାଶ ହେବାପରେ ବର୍ତ୍ତମାନ କେବଳ ଏକାମାତ୍ର ସାହାରା ସରକାରି ସହାୟତା ସବୁଠାରୁ ବଡ କଥା ହେଉଛି ଜିତୁନଙ୍କର ସ୍ତ୍ରୀ,ଚାରିବର୍ଷର ଝିଅ ଓ ଆଠ ବର୍ଷର ପୁଅ ମଧ୍ୟ ଅଛନ୍ତି, ଯଦି ସରକାରଙ୍କ ଶୁଭଦୃଷ୍ଟି ଜିତୁନ ଉପରେ ପଡେ ତାହାଲେ ହୁଏତ ଜିତୁନ ଏକ ନବ ଜୀବନ ପାଇବା ସଂଗେ ସଂଗେ ଜିତୁନଙ୍କୁ ଭରସା କରୁଥିବା ପରିବାରର ମଧ୍ୟ ଆଶା ଉଦ୍ଜୀବିତ ହେବ ।ତେବେ ଦେଖିବାକୁ ବାକି ରହିଲା କେବେ ସରକାରଙ୍କ ଶୁଭଦୃଷ୍ଟି ପଡୁଛି ଏହି ଅସହାୟ ମଣିଷ ଜିତୁନ ଓ ତାଙ୍କ ପରିବାର ଉପରେ?

Leave a Reply

Your email address will not be published. Required fields are marked *