ସମାଜସେବୀ ସରିତା ପଣ୍ଡା ଙ୍କ ଘରୋଇ ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତି

ଆଜିର ବିଜ୍ଞାନ ଯୁଗରେ ଏବେ ବି ଘରୋଇ ଉପଚାର ବଞ୍ଚି ରହିଛି। ବଜାରରେ ବହୁତ ପରିମାଣର ଔଷଧ, ଘରୋଇ ଉପକରଣ ଜିନିଷ ପତ୍ର ମିଳୁଥିଲେ ମଧ୍ୟ ବ୍ରହ୍ମପୁର ସହରର ସମାଜ ସେବୀ , ଲେଖିକା,ଏବଂ ଆଶାୟୀ ବିଧାୟିକା ପାର୍ଥି ଶ୍ରୀମତୀ ସରିତା ପଣ୍ଡା ହର୍ବାଲ ପ୍ରଡକ୍ଟକୁ ଆପଣେଇଛନ୍ତି।ଶ୍ରୀମତୀ ପଣ୍ଡା ଘରେ ନିଜେ ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ କରି ନିଜେ ବ୍ୟବହାର କରିବା ସହ ଅନ୍ୟ ମାନଙ୍କୁ ମଧ୍ୟ ବ୍ୟବହାର କରିବା ପାଇଁ ପରାମର୍ଶ ଦେଉଛନ୍ତି। ହଳଦୀଗୁଣ୍ଡ,ରାଶିତେଲ,ମାସଲଗୁଣ୍ଡ, ଏବଂ ବାତ ତେଲ ଏମିତି ବିଭିନ୍ନ ପ୍ରକାରର ହର୍ବାଲ ପ୍ରଡକ୍ଟ ପ୍ରସ୍ତୁତ କରୁଛନ୍ତି।ଏସବୁ ସେ ପ୍ରସ୍ତୁତ କରି ମାଗଣାରେ ବଣ୍ଟନ କରନ୍ତି। ଯେହେତୁ ସେ ଜଣେ ମାଟିର ମଣିଷ। ମାଟି ପାତ୍ରରେ ରୋଷେଇ କରି ଖାଇବା,ମାଟି ପାତ୍ରରେ ପାଣି ପିଇବା ଦ୍ଵାରା ଆମେ ରୋଗ ଗ୍ରସ୍ତରୁ ମୁକ୍ତି ପାଇବା ଏସବୁ ବାର୍ତ୍ତା ମିଡିଆ ମାଧ୍ୟମରେ ଏବଂ ଆକାଶବାଣୀ ମାଧ୍ୟମରେ ପ୍ରଚାର କରିଆସୁଛନ୍ତି।

ରିପୋର୍ଟ : ଜ୍ୟୋତି ରଞ୍ଜନ ଗୌଡ଼

Leave a Reply

Your email address will not be published. Required fields are marked *