ଲ୍ୟାଣ୍ଡମାଇନ ବିସ୍ପୋରଣରେ ଆନନ୍ଦପୁରର ବୀରପୁତ୍ର ସହିଦ

ଆନନ୍ଦପୁର ଏ ଦୁଃଖଦ ଖବର ପ୍ରଚାରିତ ହେବାପରେ ସମସ୍ତଙ୍କ ଆଖିରେ ଲୁହ ଦେଖିବାକୁ ମିଳିଥିଲାବେଳେ ଚାରି ନମ୍ବର ୱାର୍ଡ ରେ ପଡିଶା ମାନଙ୍କର ବୁକୁ ଫଟା କାନ୍ଦ ମନରେ ଶ୍ରୀହରଣ ଆଣିଦେଉଥିଲା ଆନନ୍ଦପୁର ପୌରପରିଷଦ ଚାରି ନମ୍ବର ୱାର୍ଡ ର ସୁଶାନ୍ତ 2011ମସିହାରୁ ସି ଆର ପି ଏଫ ଚାକିରୀ କରିଥିଲା l ଘରେ ପୂର୍ବରୁ ଦୁଇଭାଇ ଏବଂ ବାପା ଆରପାରିକୁ ଚାଲି ଯାଇଥିବାବେଳେ ଦୁଇମାସ ହେବ ବିଭାଇତା ସ୍ତ୍ରୀ ଏବଂ ମାର ସାହା ଭରସା ଥିଲା ଏକମାତ୍ର ସୁଶାନ୍ତ l ଦୁଃଖର କଥା ହେଲା ସ୍ତ୍ରୀ ହରିଚନ୍ଦପୁର ରେ ଏନ ମ ରେ ଚାକିରୀ କରୁଥିବାବେଳେ ମା ଭୁବନେଶ୍ୱର ହସ୍ପିଟାଲରେ ଷ୍ଟୋନ ରୋଗରେ ଅପରେସନ ହୋଇଛନ୍ତି l ଏ ଖବର ପହଁଚିବା ପରେ ସୁଶାନ୍ତଙ୍କ ଶେଷ ଦର୍ଶନ ପାଇଁ ଲୋକଙ୍କ ଭିଡ ବଡ଼ିବାରେ ଲାଗିଛି l