ଅବ୍ୟବସ୍ଥା ଭିତରେ ଉଚ୍ଚଶିକ୍ଷା ବିଭାଗ ର ନାମଲେଖା ପକ୍ରିୟା।

ରଘୁନାଥପୁର – ଚଳିତବର୍ଷ +୩ପ୍ରଥମ ଚୟନର ନାମଲେଖା ପ୍ରକ୍ରିୟା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଜୁନ୧୭ତାରିଖ ଶେଷତାରିଖ ରଖାଯାଇଛି।ମାତ୍ର ଏହିପ୍ରକ୍ରିୟାରେ ଅନେକ ତୣଟିଯୋଗୁ ହଜାରହଜାର ଛାତ୍ରଛାତ୍ରୀ ନାମଲେଖାରୁ ବଞ୍ଚିତ ହୋଇଥିବାର ଅଭିଯୋଗ ଉଠିଛି।ନାମଲେଖା ପାଇଁ ଯୁକ୍ତ୨ ମହାବିଦ୍ୟାଳୟ ରୁ ଏପର୍ଯ୍ୟନ୍ତ ମାର୍କସିଟ ଓ ସିଏଲସି ସାଟିଫିକେଟ ମିଳିପାରିନାହିଁ ଓ ଶ୍ୟାମସ ପୋଟାଲରୁ ଛାତ୍ରଛାତ୍ରୀ ମାନଙ୍କୁ ସଠିକ ଇନଫରମେସନ ମିଳୁନାହିଁ, ଛାତ୍ରଛାତ୍ରୀ ମାନେ ଉଚ୍ଚଶିକ୍ଷା ଅନୁଷ୍ଠାନ ଗୁଡିକୁ ସେମାନଙ୍କର ପ୍ରଥମ ପସନ୍ଦ ଦେଇଥିଲେ ବି ସେହି ଅନୁଷ୍ଠାନ ରେ ତାଙ୍କର ପ୍ରଥମ ଚୟନ କରାନଯାଇ ତୣତୀୟ ପସନ୍ଦ କୁ ନାମଲେଖାପାଇଁ ନିର୍ଦେଶ ଆସିଥିବାବେଳେ ପ୍ରଥମ ପସନ୍ଦ ଅନୁଷ୍ଠାନ ଗୁଡିକରେ ସିଟ ଫାଙ୍କାପଡିବା ଏବଂ ନାମଲେଖା ପ୍ରକ୍ରିୟା ଛୁଟିମଧ୍ୟରେ ହେଉଥିବାରୁ ଛାତ୍ରଛାତ୍ରୀ ମାନେ ଘୋର ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଯାହାଫଳରେ ଅତି କମସଂଖ୍ୟକ ଛାତ୍ସଛାତ୍ରୀ ମାନେ ନାମଲେଖାଇ ଥିବା ଅଭିଭାବକ ମାନେ ଅଭିଯୋଗ ଉଠାଇବା ସହିତ ସରକାର,ଉଚ୍ଚଶିକ୍ଷା ବିଭାଗ ଓ ଶ୍ୟାମସ ପୋଟାଲ ମଧ୍ୟ ତାଳମେଳ ରହୁନଥିବାରୁ ପିଲାମାନଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲିହୋଇଯାଉଛି ବୋଲି ଅଭିଯୋଗ କରିଛନ୍ତି।ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ କୁ ନଜରରେ ରଖି ନାମଲେଖା ପ୍ରକ୍ରିୟା ଶେଷତାରିଖ କୁ ଘୁଞ୍ଚାଇବା ପାଇଁ ଅଭିଭାବକ ମାନେ ସରକାରଙ୍କ ନିକଟରେ ଦାବୀ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *