ହିନ୍ଦୁ ମୁସଲିମ ଏକାଠି ପାଳିଲେ ହୋଲି

ପବିତ୍ର ହୋଲିର ପର୍ବ। ରଙ୍ଗର ପର୍ବ ହୋଲିକୁ ନିମାପଡା ରେଂଘାଳ ଗ୍ରାମର ହିନ୍ଦୁ ମୁସଲିମ ଏକାଠି ହୋଇ ଆନନ୍ଦ ଉଲ୍ଲାସର ସହ ପାଳନ କରିଛନ୍ତି। ସାମ୍ପ୍ରତିକ ପରିସ୍ଥିତିରେ ହିନ୍ଦୁ ମୁସଲିମ ଏକାଠି ହୋଇ ହୋଲି ଖେଳି ଭାଇଚାରାର ବାର୍ତ୍ତା ଦେଇଛନ୍ତି । ଗାଁର ଆରା଼ଧ୍ୟ ଦେବତା ଦୋଳ ବିମାନରେ ବିଜେ ହୋଇ ଶୋଭାଯାତ୍ରାରେ ବାହାରି ଗ୍ରାମ ପରିକ୍ରମା କରି କରିଥିବା ବେଳେ ଦୋଳ ବିମାନ ପଛେ ପଛେ ହିନ୍ଦୁ ମୁସଲିମ ଏକାଠି ହୋଇ ଆନନ୍ଦ ଉଲ୍ଲାସର ସହ ପରସ୍ପରକୁ ଅବିର ଲଗାଇ ହୋଲି ମନାଇଛନ୍ତି । ଗ୍ରାମର ଏହି ପରମ୍ପରାକୁ ଗ୍ରାମବାସୀ ମାନେ ଏବେ ବି ବଞ୍ଚାଇ ରଖିଛନ୍ତି। ସେହିପରି ନିମାପଡା ସାଇଁଷ ପଂଚାୟତର ଭଗବତୀପୁର ଗାଁରେ ଏକ ନିଆରା ପରମ୍ପରା ରହି ଆସିଛି। ଆଜିର ଦିନରେ ଠାକୁରଙ୍କ ପାଖରେ ଏକ ବିଶେଷ ପ୍ରକାର ପ୍ରସ୍ତୁତ ଚକ୍ର ବାଣ ଗାଁର ମେଳଣ ପଡିଆରେ ରାଧା କୃଷ୍ଣ ହର ପାର୍ବତୀଙ୍କ ପାଖରେ ଲାଗି କଲେ ମାନସିକ ପୂରଣ ହେବାର ବିଶ୍ୱାସ ରହିଛି।ସାଇଁଷ ଏବଂ ଭଗବତୀପୁର ଗାଁରେ ଦୋଳ ବିମାନରେ ଗ୍ରାମର ଆରାଧ୍ୟ ଦେବତା ଗ୍ରାମ ପରିକ୍ରମା କରିବା ସମୟରେ ଗ୍ରାମବାସୀ ଠାକୁରଙ୍କ ସାଙ୍ଗରେ ହୋଲି ଖେଳିଛନ୍ତି ।ଏଠାରେ ଆଧୁନିକ ବାଣ ବ୍ୟବହାର କରା ଯାଏ ନାହିଁ।ମାସକ ପୂର୍ବରୁ ନିୟମ ନିଷ୍ଠାର ସହ ନଡ଼ିଆ ଗଛର ଗଣ୍ଡିରେ ପ୍ରସ୍ତୁତ ବାଣ ଠାକୁରଙ୍କ ପାଖରେ ଲାଗି କରାଯାଇଥାଏ। କାହିଁ କେଉଁ କାଳରୁ ଏହି ପରମ୍ପରା ପାଳିତ ହୋଇ ଆସୁଛି।ଆଜିର ଦିନରେ ମାନସିକ ଧାରୀ ମାନେ ମାନସିକ କରି ପ୍ରଭୁଙ୍କ ପାଖରେ ଏହି ବାଣ ଲାଗି କଲେ ମାନସିକ ପୁର୍ଣ୍ଣ ହେବା ସହ ଦୁରା ରୋଗ ଭଲ ହେବାର ବିଶ୍ୱାସ ରହିଛି।