ସିକରପାଇ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ରହଣି ଦାବିରେ ସ୍ମାରକ ପତ୍ର ପ୍ରଦାନ

ଜେକେପୁର : ସିକରପାଇ ରେଳଷ୍ଟେସନରେ କରୋନା ପୂର୍ବରୁ ହୀରାଖଣ୍ଡ ଏକ୍ସପ୍ରେସ ରହୁଥିଲା । କରୋନା ସମୟରେ ରେଳ ରହଣି ବାତିଲ କରାଗଲା । ଏବେ ଆଉ କାରୋନା ନଥିଲେ ମଧ୍ୟ ହୀରାଖଣ୍ଡ ଏକ୍ସପ୍ରେସ ଟ୍ରେନ ସିକରପାଇ ଷ୍ଟେସନରେ ଅଟକୁ ନାହିଁ । ଫଳରେ ଆଖପାଖ ୨୫ଖଣ୍ଡ ଗାଁର ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ରେଳ ବିଭାଗକୁ ଜଣାଇବା ପରେ ମଧ୍ଯ କୌଣସି ସୁଫଳ ମିଳିନାହିଁ । ଏଣୁ ବିଶାଖା ପାଟଣା ଡି ଆର୍ ଏମଙ୍କୁ ଭାରତୀୟ ଜନତା ପାର୍ଟି ସିକରପାଇ ମଣ୍ଡଳ ପକ୍ଷରୁ ଏକ ସ୍ମାରକ ପତ୍ର ସିକରପାଇ ରେଳ ଷ୍ଟେସନ ମାଷ୍ଟରଙ୍କୁ ପ୍ରଦାନ କରାଯାଇଛି । ଏହି ସ୍ମାରକ ପତ୍ରରେ ଦାବି କରାଯାଇଛି କି ଯଦି ଚଳିତ ମାସ ୨୧ତାରିଖ ସୁଦ୍ଧା ସିକରରପାଇ ଷ୍ଟେସନରେ ହୀରାଖଣ୍ଡ ଟ୍ରେନ ନ ଅଟକେ ତେବେ ବାଧ୍ୟ ହୋଇ ସ୍ଥାନୀୟ ଯୁବଗୋଷ୍ଠୀ ଆଇନକୁ ହାତ ମୁଠାକୁ ନେବେ । ଏହି ସ୍ମାରକ ପତ୍ର ପ୍ରଦାନ ସମୟରେ ସିକରପାଇ ବିଜେପି ପୂର୍ବତନ ମଣ୍ଡଳ ସଭାପତି ମନୋଜ କୁମାର ସେଠୀ, ପୂର୍ବତନ ବିଜେପି ଜିଲ୍ଲା ଉପସଭାପତି ହଳଧର ମିଶ୍ର ଓ ସିକରପାଇ ବିଜେପି ମଣ୍ଡଳ ସମ୍ପାଦକ ପୂର୍ଣ୍ଣ ଚନ୍ଦ୍ର ପଟେଲ୍,, ସୁନ୍ଦର ରାଓ କାଡ୍ରାକା , ରାଜା ଦାସ, ବୁଡୁ ରାଉତ ଓ ଜଗନ୍ନାଥ ନିମାଲପୁରି ପ୍ରମୁଖ ଉପସ୍ଥିତ ଥିଲେ ।
ରାୟଗଡାରୁ ନିଳାମ୍ବର ମିଶ୍ରଙ୍କ ରିପୋର୍ଟ ।