ଲକ୍ଷ୍ମୀ ନୃସିଂହନାଥଙ୍କ ଯାତ୍ରା ତୃତୀୟ ଦିନରେ ହୀରଣ୍ୟ ପ୍ରହ୍ଲାଦ ନାଟକ

ଫୁଲବାଣୀ – ପ୍ରଭୁ ଲକ୍ଷ୍ମୀ ନୃସିଂହନାଥ ଠାକୁରଙ୍କ ଯାତ୍ରା ତୃତୀୟ ଦିନର ସାସ୍କୃତିକ କାର୍ଯ୍ୟକ୍ରମ ସମଗ୍ର ଫୁଲବାଣୀ ଅଞ୍ଚଳର ଦର୍ଶକଙ୍କୁ ଆକର୍ଷଣ କରିଛି ହୀରଣ୍ୟ ପ୍ରହ୍ଲାଦ ଚରିତ୍ର ନାଟକ ଓ ସନ୍ଧ୍ୟା ସମୟରେ ଫୁଲବାଣୀ ସ୍ଥିତ ଡ୍ୟାନ୍ସ ଏକାଡେମୀ ପକ୍ଷରୁ କୁନି କଳାକାର ମାନଙ୍କ ସୁପର ହିଟ ଡ୍ୟାନ୍ସ ସମ୍ବଲପୁରୀ।ଏହି ଉତ୍ସବ ଅବସରରେ ଫୁଲବାଣୀ ଜିରିଙ୍ଗପଡ଼ା ର ବହୁ ଚର୍ଚ୍ଚିତ ଚନ୍ଦନ ଯାତ୍ରାର ମହୋଲ ଉତ୍ସବ ମୁଖର କରୁଛି।ଏ ନେଇ ଦର୍ଶକଙ୍କବହୁ ଜନସମାଗମ ଦେଖିବାକୁ ମିଳିଛି ଓ ଚଳ ଚଞ୍ଚଳ ହେଉଛି।ଏହି ସଂସ୍କୃତି କାର୍ଯ୍ୟକ୍ରମ ମାନ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ। ଆଜିର ଏହି କାର୍ଯ୍ୟକ୍ରମ ରେ ମୂଖ୍ୟ ଅତିଥିଭାବେ ଆଦିବାସୀ ନେତା ତଥା ଖଜୁରୀପଡ଼ା ପୂର୍ବତନ ଅଧ୍ୟକ୍ଷ ବିରେନ୍ଦ୍ର କୁମାର କହଁର ଯୋଗଦେଇ ମଞ୍ଚ ଉଦଘାଟନ କରି ସମସ୍ତଙ୍କୁ ଉତ୍ସାହିତ କରିଥିଲେ।ସେହିଭଳି ଯାତ୍ରା କମିଟିର ସଭାପତି ଶିବସଙ୍କର ବେହେରା ଓ ସାସ୍କୃତିକ ସମ୍ପାଦକ ବୈଦ୍ୟନାଥ ନାୟକ ଅନ୍ୟ ସମସ୍ତ କମିଟି ବୃନ୍ଦ।
ରିପୋର୍ଟ- ବୈଦ୍ୟନାଥ ବେହେରା, ଫୁଲବାଣୀ।