ମହାମହିମ ରାଜ୍ୟପାଳ ଙ୍କ ଜଗତସିଂହପୁର ଗସ୍ତ

ଆଜି ମହାମହିମ ରାଜ୍ୟପାଳ ରଘୁବର ଦାସ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳକୁ ମାରାଥନ ଗ୍ରସ୍ତ କରିଛନ୍ତି ।ପ୍ରଥମେ ଦିନ ୧୦ ଟା ସମୟରେ ଜଇପୁର ସ୍ଥିତ ବୟନ ଗ୍ରାମ ପରିଦର୍ଶନ କରି ବୁଣାକାର ଓ ମହିଳା ସ୍ୱୟଂ ସହାୟକ ମାନଙ୍କ ସହିତ ଆଲୋଚନା କରିଥିଲେ ।ପରେ ସେଠାରୁ ତିର୍ତ୍ତୋଲ ବ୍ଲକ ତରଜଙ୍ଗା ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକାରିତା ଉପରେ ଗାଁ ଲୋକମାନଙ୍କ ସହିତ ଆଲୋଚନା କରିବା ସହ ତରଜଙ୍ଗା ହାଇସ୍କୁଲ ପରିଦର୍ଶନରେ ଯାଇ ଛାତ୍ରଛାତ୍ରୀ ମାନଙ୍କ ସହିତ ପାଠପଢା ବାବଦରେ ଆଲୋଚନା କରିଥିଲେ । ଏହା ସହିତ। କୁନି କୁନି ପିଲା ମାନଙ୍କୁ ଚକେଲେଟ ଦେଇ ଥିଲେ । ଛାତ୍ରଛାତ୍ରୀ ମାନେ ବେଶ ଖୁସି ଥିବା ଦେଖାଯାଇ ଥିଲା । ପରେ ଜଗତସିଂହପୁର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା ଶାରଳା ମନ୍ଦିର ଗ୍ରସ୍ତ କରି ସେଠାରେ ପୂଜାର୍ଚ୍ଚନା କରିବା ସହିତ ମାଙ୍କ ଆଶିଷ ଲାଭ କରି ସେବାୟତ ମାନଙ୍କ ସହିତ ମନ୍ଦିର ବାବଦରେ ପଚାରି ବୁଝିଥିଲେ ।ସେଠାରୁ ମଣିଜଙ୍ଗା ସ୍ଥିତ କମ୍ୟୁନିଟି ହେଲଥ ସେଣ୍ଟର ପରିଦର୍ଶନ ପରେ ରାହମା ବଜାରରେ ଆର ଏମ ସି କଲ୍ୟାଣ ମଣ୍ଡପ ଠାରେ ସ୍ଥାନୀୟ କୃଷକ ଓ ମତ୍ସ୍ୟଜୀବୀ ମାନଙ୍କ ସହିତ ଆଲୋଚନା କରିଥିଲେ ମହାମହିମ ରାଜ୍ୟପାଳ । ସେଠାରୁ ପାରାଦ୍ବୀପ ଗ୍ରସ୍ତରେ ଯାଇଥିଲେ ।ପାରାଦ୍ବୀପ ଠାରେ ଜିଲ୍ଲା ପ୍ରଶାସନ ସହିତ ବିଭିନ୍ନ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଆଲୋଚନା କରିବା ପରେ ଆଇ ଓ ସିଏଲ ପରିଦର୍ଶନରେ ଯାଇଥିଲେ । ଆଜିର ଏହି କାର୍ଯ୍ୟକ୍ରମ ରେ ଜିଲ୍ଲାପାଳ, ଜଗତସିଂହପୁର ଏସ୍ପି ଙ୍କ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ ।

ଜଗତସିଂହପୁର ରୁ ରୀତା ସାହୁ reporter

Leave a Reply

Your email address will not be published. Required fields are marked *